Odisha news

” ରକ୍ତ ଦାନ ମହା ପୂନ୍ୟ ” : ଆସନ୍ତୁ ଜାଣିବା ରକ୍ତ ଦାନ କରିବାଦ୍ୱାରା ଶରୀରକୁ କଣ ଲାଭ ମିଳିଥାଏ

0

” ରକ୍ତ ଦାନ ମହତ୍ ଦାନ ” ବୋଲି ସାଧାରଣ ଭାବରେ କୁହାଯାଇ ଥାଏ । ସାଧାରଣ ଭାବରେ ଆମକୁ ସଚେତନ କରାଯାଇଥାଏ ଯେ ରକ୍ତ ଦାନ କରିବା ଦ୍ୱାରା ଅନ୍ୟ କୁ ଜୀବନ ଦାନ କରିବା ସହିତ ସମାନ ଅଟେ । ସ୍ବାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ରକ୍ତଦାନ ଦ୍ବାରା ଅନ୍ୟର ଜୀବନ ରକ୍ଷା ସହିତ ନିଜକୁ ମଧ୍ୟ ସୁସ୍ଥ ରଖି ହେବ । କିଛି ଲୋକ ମାନଙ୍କର ଭୁଲ ଧାରଣା ରହିଛି ଯେ ରକ୍ତଦାନ ଦ୍ବାରା ଶରୀର ଦୁର୍ବଳ ଲାଗିଥାଏ ଓ ବିଭିନ୍ନ ଶାରିରୀକ ସମସ୍ୟା ଦେଖା ଯାଇଥାଏ । ହାର୍ଟ ପାଇଁ ରକ୍ତଦାନ କରିବା ଖୁବ୍ ହିତକର ଅଟେ । ଆହୁରି ଅନେକ ସ୍ଵାସ୍ଥ୍ୟଗତ ଲାଭ ମିଳିଥାଏ ।

* ରକ୍ତଦାନ ର ସବୁଠୁ ବଡ଼ ଲାଭ ହାର୍ଟ କୁ ମିଳିଥାଏ । ଏହାଦ୍ବାରା ହାର୍ଟ ସୁସ୍ଥ ରହିଥାଏ । ଯେଉଁ ଲୋକମାନେ ରକ୍ତଦାନ କରି ଥାଆନ୍ତି ସେମାନଙ୍କୁ ହାର୍ଟ ଷ୍ଟ୍ରୋକ ହେବାର ସମ୍ଭାବନା ଖୁବ୍ କମ୍ ରହିଥାଏ । ରକ୍ତ ରେ ଆଇରନ ଅଧିକ ରହିବା ଦ୍ଵାରା ହାର୍ଟ ର ହେଲ୍ଥ ଉପରେ ପ୍ରଭାବ ପଡିଥାଏ । ଜେବେକି ରକ୍ତ ଦାନ କରିବା ଦ୍ୱାରା ରକ୍ତ ରେ ଆଇରନ ର ମାତ୍ରା ସନ୍ତୁଳନ ରହିଥାଏ ।
* ଯେଉଁ ବ୍ୟକ୍ତି ମାନେ ସମୟେ ସମୟେ ରକ୍ତ ଦାନ କରି ଥାଆନ୍ତି ସେମାନଙ୍କ ନିକଟରେ ଆଇରନ ମାତ୍ରା ସନ୍ତୁଳନ ରହିଥାଏ । ଏହାଦ୍ବାରା ଅନେକ ପ୍ରକାର କ୍ୟାନ୍ସର ଠାରୁ ମଣିଷ ରକ୍ଷା ପାଇଥାଏ ।
* ରକ୍ତ ଦାନ ଦ୍ଵାରା ଓଜନ ହ୍ରାସ ହୋଇ ଅଧିକ କ୍ୟାଲୋରୀ ବର୍ନ ହୋଇଥାଏ । ରକ୍ତ ଦାନ କରିବା ଦ୍ୱାରା ରେଡ୍ ବ୍ଲଡ ସେଲ୍ ଲେବୁଲ କିଛି ମାସରେ ମ୍ୟାନେଜ୍ ହୋଇ ଯାଇଥାଏ । ଏଥି ସହିତ ଆପଣ ଯଦି ବ୍ୟାୟାମ କରିବେ ଓ ହେଲଦି ଡାଏଟ ଚାର୍ଟ ଫେଲୋ କରିବେ ତେବେ ଓଜନ ଦୃତ ଗତିରେ ହ୍ରାସ ହେବ ।
* ଯେଉଁ ବ୍ୟକ୍ତି ମାନେ ନିୟମିତ ଭାବେ ରକ୍ତଦାନ କରି ଥାଆନ୍ତି ସେମାନଙ୍କ ସ୍ବାସ୍ଥ୍ୟ ଅନ୍ୟ ମାନଙ୍କ ତୁଳନାରେ ଠିକ୍ ରହିଥାଏ । ସମ୍ପୂର୍ଣ ଶରୀର ଠିକ୍ ରହିଥାଏ ଓ ରକ୍ତଚାପ ସନ୍ତୁଳିତ ରୁହେ ।
ଗବେଷଣା ଅନୁସାରେ ଯେଉଁମାନେ ପ୍ରତି ୩ମାସ କୁ ଥରେ ରକ୍ତଦାନ କରନ୍ତି , ସେମାନେ ନିଜକୁ ନିରୋଗୀ ଓ ସୁସ୍ଥ ରଖନ୍ତି । ରକ୍ତ ପତଳା ରହି କୋଲେଷ୍ଟ୍ରଲ ସମସ୍ୟା ମଧ୍ୟ ଠିକ୍ ରହିଥାଏ ।
Leave A Reply