Odisha news

ଆଜି ହେଉଛି ପବିତ୍ର ଦୋଳ ପୂର୍ଣିମା : ଆଜିର ଦିନରେ ଗୋ ସେବା ଦ୍ୱାରା ମିଳିଥାଏ ଜୀବନ ରେ ପୁଣ୍ୟ ର ଫଳ

0

ପ୍ରତ୍ୟେକ ମାସର ପୁର୍ଣିମା ହେଉଛି ସେହି ମାସର ଶେଷ ଦିନ, ଚଳିତ ବର୍ଷ ଫାଲଗୁନ ମାସ ଫାଲଗୁନ ପୁର୍ଣିମା ରେ ସମାପ୍ତ ହେଉଛି ଏବଂ ଏହି ଦିନ ମଧ୍ୟ ପବିତ୍ର ଦୋଳ ପୂର୍ଣିମା ମଧ୍ୟ ଅଟେ, ଏହିଦିନ ଟିର ହିନ୍ଦୁ ପଞ୍ଚାଙ୍ଗ ରେ ଅନେକ ମହତ୍ୱ ରହିଛି, ଏହିଦିନ ରାଧା କୃଷ୍ଣ ଙ୍କର ହୋଲି ଉତ୍ସବ ର ଦିନ ଅଟେ l

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଏହିଦିନ ଟି ବୈଷ୍ଣବ ଧର୍ମାବଲମ୍ବୀ ମାନଙ୍କ ପାଇଁ ଏବଂ ବିଶେଷ ଭାବରେ ଗଉଡ଼ ମାନଙ୍କ ପାଇଁ ଗୋଟିଏ ବିଶେଷ ପର୍ବ ଅଟେ l ଏହିଦିନ ବିଶେଷ ଭାବରେ ହୋଲିକା ଦହନ କରାଯାଇଥାଏ, ଏହିଦିନ ବିଶେଷ ଭାବରେ ଭଗବାନ ବିଷ୍ଣୁ ଙ୍କୁ ପୂଜାର୍ଚନା କରାଯିବାର ବିଧାନ ରହିଛି, ଯାହାଦ୍ୱାରା ଧନ , ଐଶ୍ୱର୍ଯ୍ୟ, ସୁଖ-ସମୃଦ୍ଧି ଓ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ l ଏହିଦିନ ଭଗବାନ ନୃସିଂହ ଯିଏକି ଶ୍ରୀହରୀ ବିଷ୍ଣୁ ଙ୍କର ଚତୁର୍ଥ ଅବତାର ବୋଲି ଗ୍ରହଣ କରାଯାଇଥାଏ , ତାଙ୍କର ପୂଜା କରାଯାଇଥାଏ l

* ଦୋଳ ପୁର୍ଣିମା ଦିନ ଭଗବାନ ବିଷ୍ଣୁ ଙ୍କ ନିକଟରେ ହଳଦିଆ ପୁଷ୍ପ, ହଳଦିଆ ବସ୍ତ୍ର, ହଳଦିଆ ପ୍ରସାଦ ଯେପରିକି ଲଡୁ ଦାନ କରିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l  ଆଜିର ଦିନରେ ଗୋପାଳ ମାନଙ୍କୁ ବସ୍ତ୍ର, ମିଷ୍ଟାନ ଦାନ କରିବା ଆବଶ୍ୟକ, ଏହାଦ୍ୱାରା ସମସ୍ତ କଷ୍ଟ ନିବାରଣ ହୋଇଥାଏ l

* ଦାମ୍ପତ୍ୟ ଜୀବନ ର ସୁଖ ପାଇଁ ଆଜିର ଦିନରେ ରାଧାକୃଷ୍ଣ ଙ୍କ ଯୁଗଳ ମୂର୍ତି ନିକଟରେ ମୟୁର ଚନ୍ଦ୍ରିକା, ଫଗୁ ରଙ୍ଗ, ବଇଁଶୀ, ଅର୍ପଣ କରନ୍ତୁ l  ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ l

* ଆଜିର ଦିନରେ ମଧ୍ୟ ଗୋ ସେବା ର ଅନେକ ମହତ୍ୱ ରହିଛି, ଯଦି ଆମେ ଏହିଦିନ ଗୋସେବା କରିବା ତେବେ ଜୀବନ ସୁଖମୟ ହୋଇଥାଏ l ଏବଂ ବିଭିନ୍ନ ଗ୍ରହ ଙ୍କ ଶୁଭ ପ୍ରକୋପ ରାଶି ଉପରେ ମଧ୍ୟ ରହିଥାଏ l ଆଜି ଯଦି ଆମେ ଗୋ ମାତା ଙ୍କୁ ହଳଦୀ ପାଣିରେ ଗାଧୋଇ ଅରୁଆ ଚାଉଳ, ଦୁବ ବରକୋଳି ପତ୍ର ପକାଇ ପୂଜା କରିବା ଏବଂ ଗୋମାତା ଙ୍କୁ ଅରୁଆ ଚାଉଳ ଦୁବ ଘାସ ଓ ପାଚିଲା କଦଳୀ ଖୁଆଇବା ତେବେ ସମସ୍ତ ଗ୍ରହ ଙ୍କ ଶୁଭ ଦୃଷ୍ଟି ଲାଭ କରିବା l

Leave A Reply