Odisha news

ବୋରିଗୁମ୍ମା ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବୋରିଗୁମ୍ମା (କେ.ସାକିଲି ଦୋରା)—-ବୋରିଗୁମ୍ମା ସ୍ଥିତ ଦୋରା କଲ୍ୟାଣ ମଣ୍ଡପ ଠାରେ ବୋରିଗୁମ୍ମା ମଣ୍ଡଳ ବିଜେପି ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ରାଜ ସିଂ ଙ୍କ ସଭାପତିତ୍ୱ ରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ବିଜେପି ଉପ ସଭାନେତ୍ରୀ ଶ୍ରୀମତୀ ଅଞ୍ଜଳୀ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ ଯୋଗ ଦେଇଥିଲେ। ଅତିଥିମାନେ ତୃଣମୂଳ ସ୍ତରରେ ଦଳ କୁ ମଜବୂତ କରିବା ପାଇଁ ବିଜେପି କାର୍ଯ୍ୟକାର୍ତ୍ତା ଙ୍କୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକାରିଣୀ ବୈଠକରେ ସମିତି ସଭ୍ୟ ଦାସ ଭତ୍ରା, ବରିଷ୍ଠ ସଦସ୍ୟ ଏମ.ଆଦି ନାରାୟଣ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସବିତା ରଥ, ଅନ୍ୟତମ ସାଧାରଣ ସମ୍ପାଦକ ବିଘ୍ନରାଜ ଷଡ଼ଙ୍ଗୀ ମଞ୍ଚ ରେ ଉପସ୍ଥିତ ଥିଲେ।ବୈଠକରେ କେନ୍ଦ୍ର ର ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା କିପରି ଭାବେ ସାଧାରଣ ଲୋକ ପାଖରେ ପହଞ୍ଚି ପାରିବ ସେ ନେଇ ଆଲୋଚନା ହୋଇଥିଲା।ମଣ୍ଡଳ ସାଧାରଣ ସମ୍ପାଦକ ତୁଳସିରାମ ପାଣିଗ୍ରାହୀ କହିଥିଲେ ଯେ ଗତ ବର୍ଷ କୋବିଡ଼ ମହାମାରୀ ସମୟରେ ବୋରିଗୁମ୍ମା ବିଜେପି ତରଫରୁ ଖାଦ୍ୟ ବଣ୍ଟନ,ହସ୍ପିଟାଲରେ ଫଳ ବଣ୍ଟନ,ମାସ୍କ ବଣ୍ଟନ ଭଳି ମହତ କାର୍ଯ୍ୟ କରାଯାଇଥିଲା।ଭବିଷ୍ୟତ ରେ ବିଜେପି ସାଧାରଣ ଲୋକଙ୍କ ପାଖରେ ପହଞ୍ଚି  ସାଧାରଣ ଲୋକଙ୍କ କାମ କରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ସାଧାରଣ ସମ୍ପାଦକ ତୁଳସିରାମ ପାଣିଗ୍ରାହୀ ବୈଠକ କୁ ପରିଚାଳନା କରିଥିଲେ।

Comments are closed.