ବାଲିଗୁଡା ;ଶ୍ରୀ ସତ୍ୟସାଇ ସେବା ସଂଗଠନର କନ୍ଧମାଳ ଶାଖା ତରଫରୁ ଜିଲ୍ଲାର ଗରିବ ଲୋକମାନଙ୍କୁ ଅମୃତକଳସ ବଣ୍ଟନ କରାଯାଇଛି । ବିଶେଷକରି କରୋନା ସଂକ୍ରମଣ କାରଣରୁ ଯେଉଁ ଦିନ ମଜୁରିଆ,ଠେଲାଗାଡି ବ୍ୟବସାୟୀ,ଅସହାୟ ବ୍ୟକ୍ତି କାମଧନ୍ଦା ହରାଇଛନ୍ତି ଓ ଯେଉଁ ପ୍ରବାସୀ ଓଡିଆ କ୍ୱାରେଣ୍ଟôରେ ରହିଛନ୍ତି ଗାଁରେ ରହୁଥିବା ସେମାନଙ୍କ ପରିବାରକୁ ଏକ ମାସର ରେସନ ସାମଗ୍ରୀ ଯଥା ଡାଲି,ଚୁାଡା,ସୁଜି,ଆଳୁ,ପିଆଜ,ଛତୁଆ,ଚିନି,ଗୁଡ,ଖାଇବା ତେଲ,ସାବୁନ,ମାକ୍ସ ଇତ୍ୟାଦି ବଣ୍ଟନ କରାଯାଇଛି ।
ଫୁଲବାଣି ସମିତି ତରଫରୁ ୨୫ଜଣଙ୍କୁ,ରାଇକିଆ ସମିତି ତରଫରୁ୨୦ଜଣଙ୍କୁ ଏବଂ ବାଲିଗୁଡା ସମିତି ତରଫରୁ୪୪ ଜଣଙ୍କୁ ଚିହ୍ନଟ କରି ସେହି ହିତାଧିକାରୀ ମାନଙ୍କୁ ଅମୃତକଳସ ବଣ୍ଟନ କରାଯାଇଛି । ଜିଲ୍ଲା ସଭାପତି ଶ୍ରୀ ମଧୁସୁଦନ ମହାପାତ୍ରଙ୍କ ସଂଯୋଜନାରେ ଜିଲ୍ଲାର ତିନୋଟି ସମିତିର ଆବାହାକ ମାନଙ୍କ ଠାରୁ ସେବା ଦଳକର୍ମିମାନେ ଅତି ଉସôାହରେ ଏହି କାର୍ଯ୍ୟ ପରିଚାଳନା କରିଥିଲେ ।ଫୁଲବାଣି ସମିତିର ଆବାହାକ ବିଜୟ ପଣ୍ଡା,ବାଲିଗୁଡା ସମିତିର ଆବାହାକ ସୁରେନ୍ଦ୍ର ନାଥ ସାହୁ ଓ ରାଇକିଆ ସମିତିର ଆବାହକ ରାଜେନ୍ଦ୍ର ପାଳ ଏବଂ ସେମାନଙ୍କ ସମିତିର କାର୍ଯ୍ୟକ୍ରତା ମାନେ ଘରକୁଘର ବୁଲି ଲୋକ ମାନଙ୍କ ଆଭାବ ଅସୁବିଧା ପଚାରିବୁଝିଥିଲେ । ମୁହଁରେ ମାକ୍ସ ପରିଧାନ ପୁର୍ବକ ଉଚିତ ସାମାଜିକ ଦୁରତା ରକ୍ଷାକରି ଏହି ସେବା କାର୍ଯ୍ୟ କରାଯାଇଥିଲା । ସଂଗଠନର ଏହି କାର୍୍୍ୟକ୍ରମକୁ ଜନସାଧାରଣର ବେଶ ପ୍ରଶଂସନୀୟ ହୋଇପାରିଛି ।