Odisha news

ଦୀପାବଳୀ ଧମାକା : ହିରୋ କମ୍ପାନୀ ଫ୍ରି ରେ ଦେଉଛି ଇଲେକ୍ଟ୍ରିକ୍ ସ୍କୁଟର

ନୂଆଦିଲ୍ଲୀ : ଦେଶର ସବୁଠୁ ବଡ଼ ଟୁ ହୁଇଲର କମ୍ପାନୀ ହିରୋ ମୋଟୋକର୍ପ ଦୀପାବଳୀ ରେ ନିଜର କଷ୍ଟମର୍ ମାନଙ୍କୁ ଫ୍ରି ରେ ଘରକୁ ଇଲେକ୍ଟ୍ରିକ୍ ସ୍କୁଟର ନେବାର ସୁଯୋଗ ଆଣି ଦେଇଛି । ଆଜ୍ଞା ହଁ , ଏହା କମ୍ପାନୀ ର ଗୋଟିଏ ଲକି ଡ୍ର ଅଫର୍ ଅଟେ , ଯାହାର ଆରମ୍ଭ ଅକ୍ଟୋବର ୭ ତାରିଖ ରୁ ହୋଇ ସାରିଛି । ଏହି ଅଫର୍ ୩୦ ଦିନ ପର୍ଯ୍ୟନ୍ତ ଚାଲିବ ।
କଣ ରହିଛି ନିୟମ –
ଲକି ଡ୍ର ଅନୁସାରେ କମ୍ପାନୀ ର କୌଣସି ମଡେଲ ର ଇଲେକ୍ଟ୍ରିକ୍ ସ୍କୁଟର କିଣିବା ସହିତ ଗ୍ରାହକ ମାନଙ୍କୁ ଉକ୍ତ ଅଫର୍ ର ଲାଭ ମିଳିବ । ଏହାର ଅର୍ଥ ଇଲେକ୍ଟ୍ରିକ୍ ସ୍କୁଟର କିଣୁଥିବା ପ୍ରତେକ୍ ବ୍ୟକ୍ତି ଏହି ଅଫର୍ ରେ ଆପେ ଆପେ ସାମିଲ ହୋଇ ଯିବେ । ମାସ ସାରା କମ୍ପାନୀ ପକ୍ଷରୁ ସବୁଦିନ ଗୋଟିଏ ଲକି ଡ୍ର ବାହାର୍ କରାଯିବ । ଯେଉଁ ବ୍ୟକ୍ତିର ଏହି ଲକି ଡ୍ର ରେ ନାମ ବାହାରିବ ତାକୁ ତାର ସ୍କୁଟର ର ଏକ୍ସ ଶୋ ରୁମ୍ ପ୍ରାଇସ୍ ରିଫଣ୍ଡ କରି ଦିଆଯିବ ଓ ସେ ନିଜର ସ୍କୁଟର ମାଗଣାରେ ଘରକୁ ନେଇ ପାରିବେ । ଏହିଭଳି ଭାବରେ କମ୍ପାନୀ ପୁରା ମାସ ସାରା ର ଅଫର୍ ଅକ୍ଟୋବର ୩୦ ତାରିଖ ରେ ଫ୍ରି ଦେବ ।
୪୬୦୦୦ ଟଙ୍କା ମୂଲ୍ୟର କିଣି ପାରିବେ ଇ ସ୍କୁଟର –
କମ୍ପାନୀ କେବଳ ପାର୍ବଣ ସମୟରେ ଇ ସ୍କୁଟର ନେବାର ସୁଯୋଗ ଦେଉଚି । ବରଂ କମ୍ପାନୀକୁ ସମସ୍ତ ଟୁ ହୁଇଲାର ମଡେଲ ଉପରେ ଗ୍ରାହକ ମାନଙ୍କୁ ଏକ୍ସ ଟେଣ୍ଡ ୱାରେଣ୍ଟି ଦିଆ ଯାଇଛି । କମ୍ପାନୀ ର ଏହି ଇଲେକ୍ଟ୍ରିକ୍ ସ୍କୁଟର ର ବୁକୀଙ୍ଗ ୭୦୦ ରୁ ଅଧିକ ଡିଲାର ଙ୍କ ବ୍ୟତୀତ ଅନଲାଇନ୍ ରେ ମଧ୍ୟ କରା ଯାଇ ପାରିବ । ଗ୍ରାହକ ମାନଙ୍କୁ ସ୍କୁଟର ର ଫ୍ରି ହୋମ୍ ଡେଲିଭାରି ଦିଆଯିବ । ଏହା ୪୬, ୦୦୦ ଟଙ୍କାରୁ ଆରମ୍ଭ ହେଉଛି ।
Shares