Odisha news

ଜିଲ୍ଲା କୃଷି ନିର୍ଦ୍ଧାରଣ କମିଟି ବୈଠକ : ଅଧିକ ଫସଲ ଉପିାଦନ ଓ କୃଷିଋଣ ସହଜରେ ପ୍ରଦାନ ଲାଗି ଜିଲ୍ଲାପାଳଙ୍କ ଗୁରୁତ୍ୱ

0

ଭଦ୍ରକ : ଆଜି ଭଦ୍ରକ ଜିଲ୍ଳା କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛଇ । ପରିବର୍ତ୍ତିତ ଜଳବାୟୁକୁ ଦୃଷ୍ଟିରେ ରଖି ଅଧିକ ଅମଳ ଓ ଗୁଣାତ୍ମକମାନର ଫସଲ ଉପିାଦନ କରିବାକୁ ଜିଲ୍ଲାପାଳ ଡ.ଜ୍ଞାନ ଦାସ ଗୁରୁତ୍ୱ ଦେଇଛନ୍ତି । ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କୃଷି ନିର୍ଦ୍ଧାରଣ କମିଟି ବୈଠକ ଖରିଫ୍‍-୨୦୨୦ ବୈଠକରେ ଜିଲ୍ଲାପାଳ ଡ.ଦାସ ଅଧ୍ୟକ୍ଷତା କରି କୋଭିଡ୍‍ ଗାଇଡ ଲାଇନ ଅନୁଯାୟୀ ଗ୍ରାମାଞ୍ଚଳରେ କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କୃଷି ବିଭାଗ ଅଧିକାରୀ ପରାମର୍ଶ ଦେଇଥିଲେ । ଜିଲ୍ଳାରେ ଦେଶୀ ଧାନର ଉପିାଦନ ବୃଦ୍ଧି ସହ ଜୈବିକ ସାର ପ୍ରୟୋଗ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ ।

ସେହିପରି ଧାନ ପରେ ପରେ ଅଣଧାନ ଚାଷ ଫସଲ ବିଭିନ୍ନ କରଣ କରାଯିବା ପାଇଁ ବୈଠକରେ ପରାମର୍ଶ ଦେଇଥିଲେ । ଏହାବ୍ୟତୀତ କୃଷି ଯନ୍ତ୍ରପାତି ଓ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଓଡିଶା ଜୀବନ ଜୀବିକା ମିଶନ ଓ ଅନ୍ୟନ୍ୟ ଗୋଷ୍ଠୀ ମାନଙ୍କୁ ସହଭାଗିଦାର କରିବା ପାଇଁ ଅନ୍ୟପକ୍ଷରେ ଜିଲ୍ଲାରେ ଉଦ୍ୟାନ ବିଭାଗର ନିଷ୍କ୍ରିୟତାକୁ ନେଇ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ । ବିଶେଷ କରି ଜିଲ୍ଳାରେ ଫୁଲଚାଷ ଓ ପନିପରିବା ଚାଷକୁ ଅଧିକ ଭାବେ ଚାଷ କରିବାକୁ ବୈଠକରେ କହିଥିଲେ । ଚଳିତ ଖରିଫରେ ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୯୦୦ଫାର୍ମପଣ୍ଡ ସୃଷ୍ଟି କରାଯିବାର ଲକ୍ଷ୍ୟଧାର୍ଯ୍ୟ ଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଫାର୍ମପଣ୍ଡ ଦ୍ୱାରା ଜଳସଂଗ୍ରକ୍ଷଣ ହେବା ସହ ମାଛଚଷ ଓ ପୋଖରୀହୁଡାରେ ପନିପରିବା ଚାଷ ଚାଷୀଙ୍କୁ ଲାଭବାନ କରାଇବ ବୋଲି ସୂଚନା ଦିଆଯାଇଥିଲା । ସେହିପରି ଚାଷୀମାନଙ୍କୁ କୃଷିଋଣ ସହଜ ସୁବିଧାରେ ଓ ଅଧିକ ପରିମାଣରେ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ଡ.ଦାସ ସମବାୟ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଳାର ଅଣଋଣୀ ଚାଷୀମାନଙ୍କୁ କିପରି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଅଧିକରୁ ଅଧିକ ଅନ୍ତର୍ଭୁକ୍ତ କରାଯିବ ଏନେଇ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଗତ ରବି ଋତୁରେ ଜିଲ୍ଲାରେ ୪୩ ହଜାର ୯୪୧ ହେକଫର ଜମିରେ ଚାଷ କରାଯିବାର ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ୩୩ହଜାର ୬୭୨ ହେକଫର ଜମିରେ ଚାଷ ହୋଇଥିଲା । ଜଳସେଚନ ବିଭାଗ ପକ୍ଷରୁ ୨୬ ହଜାର ୭୫୬ ହେକଫର ଜମିକୁ ଜଳସେଚିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୧୧କୋଟି ୭୦ ଲକ୍ଷ ୬୨୪ ଟଙ୍କାର ଋଣ ଯୋଗାଣ ହୋଇଥିଲା । ମୁଗଚାଷ ୨ହଜାର ହେକଫର ଏବଂ ବିରି ୫ଶହ ହେକଫର ଜମିରେ କରାଯାଇଥିଲା । ସେହିପରି ବାସୁଦେବପୁର ବ୍ଲକରେ ୪୫୦ ହେକଫର ଜମିରେ ସୂର୍ଯ୍ୟମୁଖୀ ଚାଷ କରାଯାଇଥିଲା । ଚଳିତ ଖରିଫ ଋତୁରେ ଜିଲ୍ଲାରେ କୃଷିକାଯର୍‍ୟ କିଭଳି ଭାବେ ହେବ, ଚାଷୀ ସେମାନେ ଫସଲ ଉପିାଦନ ଯେପରି ସୂଚାରୁ ଭାବେ କରି ପାରିବେ, ସେମାନେ ବ୍ୟାଙ୍କରୁ କିଭଳି ଭାବେ ଋଣ ନେଇ ଚାଷ କାର୍ଯ୍ୟ କରିବେ, ସେ ସମସ୍ତ ବିଷୟକୁ ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଜିଲ୍ଳାର ପ୍ରାୟ ଶତକଡା ୬୫ ଭାଗ ଜମି ଜଳସେଚନ ସୁବିଧା ରହିଛି । ମୋଟ ୧୯ ଗୋଟି ପ୍ରୋଜେକଫ ଜରିଆରେ ଚାଷୀଙ୍କୁ ଉପକୃତ କରାଯିବ ।

ଖରିଫ ନିମନ୍ତେ ୧ଲକ୍ଷ ୭୪ ହଜାର ୬୩ ହେକଫର ଜମିରେ ଚାଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ସେହିପରି ବିଭିନ୍ନ ଜଳସେଚନ ବ୍ୟବସ୍ଥା ଅନୁଯାୟୀ ୧ ଲକ୍ଷ ୧୯ ହଜାର ୩୦୭ ହେକଫର ଜମିକୁ ଜଳସେଚିତ କରାଯିବ । ମୋଟ ୧୦ହଜାର ୨୮୧ ମୃତ୍ତିକା ସାମ୍ପୁଲ ଟେଷ୍ଟ କରାଯାଇ ଚାଷୀଙ୍କୁ ସେଥି ନିମନ୍ତେ ଉପଯୁକ୍ତ ପ୍ରଣାଳୀ ମାଧ୍ୟମରେ ଚାଷ କାର୍ଯ୍ୟ କରାଯିବାକୁ ପ୍ରବର୍ତ୍ତାଯିବ । ଯାହା ଫଳରେ ଚାଷୀ ଅଧିକ ଉପିାଦନ କରି ପାରିବ । ଚାଷୀଙ୍କୁ ୪୨ ହଜାର ୮ଶହ ମେଟ୍ରିକ ଟନ ସାର ଯୋଗାଣ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ଜିଲ୍ଲା କୃଷି ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଥିଲା । ଏହି ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କିରଣ ପରିଡା, ରାଣୀତାଲ କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ କୃଷିବୈଜ୍ଞାନିକ ଡ. ଅରବିନ୍ଦ ଦାସ, ଜିଲ୍ଲା ଉନ୍ନୟନ ପରିଚାଳକ ପ୍ରମୋଦ ବେହେରା, ଜିଲ୍ଳା ଉଦ୍ୟାନ ବିଭାଗ ଅଧିକାରୀ, ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକ ପୂର୍ବରୁ ଆଜି ଜିଲ୍ଲାପାଳ ଜିଲ୍ଲାର ଜଳସେଚନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ବିଭିନ୍ନ କେନାଲ, ସାଳନ୍ଦୀ ନଦୀରେ ଦଳ ଯୋଗୁ ଜଳ ନିଷ୍କାସନରେ ହେଉଥିବା ବ୍ୟାଘାତ ଅନୁଧ୍ୟାନ କରିବା ସହିତ ତାହାକୁ ତୁରନ୍ତ ମୁକ୍ତ କରିବାକୁ ଜିଲ୍ଲା ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply