Odisha news

ଫୁଲନଖରା : ଜିଲା ଅତିରିକ୍ତ ଚିକିତ୍ସାଧିକାରୀଙ୍କ କୋଭିଡ଼ କେନ୍ଦ୍ର ପରିଦର୍ଶନ

0

ଫୁଲନଖରା : କଟକ ଜିଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ମହାପାତ୍ର ବୁଧବାର ମହୀଧରପଡ଼ା କୋଭିଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି । ବହିରାଗତ ଓଡ଼ିଆମାନଙ୍କ ଆଗମନ ଓ ସେମାନଙ୍କ କ୍ୱାରାଣ୍ଟାଇନ ରହଣୀ ପାଇଁ ଗ୍ରହଣ କରାଯାଇଥିବା ସ୍ୱତନ୍ତ୍ର ବ୍ୟବସ୍ଥାର ସେ ତଦାରଖ କରିବା ସହିତ ଗାଁ ଫେରନ୍ତାଙ୍କ ସଂଖ୍ୟ ବୃଦ୍ଧି ଘଟିଲେ କି କି ପଦକ୍ଷେପ ଗ୍ରହଣ କରାଯାଇପାରିବ ସେ ନେଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ବିଚାର ବିମର୍ଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ପରିଚାଳକ ସଂଧ୍ୟାରାଣୀ ପଣ୍ଡା, ଗାଁ କଲ୍ୟାଣ ସମିତି ସହ ପରିଚାଳକ ଇତିଶ୍ରୀ ମିଶ୍ର, ବାରଙ୍ଗ ବ୍ଲକ ପ୍ରୋଗ୍ରାମ ପରିଚାଳକ ନିହାରବାଳା ମିଶ୍ର, ବ୍ଲକ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରେଖା ଭଗତ, ସ୍ୱାସ୍ଥ୍ୟ କର୍ମୀ ସୁଶାନ୍ତକୁମାର ମତଗଜ ସିଂ, ବିଜୁ ଯୁବ ବାହିନୀ ପର୍ଯ୍ୟବେକ୍ଷକ ଶଶିଭୂଷଣ ଦାଶ, ସମାଜସେବୀ ଅଶୋକ ରଥ, ନଗରୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉମେଶଚନ୍ଦ୍ର ସାହୁ, ସରପଞ୍ଚଙ୍କ ପ୍ରତିନିଧି ନରେନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply