Odisha news

ଦୀପାବଳୀ ଦିନ ପାଠ କରନ୍ତୁ ଏହି ଦିବ୍ୟ ମନ୍ତ୍ର, ପ୍ରାପ୍ତ ହେବ ମାତା ଲକ୍ଷ୍ମୀଙ୍କ କୃପା

0
ଦୀପାବଳୀ ହେଉଛି ଆଲୋକ ର ପର୍ବ, ଏହିଦିନ ପ୍ରଭୁ ରାମଚନ୍ଦ୍ର ମାତା ସୀତାଙ୍କୁ ଧରି ଅଯୋଧ୍ୟା କୁ ଫେରି ଥିଲେ । ତେଣୁ ଏହିଦିନ ଅମାବାସ୍ୟା ହୋଇଥିବା କାରଣରୁ ଅଯୋଧ୍ୟା ବାସୀ ଦୀପ ଜଳାଇ ଅନ୍ଧାର କୁ ଦୂର କରି ଦୀପାବଳୀ ପାଳନ କରିଥିଲେ । ଦୀପାବଳୀ ଦିନର ମାନ୍ୟତା ଆମ ହିନ୍ଦୁ ଧର୍ମରେ ଖୁବ୍ ଗୁରୁତ୍ଵ ପୂର୍ଣ୍ଣ ଅଟେ । କାରଣ ଏହିଦିନ ଲକ୍ଷ୍ମୀ ଓ ଗଣେଶ ଙ୍କୁ ବିଧି ବଧ ଭାବରେ ପୂଜା କରାଯାଇ ଥାଏ । ମାତା ଲକ୍ଷ୍ମୀ ହେଉଛନ୍ତି ଐଶ୍ୱର୍ଯ୍ୟ ପ୍ରଦୟାନି, ତେଣୁ ତାଙ୍କର କୃପା ଲାଭ କରିବା ଦ୍ୱାରା ଜୀବନ ର ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ । ମାତା ଲକ୍ଷ୍ମୀଙ୍କୁ ଦୀପାବଳୀ ଦିନ ପୂଜା କରିବା ସମୟରେ ବିଶେଷ ମନ୍ତ୍ର ପାଠ କରାଯାଇ ଥାଏ ।
* ଦୀପାବଳୀ ଦିନ ସୂର୍ଯ୍ୟ ପରାଗ ପଡ଼ୁଥିବା କାରଣରୁ ତାର ପୂର୍ବ ଦିନ ଲକ୍ଷ୍ମୀ ଗଣେଶ ଙ୍କ ପୂଜା ବିଧି ବଧ ଭାବରେ କରା ଯିବ ।
* ତେଣୁ ଦୀପାବଳୀ ଦିନ ଲକ୍ଷ୍ମୀଙ୍କ ନିକଟରେ ପଦ୍ମ ଫୁଲ ଅର୍ପଣ କରିବା ଉଚିତ୍ । ଏହାଛଡା ମାତା ଲକ୍ଷ୍ମୀଙ୍କୁ ନାଲି ଓ ହଳଦିଆ ବସ୍ତ୍ର ପିନ୍ଧେଇବା ଉଚିତ୍ । ଏହା ଦ୍ଵାରା ସମୃଦ୍ଧି ବୃଦ୍ଧି ହୋଇଥାଏ ।
* ଗଣେଶ ଙ୍କୁ ଏହିଦିନ ନାଲି ପୁଷ୍ପ ଅର୍ପଣ କରିବା ଉଚିତ୍ । ଏହାଦ୍ବାରା ସିଦ୍ଧି ପ୍ରାପ୍ତ ହୋଇଥାଏ । ଏହାଛଡା ମାନ୍ୟତା ରହିଛି ଯେ ଗଣେଶ ଙ୍କ ପତ୍ନୀ ରିଦ୍ଧି ସିଦ୍ଧି ଙ୍କ କୃପା ପ୍ରାପ୍ତି ହୋଇଥାଏ ।
* ମା ଲକ୍ଷ୍ମୀ ଓ ପ୍ରଭୁ ଗଣେଶ ଙ୍କ ନିକଟରେ ଦୁଗ୍ଧ ରେ ପ୍ରସ୍ତୁତ ଜିନିଷ ପ୍ରସାଦ ଭାବରେ ଅର୍ପଣ କରିବା ଦ୍ୱାରା ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ ।
* ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଠ କରନ୍ତୁ ଏହି ଦିବ୍ୟ ମନ୍ତ୍ର -:
” ଓଁ ଶ୍ରିଂ ହ୍ରିଂ ଶ୍ରିଂ କମଳେ କମଳାୟେ ମମ ପ୍ରସିଦ – ପ୍ରସିଦ ବରଦେ ଶ୍ରିଂ ହ୍ରିଂ ଶ୍ରୀ ମହା ଲକ୍ଷ୍ମୀ ନମଃ । ଓଁ ଶ୍ରୀ ହ୍ରିଂ ଶ୍ରିୟେ ନମଃ ସ୍ୱାହା । “
Nalco
Leave A Reply