Odisha news

“ଅମ୍ଫାନ”ବାତ୍ୟାର ନାମ କେଉଁ ଦେଶ ଦେଇଥିଲା : ଆପଣ ଜାଣନ୍ତି କି ବାତ୍ୟା ନାମକରଣ କେମିତି ହୁଏ ଓ କେଉଁ ଦେଶ ଏହି ନାଁ ଦେବାରେ ସାମିଲ ଅଛନ୍ତି

0

By Padmaja Pattanaik : ଚକ୍ରବାତୀ  ତୋଫାନ ଅମ୍ଫାନ ଓଡିଶା ଓ ପଶ୍ଚିମ ବଙ୍ଗଳା ର କିଛି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିଛି l  ପବନର ଗତି ପ୍ରଖର ରହିବା ସହିତ ପ୍ରବଳ ବର୍ଷା ମଧ୍ୟ ହଉଚି l  କଲିକତାର ମୌସମୀ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଶ୍ରୀଯୁକ୍ତ ଜି .କେ .ଦାସ  କହିଛନ୍ତି ଯେ ଏହି ଚକ୍ରବର୍ତୀ ତୋଫାନ କୋଡିଏ ତାରିଖ ଦିନ ଦିପହରରୁ ନେଇ ସନ୍ଧ୍ୟା ମଧ୍ୟରେ ଭୀଷଣ ରୂପରେ ପରିଣତ ହେବ l  ଏହାଦ୍ୱାରା ପଶ୍ଚିମ ବଙ୍ଗଳା ଓ ବାଂଲାଦେଶ ବିଶେଷ ପ୍ରଭାବିତ ହେବା ର କେନ୍ଦ୍ରସ୍ଥଳି ଓଡ଼ିଶାର ପାରାଦୀପରୁ 980 କିଲୋମିଟର ଦକ୍ଷିଣରେ ସୃଷ୍ଟି ହୋଇଛି l

ଆଜି ଆମେ ଆପଣମାନଙ୍କୁ କହିବୁ ଚକ୍ରବତୀ ତୋଫାନର ନାମକରଣ କିପରି ହୋଇଥାଏ l

  1. ଦୁନିଆରେ ଯେତେ ଗୁଡିଏ ବାତ୍ୟା ର ନାମ ନିର୍ଧାରଣ ହୁଏ ତାହାକୁ ପାଞ୍ଚଟି କମିଟି ର ପରାମର୍ଶ କ୍ରମେ ନିର୍ଧାରଣ କରାଯାଏ l ଏହି ପାଞ୍ଚଟି କମିଟି ଗୁଡିକ ହେଲା , ଇସକେପ ଟାଇଫୁନ କମିଟି ,   ଇସକେପ ପ୍ୟାନେଲ ଅଫ ଟ୍ରାପିକଲ ସାଇକ୍ଳନ କମିଟି , ଆର ଏ ୱାନ  ସାଇକ୍ଳନ କମିଟି , ଆର ଆର .ଏ – 4 ,ଆର ଏ-5 ଟ୍ରାପିକାଲ ସାଇକ୍ଳନ କମିଟି l
  2. ସର୍ବପ୍ରଥମେ ବିଶ୍ୱର ମୌସୁମୀ ବିଜ୍ଞାନ ସଂଗଠନ ଗୁଡିକ ଚକ୍ରବାତୀ ତୋଫାନର ନାମ ରଖିବା ପ୍ରକ୍ରିୟା ଆରମ୍ଭ କଲେ l କିନ୍ତୁ ଭାରତରେ ବାତ୍ୟାର ନାମ ଦେବାର ପ୍ରକ୍ରିୟା 2004 ମସିହାରେ ଆରମ୍ଭ ହେଲା , ଭାରତ ସହିତ ପାକିସ୍ତାନ ,ବାଂଲାଦେଶ , ଶ୍ରୀଲଙ୍କା ,ମାଳଦୀପ ,ମିଆଁମାର ,ଓମାନ ଓ ଥାଇଲାଣ୍ଡ ପ୍ରଭୃତି ଦେଶର ଏଥିରେ ସାମିଲ ହେଲେ l ଏହି ଆଠଟି ଦେଶ ତରଫ ରୁ ଦିଅ ଯାଇଥିବା ନାମ ଗୁଡ଼ି କର ପ୍ରଥମ ଅକ୍ଷର ଅନୁସାରେ ତାଙ୍କର କ୍ରମିକ କରଯାଏ l ଆଉ ସେହି କ୍ରମ ଅନୁସାରେ ବାତ୍ୟା ଗୁଡ଼ିକର ନାମ ରଖାଯାଏ |

3.ଏହି ଆଠଟି ଦେଶ world meteorological organization ଙ୍କୁ ବାତ୍ୟା ମନଙ୍କର ନାମ ର ତାଲିକା ଦେଇଥାନ୍ତି | ଭାରତ ଦେଇଥିବା ନାମ ଗୁଡିକ ହେଲା ଅଗ୍ନି ,ବିଜୁଳି ,ମେଘ ,ସାଗର ଓ ଆକାଶ ଇତ୍ୟାଦି | ପାକିସ୍ତାନ ଦେଇଥିବା ନାମ ଗୁଡିକ ହେଲା ବୁଲବୁଲ ,ଟିଟିଲି ,ନିଲୋଫର | ଏହି ନାମ ମାନଙ୍କ ମଧ୍ୟରୁ W .M .O  ବାତ୍ୟା ଗୁଡିକର ନାମ ରଖି ଥାଏ |

  1. ଅମ୍ଫାନ ତୋଫାନ ର ନାମ 2004 ମସିହା ରେ ତିଆରି ହୋଇ ଥିବା ନାମ ମାନଙ୍କ ତାଲିକା ରେ ଶେଷ ନାମ ଥିଲା | ଏ ନାମ ଟି ଥାଇଲାଣ୍ଡ ଦେଇଥିଲା |
  2. ଯଦି ଏହି 5ଟି ଦେଶ ମଧ୍ୟ ରୁ କୌଣସି ଦେଶରେ ବାତ୍ୟା ଆସେ ତେବେ ଦିଆଯାଇଥିବା ନାମ ମାନଙ୍କ ମଧ୍ୟ୍ୟ ରୁ ଗୋଟିଏ ନାମ ବଛାଯାଏ | ଭାରତ ରେ ଦସ ବର୍ଷ ପର୍ଯ୍ୟନ୍ତ ଗୋଟିଏ ନାମ କୁ ଦ୍ଵିତୀୟ ଥର ବ୍ୟବହାର କର ଯାଏ ନାହିଁ | ଏହି ଥର ଥାଇଲାଣ୍ଡ ତରଫ ରୁ ନାମ ବଛାଯିବାର ପ୍ରକ୍ରିୟା ଥିଲା ତେଣୁ ଏହି ବାତ୍ୟା ର ନାମ ” ଅମ୍ଫାନ ” ରଖ ଗଲା |
  3. ଆମେରିକା ରେ ପ୍ରତ୍ୟେକ ବର୍ଷ ବାତ୍ୟା ମାନଙ୍କର 21ଟି ନାମର ତାଲିକା ପ୍ରସ୍ତୁତ କରାଯାଏ | ଇଂରାଜୀ ଅକ୍ଷରର ପ୍ରତ୍ୟେକ ଅକ୍ଷର ଅନୁସାରେ ଗୋଟିଏ ଲେଖାଏଁ ନାମ ରଖାଯାଏ | କିନ୍ତୁ ‘Q ‘ ,’U ‘ ,’X ‘ ,’Y ‘ , ‘Z ‘ ଏହି 5ଟି ଅକ୍ଷର ରେ କୌଣସି ନାମ ରଖାଯାଏ ନାହିଁ | ଯଦି ଗୋଟିଏ ବର୍ଷ ରେ 21ଟି ରୁ ଅଧିକ ବାତ୍ୟା ହୁଏ ତେବେ ଗ୍ରୀକ ଅକ୍ଷର ଅନୁସାରେ ଆଲଫା ,ବିଟା ,ଗlମ୍ମା ଇତ୍ୟାଦି ରଖାଯାଏ |
Leave A Reply