Odisha news

ଚୀନ୍‌ରେ ଭାରତୀୟ ଡାକ୍ତରଙ୍କ ବ୍ରୋଞ୍ଜ୍‌ ପ୍ରତିମା

0

ମାଓ ଜେଡଙ୍ଗଙ୍କ ନେତୃତ୍ୱରେ ହୋଇଥିବା ଚାଇନିଜ୍‌ ରିଭୋଲୁ୍ୟଶନ୍‌ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇଥିବା ଭାରତୀୟ ଡାକ୍ତର ଦ୍ୱାରକାନାଥ କୋଟନିସ୍‌ ଚୀନ୍‌ରେ ଖୁବ୍‌ ଲୋକପ୍ରିୟ ହୋଇଥିଲେ । ଆସନ୍ତା ମାସରେ ଉତ୍ତର ଚୀନ୍‌ର ସିଜିୟାଝୁଆଙ୍ଗସ୍ଥିତ ଏକ ମେଡିକାଲ ସ୍କୁଲ ବାହାରେ ତାଙ୍କର କାଂସ୍ୟ ପ୍ରତିମା ଅନାବରଣ କରାଯିବ । ଏହି ପ୍ରତିମାର ନାମ ରହିବ ‘କେ ଦିହୁଆ’ । ମହାରାଷ୍ଟ୍ର ସୋଲାପୁରର ମୂଳ ନିବାସୀ ଡ. କୋଟନିସ୍‌ ୧୯୩୮ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଚୀନ୍‌କୁ ସାହାଯ୍ୟ କରିବା ପାଇଁ ଭାରତୀୟ ଜାତୀୟ କଂଗ୍ରେସ ଦ୍ୱାରା ପଠାଯାଇଥିବା ଡାକ୍ତରଙ୍କ ୫ ଜଣିଆ ଟିମ୍‌ରେ ଥିଲେ । ସେ ୧୯୪୨ରେ କମୁ୍ୟନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି)ରେ ସାମିଲ ହୋଇଥିଲେ । ସେହି ବର୍ଷ ୩୨ ବର୍ଷରେ ତାଙ୍କର ମୃତୁ୍ୟ ହୋଇଥିଲା । ଶିଜିୟାଝୁଆଙ୍ଗର ଦିହୁଆ ମେଡିକାଲ ସାଇନ୍ସ ସେକେଣ୍ଡାରୀ ସ୍ପେଶାଲାଇଜ୍‌ଡ ସ୍କୁଲ ତାଙ୍କ ନାମରେ ନାମିତ ହେବା ସହିତ ଶିଜିୟାଝୁଆଙ୍ଗ ଓ ହୁବେଇ ପ୍ରଦେଶର ରାଜଧାନୀ ଓ ତାଗଜିଆନ୍‌ କାଉଣ୍ଟିରେ କୋଟିନ୍ସଙ୍କ ସ୍ମାରକ ରହିଛି ।

Leave A Reply