କୋଣାର୍କ : ଗୁରୁବାର ଅପରାହ୍ନରେ ଚନ୍ଦ୍ରଭାଗା ସମୁଦ୍ର କୁଳ ରୁ ଆନୁମାନିକ ୫୦ କେଜି ଓଜନର ଏକ ବିଳର ମୃତ ଡଲଫିନକୁ ସ୍ଥାନୀୟ ବ୍ୟବସାୟୀ ମାନେ ଦେଖି କୋଣାର୍କ ବନ ବିଭାଗକୁ ଖବର ଦେଇଥିଲେ ।ଖବର ପାଇ ବନବିଭାଗର କର୍ମଚାରୀ ମାନେ ଆସି ଉକ୍ତ ଡଲଫିନ କୁ ନେଇ ପୋତିଥିବା ଜଣାପଡିଛି ।ଏଠାରେ ସୂଚନା ଥାଉକି ସମୁଦ୍ରରେ ଅବାଧରେ ଟ୍ରଲର ଯା ଆସ ଯୋଗୁଁ ବିଳର ଡଲଫିନ ସହ ଅଲିଭି ରିଡର କଇଁଛ ଙ୍କ ର ଅକାରଣରେ ଜୀବନ ଯାଉଛି ।ଯାହା ପରିବେଶ ବିତ ମାନଙ୍କର ଚିନ୍ତାର କାରଣ ପାଲଟିଛି ।
