ଭଦ୍ରକ : ଜିଲ୍ଳାବାସୀଙ୍କୁ ଜିଲ୍ଲାପାଳଙ୍କ ନିବେଦନ “ଜୁନ୍ ମାସ “ଲକ୍ଡାଉନ’କଟକଣାକୁ ସଂଯମତା ଓ ସତର୍କତାର ସହ ପାଳନ କରନ୍ତୁ’
ଭଦ୍ରକ : ରାଜ୍ୟରେ ଆଗକୁ “କରୋନା’ଆକ୍ରାନ୍ତଙ୍କ ସଂଖ୍ୟା ବଢିବ । ତେଣୁ ଜୁନ୍ ମାସର “ଲକ୍ଡାଉନ’କୋହଳ କଥାକୁ ମନରୁ ଦୂରେଇ ଦେଇ ଲୋକେ କୋଭିଡ୍-୧୯ଆଦେଶନାମା ଅନୁଯାୟୀ ସମସ୍ତ କଟକଣାକୁ ସତର୍କତା ଓ ସଂଯମତାର ସହ ପାଳନ କରିବାକୁ ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଜିଲ୍ଳାବାସୀଙ୍କୁ ନିବେଦନ କରିଛନ୍ତି । ଜିଲ୍ଲାପାଳ ଡ.ଦାସ କହିଛନ୍ତି : “କରୋନା’ ଲଢେଇରେ ଜୁନ୍ ମାସ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କରୋନା ପଜେଟିଭ ହାରକୁ ନିୟନ୍ତ୍ରଣରେ ରଖିବା ପାଇଁ ଜୁନ୍ ମାସରେ କଟକଣାକୁ କଠୋର କରାଯିବା ସହ ଜିଲ୍ଲାରେ ସପ୍ତାହରେ ୨ଦିନ ସର୍ଟଡାଉନ ହେବ । ସପ୍ତାହର ପ୍ରତି ଶନିବାର ଓ ରବିବାର ସବୁ ବନ୍ଦ ରହିବ । ସନ୍ଧ୍ୟା ୫ରୁ ସନ୍ଧ୍ୟା ୭ଟା ଯାଏଁ କଫ୍ୟìର୍ ବଳବତ୍ତର ରହିବ । ସୁରକ୍ଷିତ ଜୀବନ ପାଇଁ ପ୍ରଶାସନ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି ।
ଏହି ସର୍ଟଡାଉନ କଟକଣାର ସୁଫଳ ମିଳିବା ନେଇ ଜିଲ୍ଲାପାଳ ଡ. ଦାସ ଆଜି ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି । ଏହି ନିବେଦନରେ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ସତର୍କ ଓ ସୁରକ୍ଷିତ ରହିବା ସହ ଅଯଥାରେ ବୁଲାବୁଲିରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି । ବିଶେଷ କରି ବୟସ୍କ, ୧୦ବର୍ଷରୁ କମ୍ ଶିଶୁ ଓ ରୋଗାଗ୍ରସ୍ତ ତଥା ଗର୍ଭବତୀମାନେ ଘରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଯେଉଁମାନେ ନିୟମକୁ ଉଲ୍ଲଘଂନ କରିବେ ସେଇମାନେ ଦଣ୍ଡିତ ହେବେ । ନିଜ ସୁରକ୍ଷା ନିଜ ହାତରେ । ଘରୁ ବାହାରକୁ ଗଲେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବା, ଜନଗହଳି ଠାରୁ ଦୂରେଇ ରହିବା, ଦୋକାନବଜାର ଓ କର୍ମକ୍ଷେତ୍ର ଆଦିରେ ଅଧିକ ଲୋକଥିବା ସ୍ଥାନରେ ଅନୁ୍ୟନ ୨ମିଟର ଦୂରତା ବଜାୟ ରଖିବା ଓ ସର୍ବଦା ମାକ୍ସ ବାନ୍ଧିବା କୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି ।
ତେବେ ଦଣ୍ଡ ଦେବା ଆମର ଉଦ୍ଦେଶ୍ୟ ନୁହେଁ । ସମସ୍ତଙ୍କ ଜୀବନରକ୍ଷା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ଡ. ଦାସ କହିଛନ୍ତି । ଯେଉଁ ବ୍ୟବସାୟୀକ ପ୍ରତିଷ୍ଠାନ କିମ୍ବା ମାର୍କେଟିଂ ସ୍ଥାନ ଗୁଡିକ ସାମାଜିକ ଦୂରତା ରକ୍ଷା ନକରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ବିଡିଓ, ତହସିଲଦାର ଓ ପୌରନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ରାଜ୍ୟ-ରାଜ୍ୟ ମଧ୍ୟରେ ଯାତାୟତ କଟକଣା ପ୍ରତ୍ୟାହାର ହେବା ପରେ ଟ୍ରେନ ଓ ଉଡାଜାହାଜ ନିୟମିତ ଚାଲିବ । ଫଳରେ ରାଜ୍ୟ ବାହାର ଲୋକମାନେ ଅଧିକ ସଂଖ୍ୟାରେ ଗାଁକୁ ଫେରିବା ନିଶ୍ଚିତ । ଏହା ଜିଲ୍ଲା ପାଇଁ ଚିନ୍ତାର କାରଣ । ପ୍ରବାସୀମାନଙ୍କୁ ଚିହ୍ନଟ କରି ତଥ୍ୟ ପ୍ରଦାନ ସହ ଥଇଥାନ ପାଇଁ ପଞ୍ଚାୟତ ପ୍ରତିନିଧି, ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଆନୁଷ୍ଠାନିକ କ୍ୱାରେନଟାଇନ୍ରେ ସେମାନଙ୍କ ଥଇଥାନ ପାଇଁ ବ୍ୟବସ୍ଥା କରାଯାଇଥିବା ସମ୍ପର୍କରେ ସୂଚନା ଦେଇଥିଲେ । ତେଣୁ ଜୁନ୍ ମାସ ଲକ୍ଡାଉନ କଟକଣାକୁ ଜିଲ୍ଲାବାସୀ ସତର୍କତା ଓ ସଂଯମତାର ସହ ମାନିବାକୁ ଜିଲ୍ଲାପାଳ ଡ.ଦାସ ନିବେଦନ କରିଛନ୍ତି ।