ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ମନୁଷ୍ୟ ଅନ୍ୟ ମାନଙ୍କର ସାହାଯ୍ୟ କରିଥାଏ ଓ ଭଲ ଚିନ୍ତା କରିଥାଏ ତା ଉପରେ ସାବୁବେଳେ ଭଗବାନଙ୍କ ଆଶୀର୍ବାଦ ରୁହେ l ଅନେକ ଥର ଅଧିକାଂଶ ଲୋକ କୁହନ୍ତି ଯେ ଆମେ କିଛି ଭଗବାନଙ୍କ ପାଖରୁ ସଂକେତ ପିଉଛୁ ,ଆଉ କିଛି ଲୋକ ସଂକେତ ପାଇଲେ ମଧ୍ୟ ତାହାକୁ ବୁଝିପାରନ୍ତି ନାହିଁ l ଆଜି ଆମେ ଆପଣଙ୍କୁ କିଛି ଏପରି ସଂକେତ ବିଷୟରେ କହିବୁ ଯାହା ଆପଣଙ୍କୁ ଭଗବାନଙ୍କ କୃପା ପାଇବାର ଇସାରା କରୁଥିବା ,ହିନ୍ଦୁ ଧର୍ମରେ ଏହି ସଂକେତ ମାନଙ୍କର ଅନେକ ମହତ୍ୱ ରହିଛି l
ଏହି ସଂକେତ ମାନଙ୍କରୁ ଜଣା ପଡିଥାଏ ଈଶ୍ୱରଙ୍କ କୃପା –
* ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କୁ ସ୍ୱପ୍ନରେ ଦେବଦେବୀ ଦେଖାଯାଆନ୍ତି କିମ୍ବା ଆପଣ କୌଣସି ପୂଜା ପାଠର ସ୍ୱପ୍ନ ଦେଖନ୍ତି ତେବେ ଆପଣଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ରହିଛି ବୋଲି ଜାଣିବେ l ଏହା ଦ୍ୱାରା ଆପଣଙ୍କର ସମସ୍ତ ଅସୁବିଧାରେ ପଡିଥିବା କାମ ହୋଇଯିବ l
* ଶାସ୍ତ୍ର ଅନୁସାରେ ଘଟିବାକୁ ଥିବା ଯେ କୌଣସି ଘଟଣା ପୂର୍ବରୁ ଆଭାସ ମିଳିଯିବ ତେବେ ଜାଣିବେ ଯେ ଆପଣଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ରହିଅଛି ଏବଂ ସେ ଆପଣଙ୍କୁ ସତର୍କ କରାଇ ଦେଇଛନ୍ତି l
* ଯଦି ଘରେ ଓ ସମାଜରେ ଆପଣଙ୍କ ମାନସମ୍ମାନ ରହିଛି ଏବଂ ଲୋକମାନେ ଆପଣଙ୍କ କଥାକୁ ମହତ୍ୱ ଦେଉଛନ୍ତି ତେବେ ଜଣାନ୍ତୁ ଆପଣଙ୍କ ଉପରେ ଦୈବୀ କୃପା ରହିଛି l
* ଯଦି ଆପଣଙ୍କୁ ରାତିରେ ଗଭୀର ନିଦ୍ରାରେ ସୋଇଥିବା ବେଳେ ଅଚାନକ ଆପଣଙ୍କୁ ଅନୁଭବ ହେବ ଯେ କିଏ ଆପଣଙ୍କୁ ଡାକୁଛି l କିନ୍ତୁ ଆଖି ଖୋଲିବା ବେଳକୁ ଦେଖିବେ କୌଣସି ବ୍ୟକ୍ତି ସେଠାରେ ନାହାନ୍ତି l ତେବେ ଜାଣି ଯାନ୍ତୁ ଯେ ଆପଣଙ୍କ ଆଡକୁ କୌଣସି ଦୈବୀ ଶକ୍ତି ଇସାରା କରୁଛି l
