ଧର୍ମଶାଳା,୧୨ । ୫: ଧର୍ମଶାଳାବ୍ଲକ ପରିସରରେ ଆଜି ପୂର୍ବାହ୍ନରେ କୋଭିଡ୍ ୧୯କୁ ନେଇ ଜିଲାପାଳ ରଞନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରୀ ସ୍ତରରେ କରାଯାଇଥିବା ଉଦ୍ୟମର ଏକ ସମିକ୍ଷା କରାଯାଇଥିଲା ।
ଏହି ବ୍ଲକ ଅଧିନରେ ଥିବା ୪୫ଗୋଟି ପଞ୍ଚାୟତରେ ସ୍ଥିତିକୁ ନେଇ ଆଲୋଚନା ହୋଇଥିଲା । ଏଥିରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି,ପ୍ରକଳ୍ପ ଅଧିକାରୀ ଇନ୍ଦ୍ରମଣି ନାୟକ,ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଧର୍ମଶାଳା ତସସିଲଦାର ସରୋଜ କୁମାର ପଣ୍ଡା,ବିଡିଓ ସ୍ମିତା ରଥ,ଥାନା ଅଧିକାରୀ ସରୋଜ କୁମାର ସାହୁ, ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ,ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି କରୋନାକୁ ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ ।
ସେହି ପରି ଧର୍ମଶାଳା ଅଞ୍ଚଳରେ ୧୫୦ରୁ ଉର୍ଦ୍ଧ କ୍ୱାରେଣ୍ଟାଇନ ସେଣ୍ଟର କରାଯାଇଛି । ସେହି ସେଣ୍ଟର ଗୁଡିକରେ ବିଭିନ୍ନ ରାଜ୍ୟରୁ ଆସିଥିବା ଲୋକ ମାନଙ୍କୁ ରଖାଯାଇଛି । ସେମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି । ଧର୍ମଶାଳା ବ୍ଲକର ଦୁଇ ଜଣ କରୋନା ଚିହ୍ନଟ ହୋଇଛନ୍ତି । ସେମାନେ ଦେଉଦା ପଞ୍ଚାୟତର ମାଝିପାଟଣା ଓ ପଟୁଣିଆ ପଞ୍ଚାୟତର ଶଖଂ ଗ୍ରାମର । ଏହାକୁ ଦୃଷ୍ଟିରେ ରଖି ଦେଉଦା ପଞ୍ଚାୟକୁ ପ୍ରଶାସନ ୧୪୪ ଜାରୀ କରିବା ସହିତ କାଏମା ପରିବା ହାଟକୁ ସିଲ କରିଛି ।
ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ କିଭଳି ଭାବରେ ମୁକାବିଲା କରାଯାଇପାରିବ ସେ ନେଇ ପ୍ରତି ବ୍ଲକରେ ଗୁରୁତ୍ୱ ପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଅଛି । ସେହି ପରି ଆଜି ଧର୍ମଶାଳା ବ୍ଲକରେ କିଭଳି ଆଗକୁ କରୋନା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ ସେ ଦିଗରେ ଜିଲା ପ୍ରାାସନ ଦୃଢ ପଦକ୍ଷେପ ନେବାକୁ ଯାଇ ବ୍ଲକ ପରିସରରେ ବିଧାୟକ ଶ୍ରୀ ବଳବନ୍ତ ରାୟଙ୍କ ଉପସ୍ଥିତିରେ ସମିକ୍ଷା ବୈଠକ ଆୟୋଜନ କରାଯାଇଥିଲା