Odisha news

ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା : ଦାମ୍ପତ୍ୟ ଜୀବନ ସୁଖମୟ ହେବା ପାଇଁ ଓ ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କରନ୍ତୁ ଏହି ଉପାୟ

0
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା କୁ ଦୋଳ ପୂର୍ଣ୍ଣିମା କୁହାଯାଇଥାଏ । ହିନ୍ଦୁ ଧର୍ମରେ ପ୍ରତ୍ୟେକ ମାସର ବିଶେଷ ମହତ୍ୱ ରହିଛି । ୧୨ ଟି ମାସର ୧୨ ଟି ପୂର୍ଣ୍ଣିମା ଅଟେ । ପୂର୍ଣ୍ଣିମା ହେଉଛି ମାସର ଶେଷ ଦିନ । ଦୋଳ ପୂର୍ଣ୍ଣିମା ଫାଲଗୁନ ମାସର ଶେଷ ଦିନ, ଏହାଛଡା ଏହି ଦିନଟି ହିନ୍ଦୁ ଧର୍ମରେ ଗୋଟିଏ ବିଶେଷ ଦିନ । ଏହିଦିନ ଟିରେ ବିଶେଷ ଭାବରେ ରାଧାକୃଷ୍ଣ ଙ୍କୁ ମିଳିତ ଭାବରେ ପୂଜା କରାଯାଇ ଥାଏ ।
* ମାନ୍ୟତା ରହିଛି ଯେ ଯଦି ଦୋଳ ପୂର୍ଣ୍ଣିମା ଦିନ ନିଜ ଦାମ୍ପତ୍ୟ ଜୀବନ କୁ ସୁଖମୟ କରିବାକୁ ଚାହୁଁଛନ୍ତି ତେବେ ଶିବ ଲିଂଗରେ ପଳାଶ ଫୁଲ ଅର୍ପଣ କରନ୍ତୁ । ଏପରି କଲେ ଅବିବାହିତ ବ୍ୟକ୍ତି ଙ୍କ ର ଲକ୍ଷ୍ମୀଙ୍କ ଭଳି ଜୀବନ ସାଥୀ ଲାଭ ହେବ ଓ ବିବାହିତ ବ୍ୟକ୍ତି ଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
* ଶ୍ରୀକୃଷ୍ଣ ଙ୍କୁ ଫାଲଗୁନ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣିମା ଦିନ ମାଳତୀ , ପଳାଶ ଓ ଚମ୍ପା ଫୁଲ ଅର୍ପଣ କରନ୍ତୁ । ଏପରି କରିବା ଦ୍ବାରା ବୈବାହିକ ଜୀବନ ସୁଖମୟ ହେବ ଏବଂ ଲକ୍ଷ୍ମୀ ଙ୍କ କୃପା ଲାଭ ହେବ ।
* ଯଦି ବିବାହ କାର୍ଯ୍ୟରେ ବାଧା ଦେଖା ଦେଉଛି ତେବେ ଆଜିର ଦିନରେ ଶ୍ରୀକୃଷ୍ଣ ଙ୍କୁ କେତକୀ ଫୁଲ ଅର୍ପଣ କରନ୍ତୁ । ନଚେତ୍ କେତକୀ ଫୁଲ ର ଇତର ଅର୍ପଣ କରନ୍ତୁ । ଏହାଦ୍ବାରା ସମସ୍ତ ଅସୁବିଧା ଦୂର ହେବ ।
* ଫାଲଗୁନ ମାସରେ ଚନ୍ଦ୍ର ପୂଜା କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଏହାଛଡା ଦୋଳ ପୂର୍ଣ୍ଣିମା ଦିନ ଚନ୍ଦ୍ର ଙ୍କୁ ଦୁଗ୍ଧ , ଦହି ଓ ମିଶ୍ରି ଅର୍ପଣ କରିବା ଦ୍ୱାରା ଦାରିଦ୍ର୍ୟ ଦୂର ହୋଇଥାଏ । ଆଜିର ଦିନରେ ଚନ୍ଦ୍ର ଆଲୋକ ରେ ବସି ଓଁ ସଂ ସୋମାୟ ନମଃ ୧୦୮ ଥର ଜପ କରନ୍ତୁ ।
* ମା ଲକ୍ଷ୍ମୀ ଙ୍କୁ ଦୋଳ ପୂର୍ଣ୍ଣିମା ରେ ବେଲ ପତ୍ର ଅର୍ପଣ କରିବା ସହିତ ଲକ୍ଷ୍ମୀ ଙ୍କ ନିକଟରେ ନଡ଼ିଆ ଅର୍ପଣ କରନ୍ତୁ। ଏହାଦ୍ବାରା ଆର୍ଥିକ ଅନାଟନ ଦୂର ହେବ ।
* ଯଦି ଦାମ୍ପତ୍ୟ ଜୀବନ କୁ ସୁଖମୟ କରିବାକୁ ଚାହୁଁଛନ୍ତି ତେବେ ଦୋଳ ପୂର୍ଣ୍ଣିମା ଦିନ ରାଧା କୃଷ୍ଣ ଙ୍କୁ ମଲ୍ଲି ଫୁଲ ଓ ମୟୂର ଚନ୍ଦ୍ରିକା ଅର୍ପଣ କରନ୍ତୁ । ଏହାଦ୍ବାରା ବୈବାହିକ ଜୀବନ ସୁଖମୟ ହେବ ।
* ଯଦି ଆପଣ ବ୍ୟବସାୟ ରେ ଅସୁବିଧାର ସମୁଖୀନ କରୁଛନ୍ତି , ତେବେ ଆଜିର ଦିନରେ ଲକ୍ଷ୍ମୀ ଙ୍କ ନିକଟରେ ଶ୍ରଫଳ ଅର୍ପଣ କରନ୍ତୁ ଓ ନିଜ ବ୍ୟବସାୟ ପ୍ରତିଷ୍ଠାନ ରେ ଶ୍ରୀ ଯନ୍ତ୍ର ସ୍ଥାପନା କରନ୍ତୁ । ପ୍ରତିଦିନ ଏଠାରେ ଗୋଟିଏ ଘିଅ ଦୀପ ପ୍ରଜ୍ବଳିତ କରନ୍ତୁ ।
Nalco
Leave A Reply