Odisha news

ଲ।ଜକୁଳି ଦିଶା

0

ଅଭିନେତୀ ଦିଶା ପଟାନୀ ଲାଜକୁଳୀ ସ୍ୱଭାବର । ଏକଥା ସ୍ୱୀକାର କରିବାକୁ ତାଙ୍କର ସଙ୍କୋଚ ନାହିଁ । ସେ ମାନନ୍ତି, ମୁଁ ରିୟଲ୍‌ ଲାଇଫ୍‌ରେ ଅନ୍ତର୍ମୁଖୀ କିନ୍ତୁ କାମ କଥା ଉଠିଲେ ମୁଁ ଲାଜ କରେ ନାହିଁ । ମୁଁ ଶାଏ ପର୍ସନ କିନ୍ତୁ ମୋତେ ଲାଗୁନି ଯେ କାମ ସମୟରେ ଏପରି ସ୍ୱଭାବ ପ୍ରକାଶ ପାଏ । ଅନ୍ୟମାନଙ୍କ ସହ ମିଶିବା କଥା ଉଠିଲେ ମୋତେ ଲାଜ ଲାଗେ । ଏଥିପାଇଁ ମୁଁ କିଛି କରିପାରିବି ନାହିଁ । ଲଜ୍ଜାଶୀଳତା ମୋ ବ୍ୟକ୍ତିତ୍ୱର ବିଶେଷତ୍ୱ । ମୋତେ ଘରେ ରହିବା ପସନ୍ଦ । ପ୍ରକୃତ କଥା ହେଲା କେମିତି କଥାବାର୍ତ୍ତା ଆରମ୍ଭ କରାଯିବ ମୋତେ ଜଣାନାହିଁ । ମୁଁ ଡ୍ରିଙ୍କ୍‌ କରେନି କି ଜାଣିନି ପାର୍ଟିରେ କ’ଣ କରାଯାଏ । ହୁଏତ ଏହି କାରଣରୁ ଅନ୍ୟମାନଙ୍କ ପାଇଁ ମୁଁ ବହୁତ ଅଜବ ।

Leave A Reply

Your email address will not be published.