ନବରଙ୍ଗପୁର (କେ.ସାକିଲି ଦୋରା)-ବିଜୁ ଜନତା ଦଳର ଡିଜିଟାଲ ଉଇଙ୍ଗ ପକ୍ଷରୁ ନବରଙ୍ଗପୁର ରୋକିସାନ ହୋଟେଲର ସଭାଗୃହ ରେ ନବରଙ୍ଗପୁର ବିଜୁ ଯୁବ-ଛାତ୍ର ଜନତା ଦଳର ଏକ ଜିଲ୍ଲା ସ୍ତରୀୟ ଡିଜିଟାଲ କର୍ମକର୍ତ୍ତା ଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉପସ୍ଥିତ ସମସ୍ତ ଅତିଥି ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନ କୁ ଡିଜିଟାଲ ଗଣମାଧ୍ୟମ କୁ ଉପଯୋଗ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ତଥା ବିଜୁ ଜନତା ଦଳର ବିକାଶ ମୂଳକ କାର୍ଯ୍ୟକ୍ରମ କୁ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ କର୍ମକର୍ତ୍ତା ଙ୍କୁ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଆଗାମୀ ଦିନରେ ଥିବା ପଂଚାୟତ-ପୌର ନିର୍ବାଚନ ଦୃଷ୍ଟିରେ ରଖି ଜିଲ୍ଲା ରୁ ବ୍ଲକ, ବ୍ଲକ ରୁ ପଞ୍ଚାୟତ, ପଂଚାୟତ ରୁ ବୁଥ ସ୍ତର ପର୍ଯ୍ୟନ୍ତ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଥିଲା।
ଏହି ବୈଠକରେ ନବରଙ୍ଗପୁର ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ରାଜ୍ୟ ବିଜେଡି ଆଇଟି ମୁଖ୍ୟ ସୁବ୍ରତ ଛାଟୋଇ, ରାଜ୍ୟ ଯୁବ ବିଜେଡି ଆଇଟି ମୁଖ୍ୟ ତାରିଣୀ ପ୍ରସାଦ ନାୟକ, ରାଜ୍ୟ ଛାତ୍ର ବିଜେଡି ଆଇଟି ମୁଖ୍ୟ ସୁଜିତ ପାଲଟା ସିଂ,ଜିଲ୍ଲା ଯୁବ ବିଜେଡି ସଭାପତି ଶିବାନନ୍ଦ ବିଶୋଇ, ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁଧାଂଶୁ ଦାସ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ପଣ୍ଡା,ଜିଲ୍ଲା ବିଜେଡି ଆଇଟି କୋଡ଼ିନେଟର ପରେସ ଜେନା, ନବରଙ୍ଗପୁର ଜିଲ୍ଲା ଯୁବ ବିଜେଡି ଡିଜିଟାଲ ସମ୍ପାଦକ ଅଲୋକ ସାହୁ, ଜିଲ୍ଲା ବିଜେଡି ଛାତ୍ର ଡିଜିଟାଲ ସମ୍ପାଦକ ଲଳିତ ସେଠି, ଚନ୍ଦନା ମଲ୍ଲିକଙ୍କ ବ୍ୟତୀତ ଜିଲ୍ଲାର ସମସ୍ତ ବ୍ଲକ-ପୌରପାଳିକା ସ୍ତରୀୟ ଯୁବ-ଛାତ୍ର ସଭାପତି ଏବଂ ଡିଜିଟାଲ ସମ୍ପାଦକଙ୍କ ସହ ସମସ୍ତ ନେତୃବୃନ୍ଦ ଯୋଗ ଦେଇଥିଲେ।
Comments are closed.