୫-ଟି ଅନ୍ତର୍ଗତ ଫାର୍ମପଣ୍ଡରେ ସମନ୍ୱିତ ଚାଷ ଦ୍ୱାରା ଚାଷୀର ଆୟ ବହୁଗୁଣିତ ହେବ-ନିର୍ଦେଶକ ଶ୍ରୀ ପଣ୍ଡା ନିର୍ଦେଶକ ଓ ଜିଲ୍ଲାପାଳଙ୍କ ମିଳିତ କ୍ଷେତ୍ର ପରିଦର୍ଶନ
ଢେଙ୍କାନାଳ, ୧୦ା୧ : ଢେଙ୍କାନାଳ ଜିଲ୍ଲାରେ ୫-ଟି ଅନ୍ତର୍ଗତ ଏନଆରଇଜିଏସ୍ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଜଳ ବିଭାଜିକା ପ୍ରକଳ୍ପ ନିଦେ୍ର୍ଦଶକ ପ୍ରଫୁଲ୍ଲ ପଢିଆରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଫାର୍ମପଣ୍ଡ କାର୍ଯ୍ୟ ଚାଲୁଅଛି । ଏହାର ତଦାରଖ କରିବାକୁ ରାଜ୍ୟ ଜଳ ବିଭାଜିକା ପ୍ରକଳ୍ପ ବିଭାଗର ନିଦେ୍ର୍ଦଶକ ହେମନ୍ତ କୁମାର ପଣ୍ଡା ଓ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଆଜି କାମାକ୍ଷାନଗର ବ୍ଲକର କୁସୁମଜୋଡି ପଂଚାୟତର ମହୁଲି ଗ୍ରାମରେ ବିଭାଗ ପକ୍ଷରୁ ବ୍ୟକ୍ତିଗତ ଭାବେ ଚାଷୀ କରିଥିବା ଫାର୍ମପଣ୍ଡ ଓ ସମନ୍ୱିତ ଚାଷକୁ ବୁଲି ଦେଖିଥିଲେ । ଏହି ଗ୍ରାମର ମନୋଜ ନାୟକ ଓ ମନ୍ମଥ ସାହୁ ୨ ଜଣ ହିତାଧିକାରୀ ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ବିଭାଗରୁ ୧.୯୯ ଲକ୍ଷ ଟଙ୍କା ନେଇ ୨ଟି ଫାର୍ମପଣ୍ଡ ନିର୍ମାଣ କରିବା ସହିତ ପ୍ରାୟ ୨.୫ ଏକରରୁ ଉଦ୍ଧ୍ୱର୍ ଜମିରେ ପନିପରିବା ଚାଷକରି ୨ ଲକ୍ଷରୁ ଅଧିକ ଟଙ୍କା ଆୟ କରିଛନ୍ତି ଚାଷୀ ି ସୂଚନା ଦେଇଥିଲେ ।
ଚାଷୀ ମନୋଜ ନାୟକଙ୍କ କହିବା ଅନୁସାରେ ଗତ ବର୍ଷ ସରକାରୀ ଭାବରେ ଥିବା ଏକ ପୋଖରୀରୁ ଜଳସେଚନ କରି ୬୦ହଜାର ଟଙ୍କା ରୋଜଗାର କରିଥିବା ବେଳେ ଚଳିତ ବର୍ଷ ନିଜେ ଫାର୍ମପଣ୍ଡ କରି ଏହି ଅଦ୍ୟାବଧି ୨ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି ବୋଲି କହିଥିଲେ । ଚଳିତ ବର୍ଷ ୨୩ଟି ଫାର୍ମପଣ୍ଡ ନିର୍ମାଣ କରାଯିବା ପାଇଁ ଅନୁମୋଦନ ମିିଳିଛି ବୋଲି ଜଳବିଭାଜିକା ପ୍ରକଳ୍ପ ନିଦେ୍ର୍ଦଶକ ଶ୍ରୀ ପଢିଆରୀ ସୂଚନା ଦେଇଥିଲେ । ଫାର୍ମପଣ୍ଡ ଦ୍ୱାରା ପନିପରିବା ଚାଷ,ମାଛଚା୍ଷ ଏବଂ ପୋଖରୀ ହୁଡାରେ କଦଳୀ, ନଡିଆ ଓ ସଜନାଗଛ ପ୍ରଭୃତି ଅର୍ଥ ଉପାର୍ଜନକାରୀ ଫସଲ ଚାଷ କରାଯାଇଛି । ପରେ ପରେ ନିଦେ୍ର୍ଦଶକ ଶ୍ରୀ ପଣ୍ଡା ଏବଂ ଜିଲ୍ଲାପାଳ ଶ୍ରୀ ବେହେରା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ କରାଯିବା ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଏହି କାର୍ଯ୍ୟ ବାବଦକୁ ୧୦ ହଜାରରୁ ଉଦ୍ଧ୍ୱର୍ ଟଙ୍କା ପ୍ରାପ୍ୟ ପ୍ରଦାନ କରାଯାଇଥିଲା ।
ଅଧିକ ସଂଖ୍ୟାରେ ଫାର୍ମପଣ୍ଡ ଗୁଡିକ ତତ୍ୱାବଧାନ କଲେ ସେମାନେ ଏହି କାର୍ଯ୍ୟରୁ ଅଧିକ ଅର୍ଥ ରୋଜଗାର କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ବେହେରା ଗୋଷ୍ଠୀ ସଦସ୍ୟାମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଚଳିତ ବର୍ଷ ୨ହଜାର ୮୧୨ଟି ଫାର୍ମପଣ୍ଡ ନିର୍ମାଣ କରାଯିବା ନିମନ୍ତେ ଅନୁମୋଦନ ଲାଭ କରିଥିବା ବେଳେ ୬ଶହରୁ ଉଦ୍ଧ୍ୱର୍ ଫାର୍ମପଣ୍ଡ କାର୍ଯ୍ୟ ଚାଲୁରହିଛି ବୋଲି ଜଳବିଭାଜିକା ପ୍ରକଳ୍ପ ନିଦେ୍ର୍ଦଶକ ଶ୍ରୀ ପଢିଆରୀ ସୂଚନା ଦେଇଛନ୍ତି । ଆଜିର ଏହି ପରିଦର୍ଶନ ସମୟରେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ରାଜକିଶୋର ନାୟକ,ଜିଲ୍ଲା ମୂଖ୍ୟ ପଶୁସମ୍ପଦ ଅଧିକାରା ଜଗନ୍ନାଥ ନନ୍ଦ, କାମାକ୍ଷାନଗର ସହକାରୀ ମୂର୍ତିକା ସଂରକ୍ଷଣ ଅଧିକାରୀ ସମ୍ପଦ ସ୍ୱରୂପ ସାମଲ ପ୍ରମୂଖଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଚାଷୀମାନେ ଉପସ୍ଥିତ ଥିଲେ ।
