Odisha news

ବୈତରଣୀ ନଦୀର ସମ୍ଭାବ୍ୟ ବନ୍ୟାକୁ ନେଇ ନିର୍ବାହୀ ଯନ୍ତ୍ରୀଙ୍କ କ୍ଷତ୍ର ପରିଦର୍ଶନ : ପ୍ରଶାସନ ତତ୍ପର

0

ଦୋବଲ,ତା୧୦/୮ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଦୋବଲ ଅଂଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବର୍ଷା ଯୋଗୁଁ ଚାଷ ଜମିରେ ଜଳମଗ୍ନ ହେବସହିତ ଗୃହପାଳିତ ପଶୁ ଗାଈ, ଗୋରୁ ଓ ଛେଳି ମେଣ୍ଢା ଘରୁ ବାହାରି ପାରୁନାହାନ୍ତି ସେହିପରି ବିଭିନ୍ନ ଗ୍ରାମରେ ଡ୍ରେନେଜ ସୁବିଧା ନଥିବାରୁ ବର୍ଷା ଜଳ ନିଷ୍କାସନ ନହୋଇପାରି ଗ୍ରାମ ରାସ୍ତା ମାନଙ୍କରେ ଆଣ୍ଠୁଏ ପାଣି ଜମି ରହି ତେବେ ଦୋବଲ ବଜାରରେ ଉଭୟ ପାର୍ଶ୍ୱରେ ଜବର ଦଖଲ ବୃଦ୍ଧି ଯୋଗୁ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷାଜଳ ମଧ୍ୟ ନିଷ୍କାସନ ହୋଇପାରୁ ନାହିଁ । ଫଳରେ ସେଠାରେ ବର୍ଷା ଜଳ ଲହଡି ମାରୁଛି ଯାହା ଫଳରେ ଯାତାୟାତରେ ଘୋର ବାଧା ସୃଷ୍ଟି ହେଉଛି । କୋଚିଳା ଓ ଗେଙ୍ଗୁଟି ନଦୀବନ୍ଧର ରାମେଶ୍ୱରପୁର, କଣ୍ଟାଦା, କଣ୍ଟିଦୋଳ, ଭାଗତପୁର ଓ ତିନିଘରିଆ ଆଦି ସ୍ଥାନରେ ବନ୍ଧ ନିର୍ମାଣ ଅସପୂର୍ଣ ଥିବାରୁ ଯାତାୟାତ ସହିତ ସମ୍ଭାବ୍ୟ ବନ୍ୟା ପାଇଁ ଲୋକେମାନେ ଭୟଭୀତ ଅଛନ୍ତି । ବୈତରଣୀ ନଦୀର ଉପରେ ମୁଣ୍ଡରେ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି ।

ବୈତରଣୀ ନଦୀର ଆଖୁଆପଦ ଠାରେ ବିପଦସଙ୍କେତ ୧୭.୮୩ ମିଟର ଥିବାବେଳେ ଆଜି – ୬ଟା ସୁଧା ୧୭.୦୩ ମିଟର ଉପରେ ବନ୍ୟାଜଳ ପ୍ରଭାବିତ ହେଉଛି । ଆଜି ସନ୍ଧ୍ୟାରେ ଉପର ମୁଣ୍ଡରେ ଅଧିକ ବର୍ଷା ନହେଲେ ବନ୍ୟା ହେବାର ସମ୍ଭବନା ନାହିଁ ବୋଲି ଜଳସେଚନ ଅଧିକାରୀ ପ୍ରକାଶ କରିଛନ୍ତି । ତେବେ ସମ୍ଭାବ୍ୟ ବନ୍ୟାକୁ ଆଖିଆଗରେ ରଖି ଯାଜପୁର ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ଶରତ ଚନ୍ଦ୍ର ଘଡାଇ, ଧାମନଗର ଜଳସେଚନ ବିଭାଗର ସହକାରୀଯନ୍ତ୍ରୀ କିଶୋର ଚନ୍ଦ୍ର ଦାସ ଓ ଧୀରେନ ପାଣି ପ୍ରମୁଖ ବୈତରଣୀ ନଦୀର ଗୌରଙ୍ଗପୁର ଓ ମଲିମାହାର ଏସକେପ ସହିତ ବୈତରଣୀ କୋଚିଲା ଓ ଗେଙ୍ଗୁଟି ନଦୀବନ୍ଧ ଆଦି ସ୍ଥାନ ପରିଦର୍ଶନ କରି ଫେରିଛନ୍ତି । ସେହିପରି ଧାମନଗର ବିଡ଼ିଓ ଦୁର୍ଗା ଚରଣ ମୁର୍ମୁ ଓ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ବିଭିନ୍ନ ଏସକେପ ଅଂଚଳ ପରିଦର୍ଶନ କରିଛନ୍ତି । ନଦୀର ସେପରି ବଡ ଧରଣର ବନ୍ୟା ହେବାର ସମ୍ବବନା ନାହିଁ ତେବେ ପ୍ରଶାସନ ସମ୍ପୂର୍ଣ ଭାବରେ ସଜାଗ ରହିଛି ବୋଲି ବିଡ଼ିଓ ଦୁର୍ଗା ଚରଣ ମୁର୍ମୁ ପ୍ରକାଶ କରିଛନ୍ତି । ପ୍ରଶାସନ ପକ୍ଷରୁ ୬ଟି ବୋଟ ମହଜୁଦ ରଖାଯାଇଛି ବୋଲି ତହସିଲଦାର ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି

Nalco
Leave A Reply