Odisha news

ମନ୍ତ୍ର ଓ ଜିଲ୍ଲାପାଳଙ୍କ କରାଳ କ୍ୱରେଣ୍ଟାଇନ କେନ୍ଦ୍ର ପରିଦର୍ଶନ ପଶ୍ଚିମବଙ୍ଗ ଓ ସୁରଟ ରୁ ଆସିଲେ ୮୧ ଜଣ ନୂଆ ପ୍ରବାସୀ

0

ଜାହାନିଆଁ : କରୋନା ଭାଇରସ୍ ଜନିତ ସମସ୍ୟା ଯୋଗୁଁ ଅସ୍ତରଙ୍ଗ ତହସିଲ ଅଂଚଳରେ ଦେଶ ବିଦେଶରେ ଥିବା ପ୍ରବାସୀ ଓଡିଆଙ୍କର ସୁଅ ଛୁଟିବାରେ ଲାଗିଅଛି । ସୋମବାର ଦିନ ରାଜ୍ୟ ପର୍ଯ୍ୟଟନ ନିଗମର ଏକ ବସରେ ୮୧ ଜଣ ନୁଆ ଓଡିଆ ପ୍ରବାସୀଙ୍କୁ ଅସ୍ତରଙ୍ଗ ଅଣାଯିବା ପରେ ସେମାନଙ୍କୁ ର୍ୟାପିଡ୍ ରେସ୍ପନ୍ସ ଟିମ ଦ୍ୱାରା ସ୍କ୍ରିନିଙ୍ଗ କରାଯାଇ ସୁରେନ୍ଦ୍ର ନାଥ ବିଦ୍ୟାପୀଠ, ସୁନ୍ଦର ଠାରେ ହୋଇଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଅଛି । ସେଠାରେ ମୋଟ ବେଡ ସଂଖ୍ୟା ୧୨୬ ରହଅଛି ବୋଲି ଜଣାପଡିଅଛି ।

ଅପର ପକ୍ଷରେ ଗତକାଲି ଟେଷ୍ଟ କରାଯାଇଥିବା ୧୨୮ ଜଣଙ୍କର ସ୍ୱାର୍ବ ଟେଷ୍ଟ ପାଇଁ ପୁରୀ ପଠାଯାଇଥିବା ବେଳେ ଅଦ୍ୟାବଧି ସେମାନଙ୍କର ରିପୋର୍ଟ ଆସିପାରିନାହିଁ ଓ ଗଠନ ହୋଇଥିବା ୨ ଗୋଟି ର୍ୟାପିଡ୍ ରେସ୍ପନ୍ସ ଟିମ୍ ସୋମବାର ଦିନ ଅତିସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ ହୋଇଥିବା ମାଣ୍ଡୁକି , କେଉଟଜଙ୍ଗା , ପାଟଳଦା,ସୁନ୍ଦର ଆଦି ବୁଲି ସ୍ଥିତି ପରଖି ଛନ୍ତି ।

କରୋନା ଅନ୍ତେବାସୀ ରହୁଥିବା ବହୁ କେନ୍ଦ୍ରରେ ଖାଦ୍ୟ ପେୟର ଅସୁବିଧା ନେଇ ଅନ୍ତେବାସୀଙ୍କ ତରଫରୁ ଅଭିଯୋଗ ପ୍ରତ୍ୟାଭୀଯୋଗ ହୋଇଥିବା ବେଳେ କରାଳ କ୍ୱାରେଣ୍ଟାଇନ ସେଣ୍ଟରରେ ଏହି ପରି ସମସ୍ୟା ଦେଖଦେବାରୁ ୧୩ ଅନ୍ତେବାସୀ ସେଠାରେ ପାଟିତୁଣ୍ଡ କରି ଲୁଚି ପଳାଇ ଯିବାକୁ ବସିଥିବା ବେଳେ ସେଠାରେ ଦାୟିତ୍ୱରେ ଥିବା ନୋଡାଲ ଅଫିସର ସ୍ଥାନୀୟ ପୋଲିସ ଓ ତହସିଲଦାରଙ୍କୁ ଖବର ଦେଇଥିଲେ । ପ୍ରଶାସନିକ ଅଧିକାରୀ ମାନେ ତତ୍କ୍ଷଣାତ ସେଠାରେ ପହଁଚି ଆଲୋଚନା ପର୍ଯ୍ୟାଲୋଚନା କରିବା ପରେ ୧୦ ଜଣଙ୍କୁ ପୁନଃରବାର ସେଠାରେ ରଖାଯାଇଥିବା ବେଳେ ଆଉ ୩ଜଣଙ୍କୁ ସୁନ୍ଦର ହାଇସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଯାଇଅଛି ।

ଉକ୍ତ ଖବର ଜିଲ୍ଲା ପ୍ରଶାସନ ପାଖରେ ପହଁଚିବା ପରେ ଜିଲ୍ଲାପାଳ ବଲୱନ୍ତ ସିଂଓ, କ୍ରୀଡା ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ତହସିଲଦାର ରାଜଲକ୍ଷ୍ମୀ ନାୟକ, ବ୍ଲକ ଅଧ୍ୟକ୍ଷ ସ୍ୱାଧିନ କୁମାର ନାୟକ ଓ ଅସ୍ତରଙ୍ଗ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ପହଁଚି ଅନ୍ତେବାସୀଙ୍କ ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରି ଫେରିଯାଇଥିବା ଜଣାପଡିଅଛି ଓ ଆଜସୁଦ୍ଧା ୬୦୯ଜଣ ପ୍ରବାସୀ ଓଡିଆ ଅସ୍ତରଙ୍ଗ ଫେରିଛନ୍ତି ବୋଲି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଅଧିକାରୀ ଡାକ୍ତର ସଂଜୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।
ତତ୍ପରେ ମନ୍ତ୍ରୀ ଓ ଜିଲ୍ଲାପାଳ ସମ୍ଭାବ୍ୟ ବାତ୍ୟା ଅମ୍ଫାନ କୁ ନେଇ ଉପକୂଳ ଅଂଚଳରେ ହୋଇଥିବା ପ୍ରସ୍ତୁତି ଓ ଅମ୍ପାନ ଦ୍ୱାରା କ୍ଷତିଗ୍ରସ୍ଥ ହେବାକୁ ଥିବା ସାଧାରଣ ଜନତା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ନେଇ କିପରି ଥଇଥାନ କରଯିବ ଓ ସୁସ୍କ ଖାଦ୍ୟ, ପାନୀୟଜଳ, ଯୋଗାଣ, ବିଦ୍ୟୁତ୍ ସରାବରାହ କିପରି ବ୍ୟାଘାତ ନଘଟିବ ସେ ସମ୍ପର୍କରେ ଥିବା ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।

Leave A Reply