ନୂଆଦିଲ୍ଲୀ : କୁହାଯାଏ ଯେ ବିବାହ ଦୁଇ ଆତ୍ମାଙ୍କ ସହିତ ଦୁଇ ପରିବାରର ମିଳନ ଅଟେ l କିନ୍ତୁ ଆଜି ଆମେ ଯେଉଁ ବିବାହ ବିଷୟରେ କହିବାକୁ ଯାଉଛୁ ଆପଣ ମଧ୍ୟ ଶୁଣିଲେ ନିଜ ହସ ଅଟକାଇ ପାରିବେ ନାହିଁ l ଏହି ଘଟଣାଟି ଘଟିଛି ମଧ୍ୟ ପ୍ରଦେଶର ନିବାଡି ଜିଲ୍ଲାରେ l ଯେଉଁଠାରେ ଏପରି ଏକ ବିବାହ କାର୍ଯ୍ୟ ହୋଇଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା l ଗାଁ ର ଲୋକମାନେ ଦୁଇଟି ମୁକ ଜୀବଙ୍କର ବିବାହ କରାଇଥିଲେ ,ଏହି ବିବାହ ହିନ୍ଦୁ ରୀତିନୀତିରେ ସମ୍ପୂର୍ଣ କରାଯାଇଥିଲା l
ଏହି ବିବାହରେ ବର ସାଜିଥିଲେ ଗୋଟିଏ କୁକୁର ଯାହାର ନାମ ଗୋଲୁ ଓ କନ୍ୟା ସାଜିଥିଲେ ଗୋଟିଏ ମଇ କୁକୁର ଯାହାର ନାମ ରଶ୍ମୀ l କେବଳ ଏତିକି ନୁହେଁ ଏହି ବିବାହ କାର୍ଯ୍ୟରେ ୮୦୦ ଲୋକଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା l ଘଟଣାଟି ଘଟିଥିଲା ଏହି ପରି ପୁଛିକର ଗୁବା ଗାଁର ଲୋକମାନେ ଅନେକ ଦିନରୁ ପାଣିର ସମସ୍ୟାକୁ ସମ୍ମୁଖୀନ କରୁଥିଲେ l ନିଜର ଅସୁବିଧାକୁ ଦୂର କରିବା ପାଇଁ ସେମାନେ ଗୋଟିଏ ଉପାୟ ଭାବରେ ଏହି ଦୁଇ କୁକୁରଙ୍କର ବିବାହ କରାଇଥିଲେ l ଗ୍ରାମବାସୀ ମାନଙ୍କର ଧାରଣା ରହିଛି ଯେ ଯଦି ଦୁଇଟି ମୁକ ଜୀବଜନ୍ତୁଙ୍କର ବିବାହ କରାଯାଏ ତେବେ ଇନ୍ଦ୍ରଦେବ ଖୁସି ହୋଇଥାନ୍ତି l
ଏହା ପରେ ଗ୍ରାମର ଜଣେ ବ୍ୟକ୍ତି ମୁଲଚନ୍ଦ ନିଜର କୁକୁର ରଶ୍ମୀର ବିବାହ ଉତ୍ତରପ୍ରଦେଶରେ ରହୁଥିବା ଅଶୋକ ଯାଦବଙ୍କ କୁକୁର ଗୋଲୁ ସହିତ କରାଇଥିଲେ l ବିବାହ ପରେ ସମସ୍ତେ ରୀତିନୀତି ଅନୁସାରେ ରଶ୍ମୀକୁ ବିଦା କରିଥିଲେ l ଗୋଲୁର ମାଲିକ ଅଶୋକ ଯାଦବ କହିଛନ୍ତି ଯେ ଏହି ବିବାହ ଦ୍ୱାରା ଗାଁ ଲୋକମାନଙ୍କର ପାଣି ସମସ୍ୟା ଦୂରହେବ l ସେ ଆହୁରି ମଧ୍ୟ କହିଛନ୍ତି ଗାଁ ର ମହିଳା ମାନେ ପାଣି ପାଇଁ ପ୍ରତେକ ଦିନ ହଇରାଣ ହୋଇଥାନ୍ତି ଓ ଅନେକ ଦୁରକୁ ଯାଇ ପାଣି ଆଣିଥାନ୍ତି l ତାଙ୍କର ଏହି ଅସୁବିଧାକୁ ଆଖିଆଗରେ ରଖି ସମସ୍ତ ଗ୍ରାମବାସୀ ମିଳିତ ଭାବରେ ଏହି ବିବାହ କାର୍ଯ୍ୟ କରାଇଥିଲେ ଓ ଭଗବାନଙ୍କୁ ପ୍ରାଥନା କରିଥିଲେ ଗ୍ରାମରୁ ପାନୀୟ ଜଳ ସମସ୍ୟା ଦୂର ହେଉ l
