Odisha news

ଦୀପାବଳୀ ରେ ଭୁଲ ରେ ସୁଧା କରନ୍ତୁ ନାହିଁ ଏହି ୬ଟି କାମ

0

ଆଜି ହେଉଛି ଆଲୋକର ପର୍ବ ଦୀପାବଳୀ, ଦୀପାବଳୀ ଉତ୍ସବ କୁ ଆମେ ସୁଖ ସମୃଦ୍ଧି ର ପର୍ବ ବୋଲି କହିଥାଉ l କିନ୍ତୁ ଏହିଦିନ କିଛିଟା ଏଭଳି କାର୍ଯ୍ୟ ରହିଛି ଯାହାକୁ କରିବା ଉଚିତ ନୁହେଁ l ଯାହାଦ୍ୱାରା ଜୀବନ ରେ ସୁଖ ସମୃଧିରେ ବାଧା ଆସିଥାଏ l

– ଦୀପାବଳୀ ଅମାବାସ୍ୟା ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରିବା ଜରୁରୀ l ଅମାବାସ୍ୟା ରେ ଡେରିରେ ଉଠିଲେ ଐଶ୍ୱର୍ଯ୍ୟ ହାନି ହୋଇଥାଏ l

– ଏହିଦିନ ଗୁରୁଜନ ମାନଙ୍କର ଚରଣ ସ୍ପର୍ଶ କରି ଆଶୀର୍ବାଦ ନିଅନ୍ତୁ, ଏବଂ କାହାରି ଅନାଦର କରନ୍ତୁ ନାହିଁ l

– ଅମାବାସ୍ୟା ଦିନ ଘର ସଫା ସୁତୁରା କରି ଦୀପ ଦାନ କରିବା ଆବଶ୍ୟକ l ଅସ୍ଵଛ ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ l

– ଦୀପାବଳୀ ଦିନ ଝାଡୁ ପୂଜା କରାଯାଇ ଥାଏ , ତେଣୁ ଆଜିର ଦିନରେ ଝାଡୁ କିଣି ଲକ୍ଷ୍ମୀ ପୂଜନ କରନ୍ତୁ l ଝାଡୁ ରେ ଲକ୍ଷ୍ମୀଙ୍କ ବାସ ହୋଇଥିବାରୁ ଏଥିରେ ଗୋଡ଼ ମାରିବା ଉଚିତ ନୁହେଁ l

– ଦୀପାବଳୀ ଦିନ ସନ୍ଧ୍ୟା ପୂର୍ବରୁ ଘରର ଆବର୍ଜନା ବାହାର କରି ଫିଙ୍ଗି ଦିଅନ୍ତୁ l ସନ୍ଧ୍ୟା ପରେ ଘରୁ ଆବର୍ଜନା ଫିଙ୍ଗିବା ଉଚିତ ନୁହେଁ l

– କଦାପି ଆଜିର ଦିନରେ ଘରେ କଳି ଝଗଡା କରନ୍ତୁ ନାହିଁ , ଏହାଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l

Leave A Reply