Odisha news

ମାହାଙ୍ଗାରେ ଦିବ୍ୟାଙ୍ଗ ଓ ଅନାଥ ଶିଶୁଙ୍କୁ ସହାୟତା ବଂଟନ

0

ମାହାଙ୍ଗା ୧୦ା୫ : କରୋନା ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହି ଭଳି ଦୁର୍ଦ୍ଦିନ ସମୟରେ ସମଗ୍ର ରାଜ୍ୟରେ ଲକ୍ଡାଉନ ଜାରୀ ହୋଇଥିବା ବେଳେ ଓଡିଶାରେ ସାଧାରଣ ଲୋକଙ୍କର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ମାହାଙ୍ଗା ବ୍ଲକ୍ରେ ଲକ୍ଡାଉନ ସମୟରେ ସାଧାରଣ ଜନତା, ଗରିବ, ନିରାଶ୍ରୟ, ଦିବ୍ୟାଙ୍ଗ, ଅନାଥ ଶିଶୁମାନଙ୍କୁ ବହୁ ସଂସ୍ଥା ଓ ବ୍ୟକ୍ତି ବିଶେଷ ସହଯୋଗର ହାତ ବଢାଇଥିଲେ ।

ଆଜି ମାହାଙ୍ଗା ଅଂଚଳର ରଘୁନାଥ ନଗର ଓ ବରାହୀପୁର ସ୍ଥିତ ବାପୁଜୀ ଶିଶୁ ସେବା ଶ୍ରମ, ସ୍ୱର୍ଣ୍ଣକ୍ଷେତ୍ର, ମାହାଙ୍ଗା ପରିସରରେ ପରିବେଶବିତ୍ ତଥା କଟକ ଜିଲ୍ଲା ବିଜ୍ଞାନ ସୁପରଭାଇଜର ଅକ୍ଷୟ କୁମାର ଷଢଙ୍ଗୀ ନିଜସ୍ୱ ଉଦ୍ୟମରେ ଶୁଖିଲା ଖାଦ୍ୟ, ମାସ୍କ, ସାବୁନ ବଂଟନ କରିଛନ୍ତି ।

ରଘୁନାଥ ନଗର ସ୍ଥିତ ଦୁର୍ଗାମେଲା ପରିସରରେ ୭ଜଣ ଦିବ୍ୟାଙ୍ଗ ଓ ବାପୁଜୀ ଶିଶୁ ସେବାଶ୍ରମ ବରାହିପୁର, ସ୍ୱର୍ଣ୍ଣକ୍ଷେତ୍ର ମାହାଙ୍ଗାର ୩୦ ଜଣ ଅନାଥ ଶିଶୁଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମ ପରି·ଳନାରେ ମାହାଙ୍ଗା ବ୍ଲକ୍ ଯୁବ ବି.ଜେ.ଡି ସଭାପତି ଶରତ ଚନ୍ଦ୍ର ମହାପାତ୍ର, ଶିକ୍ଷକ ବିରବର ମହାନ୍ତି, ମହେଶ୍ୱର ପ୍ରତିଭା ପରିଷଦର ସଭାପତି ରବିନ୍ଦ୍ରନାଥ ପଣ୍ଡା, ମାହାଙ୍ଗା ଦିବ୍ୟାଙ୍ଗ ସଂଘର ସଭାପତି କୃଷ୍ଣଚନ୍ଦ୍ର ଗୋଛାୟତ, ସାମ୍ବାଦିକ ବିବେକାନନ୍ଦ ଦାସ, ବାପୁଜୀ ଶିଶୁ ସେବାଶ୍ରମର ମୁଖ୍ୟ ପିତାମ୍ବର ଦାସ, ସୀତକଣ୍ଠ ଦାସ, ରତନ କୁମାର ଦାସ, ତ୍ରିଲୋଚନ ପାଲ, ବୈଷ୍ଣବ ବେହେରା, ନାଗାର୍ଜୁନ ସେଠୀ, ପରମାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଅକ୍ଷୟ କୁମାର ଷଢଙ୍ଗୀଙ୍କ ଏହିଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଥିବା ବେଳେ ବ୍ଲକ୍ ଯୁବ ବିଜେଡି ସଭାପତି ଶ୍ରୀ ମହାପାତ୍ର ସ୍ୱାଗତ କରିଛନ୍ତି ।

Leave A Reply