Odisha news

ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାଙ୍କ ଦ୍ୱାରା ଜିଲ୍ଲାପାଳଙ୍କୁ ୪ ଦଫା ଦାବି ପତ୍ର ପ୍ରଦାନ : କୋଭିଡ ଖର୍ଚ୍ଚର ଅଡିଟ କରି ତଥ୍ୟ ପ୍ରଦାନ ଦାବି ।

ନବରଙ୍ଗପୁର (କେ.ସାକିଲି ଦୋରା)— ନବରଙ୍ଗପୁର ଜିଲ୍ଲା ପରିଷଦ ସଭ୍ୟ / ସଭ୍ୟା ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଆଜି ଏକ ୪ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ଅନୁପସ୍ଥତିରେ ଏହି ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳ ରତ୍ନାକର ସାହୁ ଗ୍ରହଣ କରିଥିଲେ । ଉକ୍ତ ଦାବିପତ୍ର ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାର ଅନୁଦାନର ସମସ୍ତ ପାଣ୍ଠିର ପରିଚାଳନାଗତ ତ୍ରୁଟିକୁ ନେଇ ସମସ୍ତଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏହି  ପାଣ୍ଠି ପ୍ରତି ଜିଲ୍ଲା ପରିଷଦ ଅଥବା ଜନସଂଖ୍ୟା ଆଧାରରେ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି । କୋଭିଡ ଖର୍ଚ୍ଚର ଅଡିଟ କରି ଉକ୍ତ ତଥ୍ୟ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ / ସଭ୍ୟା ଅବଗତ ନିମନ୍ତେ ପ୍ରଦାନ କରାଯାଉ  , କେନ୍ଦ୍ର ଓ ରାଜ୍ୟ ସରକାର ଦ୍ୱାରା ଦିଆଯାଉଥିବା ସମସ୍ତ ପାଣ୍ଠିର ମୋଟ ସୁଧ ଟଙ୍କାରେ ଜିଲ୍ଲା ପ୍ରଶାସନ ଦ୍ୱାରା ଅନୁମୋଦିତ ସମସ୍ତ ପ୍ରକଳ୍ପ ସହିତ ଆଗକୁ ଖର୍ଚ୍ଚ କରାଯିବା ତଥ୍ୟ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ /ସଭ୍ୟା ମାନଙ୍କୁ ପ୍ରଦାନ କରାଯାଉ ।
ସାର ଓ ବିହନ ଯୋଗାଣରେ ସାମ୍ରାଜ୍ୟଦାବି ବା ଜମିଦାରୀ ଦଲାଲ ବନ୍ଦ କରି ଚାଷୀର  ଉପଯୁକ୍ତ ତତ୍ତ୍ଵାବଧାନ କରାଯାଉ ବୋଲି ସମସ୍ତ ସଭ୍ୟ ସଭ୍ୟା ମାନେ ଦାବି କରିଛନ୍ତି । ଉପରୋକ୍ତ ଦାବି ଗୁଡ଼ିକ ଆଗାମୀ ୭ ଦିନ ମଧ୍ୟରେ ସମାଧାନ କରା ନ ଗଲେ ଜିଲ୍ଲାରେ ଆନ୍ଦୋଳନ କରିବା ସହ ନ୍ୟାୟାଳୟ ର ଆଶ୍ରୟ ନିଆଯିବ ବୋଲି ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ମାନେ ଚେତାବନୀ ଦେଇଛନ୍ତି । ଜିଲ୍ଲା ପରିଷଦଙ୍କ  ଦାବି ଗୁଡ଼ିକ ନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରାଯାଇ ତାହାର ତର୍ଜମା କରାଯିବା ସହ ବିଧିବଦ୍ଧ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ରତ୍ନାକର ସାହୁ କହିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଲେ ପି ଏସ ମହାନ୍ତି , ପାନୁଜା ପାଙ୍କା , ସୁଦର୍ଶନ ମାଝୀ , ବେଦବ୍ୟାସ ଭତ୍ରା , ଚମ୍ପାବତି ମୁଦୁଲି , ମାଳତୀ ମାଝୀ , ଧନପତି ହରିଜନ, ବ୍ରଜନାଥ ଗଣ୍ଡ , ଶ୍ୟାମ ସୁନ୍ଦର ମାଝୀ ସମେତ ବହୁ ଜିଲ୍ଲା ପରିଷଦ ସଭ୍ୟ/ ସଭ୍ୟା ଉପସ୍ଥିତ ଥିଲେ ।
Nalco

Comments are closed.