ନୂଆଦିଲ୍ଲୀ : ରୁଷରେ କିଛି ବୁଲା କୁକୁରଙ୍କୁ ଦେଖି ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l କାରଣ କୁକୁର ମାନଙ୍କ ତ୍ୱଚା ଦେଖିବାକୁ ସାଧାରଣତଃ କଳା ,ଧଳା କିମ୍ବା ମାଟିଆ ହୋଇଥାଏ l କିନ୍ତୁ ଦେଖିବାକୁ ମିଳିଥିଲା କୁକୁର ମାନଙ୍କର ତ୍ୱଚା ନୀଳ ହୋଇଯିବ l ସୋସିଆଲ ମିଡିଆରେ ଏହି କୁକୁର ମାନଙ୍କର ଫଟୋ ଭାଇରାଲ ହେବାରେ ଲାଗିଲା l ଏହି କୁକୁର ଗୁଡିକ ରୁଷର ଡେଜହିଁସ ଦେଖା ଯାଇଥିଲେ l ଏହି ସହରରେ ସୋଭିଏତ ସଂଘ ସମୟରୁ ଗୋଟିଏ ରାସାୟନିକ ପ୍ଲାଣ୍ଟ ରହିଛି l ଏହା ଏକ ବଡ଼ ରସାଇନୀକ ଦ୍ରବ୍ୟ ଯୋଗାଉଥିବା ପ୍ଲାଣ୍ଟ ଅଟେ ,ଯେଉଁଠାରେ ହାଇଡ୍ରୋସୈନିକ ଏସିଡ ଓ ପ୍ଲେକ୍ସି ଗ୍ଲାସ ପ୍ରସ୍ତୁତ କରାଯାଇଥାଏ l
କୁହାଯାଉଛି ଯେ ଏହି ପ୍ଲାଣ୍ଟରୁ ବାହାରୁଥିବା କେମିକାଲ ଦ୍ୱାରା ଏହି କୁକୁର ମାନଙ୍କର ରଙ୍ଗ ନୀଳ ହୋଇ ଯାଇଛି l ଏହି ପ୍ଲାଣ୍ଟଟି ଦୀର୍ଘ ୬ ବର୍ଷ ହେଲାଣି ବନ୍ଦ ହୋଇ ଯାଇଛି କାରଣ ଆର୍ଥିକ ପରିସ୍ଥିତି କାରଣରୁ ଏହା ବନ୍ଦ ହୋଇଥିଲା l କପର ସଲଫେଟ କାରଣରୁ ବେଳେବେଳେ ଶରୀରରେ ଲଗାଇବା ଦ୍ୱାରା ପୋଡା ହେବ ସହିତ କୁଣ୍ଡାଇ ମଧ୍ୟ ହୋଇଥାଏ l ଏହି କୁକୁର ମାନଙ୍କ ଶରୀର ମଧ୍ୟ ସେହି କେମିକାଲ ଦ୍ୱାରା ଆକ୍ରାନ୍ତ ହୋଇ ଏପରି ରଙ୍ଗର ଦେଖା ଦେଇଛି l ସେଠାକାର ସ୍ଥାନୀୟ ପ୍ରଶାସନ କୁକୁର ମାନଙ୍କୁ ଧରିବା ପାଇଁ ବ୍ୟବସ୍ଥା କରିଛନ୍ତି ଏବଂ ଏହାର ଅନୁସନ୍ଧାନ ଚଳାଇଛନ୍ତି l
Comments are closed.