Odisha news

ମାଲିକ ସମାଧି ପାଖରେ କୁକୁର 15 ଦିନ ଜଗିବସିଥିଲା , ତା ପରେ ……….

0

ଯେତେବେଳେ ଆମେ ବିଶ୍ୱସ୍ତ ବିଷୟରେ କଥା ହେଇଥାଉ କୁକୁର ମାନଙ୍କର ଉଦାହରଣ ପ୍ରଥମେ ଦେଇଥାଉ l କାରଣ କୁହାଯାଏ ଯେ କୁକୁର ମାନେ ବିଶ୍ୱରେ ଯେତେ ଯିବଜନ୍ତୁ ଅଛନ୍ତି ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ ବିଶ୍ୱସ୍ତ ଅଟନ୍ତି ,ମଣିଷ ମାନଙ୍କ ଠାରୁ ମଧ୍ୟ ତାଙ୍କୁ ଉର୍ଦ୍ଧରେ ରଖାଯାଇଛି l କୁକୁରକୁ ଗୋଟିଏ ଗୃହ ପାଳିତ ପଶୁ ହିସାବରେ ରଖାଯାଏ l କାରଣ ସିଏ ଯେଉଁ ମାଲିକ ପାଖରେ ରୁହେ ତା ସହିତ କେବେବି ବିଶ୍ୱାସ ଘାତକତା କରେ ନାହିଁ l ଘରକୁ କିଏ ଆସିଲା ଗଲା ସମସ୍ତ ତଥ୍ୟ କଥା ନକହି ପାରିଲେ ମଧ୍ୟ ଭୁକିକି ଜଣାଇଥାଏ l ତା ପାଇଁ ଘରର ସମସ୍ତ ସଦସ୍ୟ ନିର୍ଭୟରେ ରାତିରେ ସୋଇ ପାରନ୍ତି l କେବଳ ଘରେ ନୁହେଁ ପୋଲିସ ବାହିନୀ ଓ ସେନା ବାହିନୀରେ ମଧ୍ୟ କୁକୁରର ଅନେକ ମହତ୍ୱ ରହିଛି l କୁକୁରର ଆଘ୍ରାଣ ଶକ୍ତି ଖୁବ ପ୍ରଖର ଅଟେ l ଆମେ ଅନେକ ଥର ଟେଲିଭିଜନରେ ଦେଖିଛେ କେବଳ ଚୋର ଠାରୁ ନୁହେଁ ଅନେକ ପ୍ରକାର ମାରାତ୍ମକ ଯିବଜନ୍ତୁ ମାନଙ୍କ ଠାରୁ ମଧ୍ୟ କୁକୁର ରକ୍ଷା କରିଥାଏ l ଆଜି ଆମେ ଜାଣିବା ଏହିପରି ଏକ ବିଶ୍ଵସ୍ଥ କୁକୁର ବିଷୟରେ l

ଚେନାଇର ଗୋଟିଏ ୧୮ ବର୍ଷର ପିଲା ସଡକ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିଲା l ୫ ବର୍ଷ ପୂର୍ବରୁ ସେ ଗୋଟିଏ କୁକୁର ଛୁଆକୁ ନିଜ ଘରକୁ ଆଣି ପାଳିଥିଲା l ପିଲାଟିର ମୃତ୍ୟୁ ପରେ ଘର ଲୋକମାନେ ତାକୁ ମଶାଣିରେ ସମାଧି ଦେଇ ଫେରି ଆସିଲେ l ସେମାନେ ଯେତେବେଳେ ମଶାଣୀକୁ ଯାଇଥିଲେ ତାଙ୍କ ସହିତ ଏହି କୁକୁର ଟମି ମଧ୍ୟ ଯାଇଥିଲା l ଘରଲୋକ ସମସ୍ତେ ପଳାଇ ଆସିଲେ କିନ୍ତୁ ଟମି ୧୫ ଦିନ ପର୍ଯ୍ୟନ୍ତ ତାର ମାଲିକର ସମାଧି ପାଖରେ ଜଗିରହିଲା l ଖରାବର୍ଷାକୁ ଖାତିର ନକରି ତା ମାଲିକର ସମାଧିକୁ ନଖରେ ରାମ୍ପି ଭୁକୁଥାଏ ଓ କାନ୍ଦୁଥାଏ l ଗାଡ଼ି ମଟରର ପେଁ ପାଁ ଭିତରେ ତାର ଭୁକିବାର ଶବ୍ଦ ଲୋକମାନଙ୍କ ପାଖରେ ପହଁଚୁ ନଥାଏ l

ସେତେବେଳେ ଟମି ଭୁଲି ଯାଇଥାଏ ଭୋକସୋସ  କଣ l ଗୋଟିଏ ସଂସ୍ଥାର ପ୍ରବଂଧଙ୍କ ନଜର ଟମି ଉପରେ ପଡିଲା ,ତାଙ୍କ ନାମ ହେଲା ଡାନ ବିଲିୟମ୍ସ l ସେ କିଛି ଲୋକଙ୍କୁ ଡାକି ତାମିକୁ ସେଠାରୁ ନେବାକୁ ଚେଷ୍ଟା କଲେ କିନ୍ତୁ ଟମି ରାଗରେ ଗୋଡ଼ାଇବାକୁ ଲାଗିଲା ଓ ମାଲିକର ସମାଧିକୁ ନଖରେ ରାମ୍ପିବାକୁ ଆରମ୍ଭ କଲା l ତା ପରେ ଡାନ ବିଲିୟମ୍ସ ଆଖପାଖ ଲୋକଙ୍କୁ କୁକୁରଟି ବିଷୟରେ ପଚାରିବାକୁ ଲାଗିଲେ ,ଜଣେ ଯୁବକ କହିଲା ଏହା ଭାସ୍କରର କୁକୁର l ଭାସ୍କରର ସଡକ ଦୁର୍ଘଟଣାରେ ଆଜିକୁ ୧୫ ଦିନ ତଳେ ମୃତ୍ୟୁ ହୋଇଯାଇଛି l ତାର ୫0 ବର୍ଷୀୟ ମା ଗୋଟିଏ ମଜଦୁର ଅଟେ l ଯିଏ ଏହି ପାଖ ବସ୍ତିରେ ରହୁଛି l

ଏହା ପରେ ବିଲିୟମ୍ସ ଭାସ୍କରର ମା କୁ ସାକ୍ଷାତ କଲେ ଓ ଟମି ବିଷୟରେ କହିଲେ l ଭାସ୍କରର ମା କହିଥିଲେ ଯେ ମୋ ପୁଅର ମୃତ୍ୟୁ ପରେ ଟମି କେଉଁଆଡେ ଚାଲିଯାଇଛି l ମୁଁ କେବଳ ଏତିକି ଦେଖିଥିଲି ମୋ ସହିତ ସେ ସମାଧି ପର୍ଯ୍ୟନ୍ତ ଯାଇଥିଲା l ମୋ ପୁଅ ତମିକୁ ବହୁତ ଭଲ ପାଉଥିଲା l ଟମି ମଧ୍ୟ ତା ପଛେପଛେ ସବୁଆଡେ ଯାଏ l ସେଦିନ ସକାଳୁ ସେ ଗଲା ବେଳେ ଟମି ତାର ଲୁଗାପଟାକୁ ଦାନ୍ତରେ କାମୁଡି ଅଟକାଇବାକୁ ଚେଷ୍ଟା କରିଥିଲା l ସତେକି ତାକୁ ଆଗକୁ ଘଟିବାକୁ ଥିବା ଘଟଣା ବିଷୟରେ ସବୁ କିଛି ଜଣ ଥିଲା l ଏକଥା କହିଲା ବେଳେ ଭାସ୍କରର ମା କାନ୍ଦି ଉଠିଥିଲେ l ତାପରେ ସେହି ଲୋକମାନଙ୍କ ସହିତ ଭାସ୍କରର ସମାଧିକୁ ପାଖକୁ ଯାଇ ଟମିକୁ ଧରି ବହୁତ କାନ୍ଦିଥିଲେ l ଟମି ମଧ୍ୟ ତାଙ୍କୁ ଦେଖି ଭୁକିଭୁକି ତା ମାଲିକ ବିଷୟରେ କିଛି କହିବାକୁ ଚେଷ୍ଟା କରୁଥିଲା l ଭାସ୍କରର ମା ଟମିକୁ ନିଜ ସହିତ ଘରକୁ ନେଇ ଆସିଥିଲେ l

Nalco

Leave A Reply