Odisha news

କାହିଁକି ହିନ୍ଦୁ ଧର୍ମରେ କୁକୁରକୁ ମାନ୍ୟତା ଦିଆଯାଇ ଥାଏ ଓ କଣ ରହିଛି ଏହା ପଛର ଧାର୍ମିକ କାରଣ

0

ଆମ ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ କୁକୁର କୁ ଖାଇବାକୁ ଦେବାର ନିୟମ ରହିଛି l ଯେତେବେଳେ ମଣିଷ ଜୀବନରେ ଶନି , ରାହୁ , କେତୁ ମିଳିତ ଭାବରେ ଅଶୁଭ ଫଳ ଦେଇ ଥାଆନ୍ତି ସେତେବେଳେ ରାଜା ମଧ୍ୟ ରଙ୍କ ହୋଇଯାଏ l ସାରା ଜୀବନ ର ରୋଜଗାର ନଷ୍ଟ ହୋଇଯାଏ l ଚାକିରୀ, ବ୍ୟବସାୟ ଓ ଦାମ୍ପତ୍ୟ ଜୀବନ ରେ ବିଭିନ୍ନ ଅସୁବିଧା ଦେଖା ଦେଇଥାଏ l

ମାନ୍ୟତା ଅନୁସାରେ ହିନ୍ଦୁ ଧର୍ମରେ କୁକୁରକୁ ଘରର ପ୍ରଥମ ରୁଟି ଖାଇବାକୁ ଦିଆ ଯାଇଥାଏ l ସମସ୍ତେ ଏହି କାର୍ଯ୍ୟ କରିଥିଲେ ମଧ୍ୟ ଏହା ପଛର କାରଣ ବିଶେଷ ଭାବରେ ଜାଣି ନଥାଆନ୍ତି l

ପୌରାଣିକ କଥାରେ କୁକୁରର ବର୍ଣନା –
ବ୍ୟବହାରିକ ଭାବରେ ଦେଖିବାକୁ ଗଲେ କୁକୁର ଗୋଟିଏ ଏଭଳି ଯିବ ଯିଏକି ସୃଷ୍ଟିର ଆରମ୍ଭରୁ ମଣିଷ ସହିତ ରହିଛି l ଧାର୍ମିକ ପୁସ୍ତକରେ ମଧ୍ୟ କୁକୁର ର ବର୍ଣନା ହୋଇଛି l ଯାହାଦ୍ୱାରା କୁକୁର ର ମହତ୍ୱ ଆହୁରି ବଢି ଯାଇଥାଏ l

– କୁହାଯାଏ ଯେ ମହାଦେବ କୁକୁରର ପ୍ରାର୍ଥନା ଯୋଗୁଁ ତାକୁ ବ୍ରହ୍ମ ଜ୍ଞାନ ପାଇବାର ଆଶୀର୍ବାଦ ଦେଇଥିଲେ l ବ୍ରହ୍ମ ଜ୍ଞାନ ପାଇବା ପରେ କୁକୁର ବାବା ଭୈରବ ନାଥ ଯିଏ କି ଶିବ ଙ୍କ ଅଂଶ ତାଙ୍କର ବହନ ହୋଇ ଯାଇଥିଲା l ସେଥିପାଇଁ କୁହାଯାଏ କଳା କୁକୁର କୁ ରୁଟି ଖାଇବାକୁ ଦେବା ଆବଶ୍ୟକ ଓ କୁକୁରକୁ ପ୍ରଥମ ରୁଟି ଦିଆଯାଇ ଥାଏ l

– ଶନି ଦେବଙ୍କ ବାହାନ ମଧ୍ୟରେ କୁକୁର ମଧ୍ୟ ଗୋଟିଏ ବହନ ଅଟେ l ତେଣୁ କୁକୁରକୁ ଖାଇବାକୁ ଦେଲେ ଶନି ସନ୍ତୁଷ୍ଟ ହୋଇ ଥାଆନ୍ତି l

– ଭଗବାନ ଦତ୍ତାତ୍ରୟ ଙ୍କ ଫଟୋ ରେ କୁକୁର ଥିବାର ଦେଖିବାକୁ ପାଇଥାଉ l ଶାସ୍ତ୍ରରେ ବର୍ଣନା ହୋଇଛି ଯେ ଏହା କୁକୁର ନୁହେଁ ଏହା ଚାରିବେଦ ଅଟେ ଓ କଳିଯୁଗ ରେ ସର୍ବଦା ଦତ୍ତାତ୍ରୟ ନିକଟରେ ରହିବେ କାହିଁକି ନା ଭଗବାନ ବିଷ୍ନୁ ରେ ବେଦ ଗୁଡିକୁ ରକ୍ଷା କରିବାର ତାଙ୍କୁ ବଚନ ଦେଇଥିଲେ l

– ଅନ୍ୟ ଗୋଟିଏ ଧାର୍ମିକ କଥା ଅନୁସାରେ କୁକୁରକୁ ନେଇ ମହାଭାରତ ରେ ବର୍ଣନା ମିଳିଛି l  ପାଣ୍ଡଵ ମାନଙ୍କର ସତ୍ୟ ଓ ଧର୍ମର ପରୀକ୍ଷା ସମୟରେ ଯମରାଜ କୁକୁର ରୂପ ଧାରଣ କରିଥିଲେ l ଏହି ପରୀକ୍ଷାରେ କେବଳ ଯୁଧିଷ୍ଠିର ଓ କୁକୁର ସ୍ୱର୍ଗକୁ ଯାଇଥିଲେ l

Nalco
Leave A Reply