Odisha news

ଆଇ ସି ଡ଼ି ଏସ କାର୍ଯ୍ୟାଳୟ ର ୧୬ ଲକ୍ଷ ୨୮ ହଜାର ଟଙ୍କା ହଡପ ଉଦ୍ୟମ ମାମଲା : ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ଥାନାରେ ଏତଲା ଦେଲେ ତତ୍କାଳୀନ ସିଡ଼ିପିଓ।

ବିଡ଼ିଓ ଏତଲା ନ ଦେଇ ନୀରବତା ରହିବା ନେଇ ଉଠୁଛି ପ୍ରଶ୍ନ

ବୋରିଗୁମ୍ମା (କେ.ସାକିଲି ଦୋରା)—-ବୋରିଗୁମ୍ମା ସ୍ଥିତ ଆଇ ସି ଡ଼ି ଏସ କାର୍ଯ୍ୟାଳୟ ରୁ ୧୬ ଲକ୍ଷ ୨୮ ହଜାର ଟଙ୍କା ହଡପ ଉଦ୍ୟମ ମାମଲା ଆଜି ଭିନ୍ନ ମୋଡ଼ ନେଇଛି। ଆଜି ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ପରେ ଆଜି ବୋରିଗୁମ୍ମା ଆଇ ସି ଡ଼ି ଏସ କାର୍ଯ୍ୟାଳୟ ରେ ତତ୍କାଳୀନ ସି ଡ଼ି ପି ଓ ପ୍ରତିମା ରାଉଳ ବୋରିଗୁମ୍ମା ଥାନାରେ ଏତଲା ପ୍ରଦାନ କରିଛନ୍ତି। ଏନେଇ ବୋରିଗୁମ୍ମା ପୋଲିସ ଏସ ଡ଼ି ପି ଓ  ହରେକୃଷ୍ଣ ମାଝୀ ସାମ୍ବାଦିକ ସମ୍ମିଳନୀରେ ରେ କହିଛନ୍ତି।
ଏସଡ଼ିପିଓ ଶ୍ରୀ ମାଝୀ କହିଛନ୍ତି ଯେ ବୋରିଗୁମ୍ମା ଆଇ ସି ଡ଼ି ଏସ ର ତତ୍କାଳୀନ ସିଡ଼ିପିଓ ଗତ ୩୦.୦୬.୨୦୨୧ ତାରିଖରେ ନିଜ ଚାକିରୀ ରୁ ଅବସର ଗ୍ରହଣ କରିଥିଲେ। ଯେତେବେଳେ ୦୨.୦୭.୨୦୨୧ ତାରିଖରେ ବିଡ଼ିଓ ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ଗଲେ ସେତେବେଳେ ତାଙ୍କ କାର୍ଯ୍ୟାଳୟ ରୁ କନିଷ୍ଠ କିରାଣୀ ତିଲୋତ୍ତମା ଶବର ଫୋନ କରି କହିଲେ ଯେ ୩୦.୦୬.୨୧ ତାରିଖରେ ଆପଣ କୌଣସି ଚେକ ନମ୍ବର ୦୦୦୯୮୪ ରେ ସାକ୍ଷର କରିଥିଲେ କି ? ମୁଁ ସେହି ତାରିଖରେ କୌଣସି ଚେକ ରେ ସାକ୍ଷର କରି ନାହଁ ବୋଲି କହିଲେ।ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା ଙ୍କୁ ଦାୟିତ୍ୱ ହସ୍ତାନ୍ତର ସହ ହଜିଥିବା ଚେକ ବିଷୟରେ ମୁଁ କିଛି ଜାଣି ନାହିଁ ବୋଲି କହିଥିଲେ।
ଏଥିସହ ଆକ୍ସିସ ବ୍ୟାଙ୍କ ଚେକ ନମ୍ବର -୦୦୦୯୮୪ ରେ  ହୋଇଥିବା ସାକ୍ଷର ମୋର ନୁହେଁ। କେହି ଜାଲିଆତି କରି ମୋର ସାକ୍ଷର କରିଛନ୍ତି ବୋଲି ଲିଖିତ ଭାବେ ବିଡ଼ିଓ ଙ୍କୁ ପ୍ରଦାନ କରିଥିଲେ। ଏନେଇ ଦୀର୍ଘ ୧୩ ଦିନ ପରେ ବିଡ଼ିଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଯୋଗୁଁ ମୁଁ ବାଧ୍ୟ ହୋଇ ଥାନାରେ ଏତଲା ଦେଲି ବୋଲି ପ୍ରତିମା ରାଉଳ କହିଥିଲେ। ବିଡ଼ିଓ ଶ୍ରୀ ବେହେରା ଡ୍ରାଇଇଂ ଅଧିକାରୀ ରହିଛନ୍ତି। ଏଥିସହ ଜିଲାପାଳ ତୁରନ୍ତ ଥାନାରେ ଏତଲା ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ବିଡ଼ିଓ କାହିଁକି ଏତେ ଦିନ ପରେ ବି ଏତଲା ଦେଲେ ନାହିଁ।
ତାଙ୍କ ନୀରବତା ର କାରଣ କଣ ତାକୁ ନେଇ ଉଠିଛି ପ୍ରଶ୍ନ। ସେ କୌଣସି ଚାପରେ ବଶୀଭୂତ ଅଛନ୍ତି କି ? ଏଥିସହ ଡ୍ରାଇଭର ବୈକୁଣ୍ଠ ଚରଣ ଜେନା ସେହି ଚେକ ରେ ୧୬ ଲକ୍ଷ ୨୮ ହଜାର ଟଙ୍କା ଲେଖି ବ୍ୟାଙ୍କ ରୁ ହଡପ ଉଦ୍ୟମ ଚେଷ୍ଟା କରିଥିଲେ ବୋଲି ଏତଲା ରେ ଦର୍ଶାଇଛନ୍ତି। ଏଥିସହ କାଯ୍ୟାଳୟ ର କ୍ୟାସିଅର ପବିତ୍ର ଜେନା ପାଖରୁ ସେହି ଚେକ କିପରି ଭାବେ ଗାଏବ ହେଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରତିମା ରାଉଳ। ଏଣୁ ଦୋଷୀ ଙ୍କ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି।
ପ୍ରତିମା ରାଉଳ ଙ୍କ ଏତଲା ପ୍ରଦାନ ପରେ ତତ୍ପର ହୋଇ ଉଠିଛି ପୋଲିସ।ଏସ ଡ଼ି ପି ଓ ଶ୍ରୀ ମାଝୀ  ତୁରନ୍ତ ଆଇ ସି ଡ଼ି ଏସ କାର୍ଯ୍ୟାଳୟ ଯାଇ ଛାନଭିନ କରିଥିଲେ। ଏନେଇ ବୋରିଗୁମ୍ମା ଥାନାରେ କେସ ନମ୍ବର ୧୦୦ / ୨୦୨୧ ଦଫା ୪୨୦,୪୭୧,୪୬୮,୫୦୯,୫୧୧ ଓ ୩୪ ରୁଜୁ କରାଯାଇଛି ବୋଲି କହିଛନ୍ତି ଏସ ଡ଼ି ପି ଓ ଶ୍ରୀ ମାଝୀ।ଯେଉଁମାନେ ପ୍ରକୃତ ଦୋଷୀ ସେମାନେ ଦଣ୍ଡ ପାଇବେ ବୋଲି ପୋଲିସ ସୂଚନା ଦେଇଛନ୍ତି।

Comments are closed.