ବାସୁଦେବପୁର : କରୋନା ମହାମାରୀ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସର୍ବାଗ୍ରେ ଭୂମିକା ଲିଭାଉ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ଆଜି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପିପି କିଟ୍,ଫେସ୍ କିଟ୍,ଥର୍ମ ମିଟର,ସାନିଟାଇଜର,ଏମପି-୨୫ ମାସ୍କ,ସୋଡିୟମ ହାଇପ୍ରୋ କ୍ରୋରାଇଟ୍ ଲିକୁଇଟ୍ ଓ ଗ୍ଲୋବସ୍ ପ୍ରାଦନ କରିଥିଲେ । ସେହିପରି ଆରୁହା,ବିରସ,ନାୟକାଣୀଡିହି ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ବେତଡା ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀମାନଙ୍କୁ ପିପି କିଟ୍,ଫେସ୍ କିଟ୍,ସାନିଟାଇଜର,ଏମପି-୨୫ ମାସ୍କ,ସୋଡିୟମ ହାଇପ୍ରୋ କ୍ରୋରାଇଟ୍ ଲିକୁଇଟ୍ ଓ ଗ୍ଲୋବସ୍ ପ୍ରାଦନ କରିବା ସହିତ ଆଇସିଡିଏସର ଅଙ୍ଗନଓ୍ୱାଡି କର୍ମଚାରୀ,ଆଶା,ସରପଞ୍ଚମାନଙ୍କୁ ମାସ୍କ,ସାନିଟାଇଜର ବଣ୍ଟନ କରିଥିଲେ ।
ସେହିପରି ବାଲିମେଦ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ଫେସ୍ କିଟ୍,ଥର୍ମ ମିଟର,ସାନିଟାଇଜର,ଏମପି-୨୫ ମାସ୍କ,ସୋଡିୟମ ହାଇପ୍ରୋ କ୍ରୋରାଇଟ୍ ଲିକୁଇଟ୍ ଓ ଗ୍ଲୋବସ୍ ପ୍ରାଦନ କରିଥିଲେ । ଅପରାହ୍ନରେ ତହସିଲ ଡାକବଙ୍ଗଳା ପରିସର ମଧ୍ୟରେ ତହସିଲ୍ କର୍ମଚାରୀ ଓ ବିଦ୍ୟୁତ କର୍ମଚାରୀମାନଙ୍କୁ ସାନିଟାଇଜର,ଏମପି-୨୫ ମାସ୍କ,ଗ୍ଲୋବସ୍ ପ୍ରଦାନ କରିଥିଲେ । ଅଗ୍ନିସେବା ଓ ଆରକ୍ଷୀ କର୍ମଚାରୀମାନଙ୍କୁ କର୍ମଚାରୀମାନଙ୍କୁ ବିଧାୟକ ଶ୍ରୀରାଉତରାୟ ପିପି କିଟ୍,ଫେସ୍ କିଟ୍,ସାନିଟାଇଜର,ଏମପି-୨୫ ମାସ୍କ,ସୋଡିୟମ ହାଇପ୍ରୋ କ୍ରୋରାଇଟ୍ ଲିକୁଇଟ୍ ଓ ଗ୍ଲୋବସ୍ ପ୍ରାଦନ କରିଥିଲେ । ତାଙ୍କ ସହିତ ବିଧୟାକଙ୍କ ପ୍ରତିନିଧି ଅସିତ୍ କୁମାର ଦାସ,ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ,ବିଦ୍ୟୁତ ବିଭାଗର ଉପଖଣ୍ଡ ଅଧିକାରୀ ବିପ୍ରେସ କୁମାର,ଦିନବନ୍ଧୁ ଦାସ ପ୍ରମୁଖ ଯୋଗଦେଇଥିଲେ ।