Odisha news

୬୪ ବର୍ଷ ପରେ ଦୋଳପୂର୍ଣ୍ଣିମା ଓ ରମଜାନ ଜୁମା ଗୋଟିଏ ଦିନରେ ପଡୁଛି

0

ଦୋଳ ପୂର୍ଣିମା  ହିନ୍ଦୁ ଧର୍ମ ର ଗୋଟିଏ ପ୍ରମୁଖ ପର୍ବ, ଯାହାକି ରଙ୍ଗ, ପ୍ରେମ ଓ ସମୃଦ୍ଧିର ପ୍ରତୀକ, ଏହି ପର୍ବ ପ୍ରତ୍ୟେକ ବର୍ଷ ଫାଲଗୁନ ପୂର୍ଣିମା ଦିନ ପାଳନ କରାଯାଇ ଥାଏ, ଦୋଳ ପୂର୍ଣିମା ହେଉଛି ଅସତ୍ୟ ଉପରେ ସତ୍ୟ ର ଜୟ l ଅନ୍ୟ ପକ୍ଷରେ ରମଜାନ ଯାହାକି ଇସ୍ଲାମ ଧର୍ମ ର ସବୁଠୁ ପବିତ୍ର ମାସ ଅଟେ ଓ ଏହି ମାସରେ ମୁସଲମାନ ମାନେ ରୋଜା ରଖି ଥାଆନ୍ତି, ଚଳିତ ବର୍ଷ ହୋଲି ରେ ରମଜାନ ଗୋଟିଏ ଦୁର୍ଲଭ ସଂଯୋଗ ଅଟେ l ଆସନ୍ତୁ ଜାଣିବା କେତେ ବର୍ଷ ପରେ ଏଭଳି ସଂଯୋଗ ଘଟିଛି l

ହୋଲି ରେ ରମଜାନ ର ମିଳନ ଗୋଟିଏ ବିଶେଷ ମୁହୂର୍ତ ଅଟେ, ଯାହାକି ଉଭୟ ସମୁଦାୟ ମଧ୍ୟରେ ଭାଇଚାରା ଓ ଏକତା କୁ ବଢ଼ାଇଥାଏ l ହୋଲି ଓ ରମଜାନ ୧୯୬୧ ରେ ଏକ ସାଙ୍ଗରେ ପଡିଥିଲା l ଏହା ସେତେବେଳେ ହୋଇଥାଏ ଯେତେବେଳେ ହିନ୍ଦୁ ପଞ୍ଚାଙ୍ଗ ରେ ଫାଲଗୁନ ପୂର୍ଣିମା ଓ ଇସ୍ଲାମିକ କ୍ୟାଲେଣ୍ଡର ରେ ରମଜାନ ଗୋଟିଏ ମାସରେ ପଡିଥାଏ l ଚଳିତ ବର୍ଷ ୬୪ ବର୍ଷ ପରେ ଦୋଳ ପୂର୍ଣିମା ଓ ରମଜାନ ଜୁମା ଗୋଟିଏ ଦିନରେ ପଡୁଛି l

ହୋଲି ଓ ରମଜାନ ର ସଂଯୋଗ ଗୋଟିଏ ଦୁର୍ଲଭ ଘଟଣା ଅଟେ, ଯାହାକି ହିନ୍ଦୁ ଓ ମୁସଲମାନ ସମୁଦାୟ ପାଇଁ ଗୋଟିଏ ମହତ୍ଵପୁର୍ଣ ଅବସର, ଏହି ଘଟଣା ଉଭୟ ଧର୍ମ ମଧ୍ୟରେ ଏକତା ଓ ଭାଇଚାରା କୁ ବୃଦ୍ଧି କରିଥାଏ l ଏବଂ ଉଭୟ ସମୁଦାୟ ପାଇଁ ଏହା ମହତ୍ଵପୁର୍ଣ ପର୍ବ ଅଟେ l

Leave A Reply