Odisha news

ଡିପ୍ରେସନ ଓ ହାର୍ଟ ଆଟାକ ମଧ୍ୟରେ ରହିଛି ଗଭୀର ସମ୍ପର୍କ, ଜାଣନ୍ତୁ କଣ କହୁଛି ଗବେଷଣା

0

ଆମେ ଯଦି ସୁସ୍ଥ ରହିବାକୁ ଚାହୁଁଛେ ତେବେ ଆମକୁ ଫିଜିକାଲି ଓ ମେଣ୍ଟlଲି  ଫିଟ ରହିବାକୁ ପଡିବ l  ଆମର ବଦଳୁଥିବା ଜୀବନଶୈଳୀ ଓ କାର୍ଯ୍ୟ ଭାର ପ୍ରତ୍ୟେକ ଆୟୁ ବର୍ଗର ଲୋକଙ୍କୁ ଷ୍ଟ୍ରେସ ର ଶିକାର କରୁଛି l ଏହି କାରଣରୁ ଲୋକେ ଡିପ୍ରେସନ ଇଙ୍ଗଯାଇଟି ଭଳି ସମସ୍ୟାର ସମୁଖୀନ ହେଉଛନ୍ତି l  କିନ୍ତୁ ଯଦି ଆପଣ ଭାବୁଛନ୍ତି ଏହା କେବଳ ଆପଣଙ୍କ ମେଣ୍ଟାଲ ହେଲ୍ଥ ଉପରେ ପ୍ରଭାବ ପକାଉଛି ତେବେ ଏହା ଭୁଲ ଅଟେ l ଗବେଷକ ଙ୍କ ମତରେ ଡିପ୍ରେସନ ଓ ଏଙ୍ଗଜାଇଟି ଅନେକ ରୋଗକୁ ଜନ୍ମ ଦେଇଥାଏ l ନିକଟରେ ବିଶ୍ୱ ସ୍ତରରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ କୁହାଯାଇଛି ଯେ ଡିପ୍ରେସନ ଦେଇ ଯାଉଥିବା ବ୍ୟକ୍ତିମାନେ ବିଶେଷ ଭାବରେ ହୃଦ ରୋଗ ଦ୍ୱାରା ଅଧିକ ଆକ୍ରାନ୍ତ ହୋଇ ଥାଆନ୍ତି l  ଯାହାଦ୍ୱାରା ହାର୍ଟ ଅଟ୍ଟାକ ହେବାର ଅଧିକ ସମ୍ଭାବନା ରହିଥାଏ l

ଆସନ୍ତୁ ଜାଣିବା ଗବେଷଣା କଣ କହୁଛି –
– ଗବେଷକ ଙ୍କ ମତରେ ଡିପ୍ରେସନ ଆସିବା ଦ୍ୱାରା ଆପଣଙ୍କ ହାର୍ଟ ରେଟ ଓ ବ୍ଲଡ଼ ପ୍ରେସର ଆପେ ଆପେ କମି ଯାଇଥାଏ କିମ୍ବା ବଢି ଯାଇଥାଏ l  ଏହାଦ୍ୱାରା କିଛି ଲୋକେ ଭୁଲ ଜୀବନଚର୍ଯ୍ୟା କୁ ବାଛି ଥାଆନ୍ତି l  ଯେପରିକି ମଦ୍ୟପାନ ଧୁମ୍ରପାନ ଭଳି କାର୍ଯ୍ୟରେ ଲିପ୍ତ ରୁହନ୍ତି ଓ ନିଦ୍ରା ହୀନତାର ଶିକାର ହୁଅନ୍ତି l  ଏହିସବୁ ଅଭ୍ୟାସ ରୋଗ ଦ୍ୱାରା ଆକ୍ରାନ୍ତ କରାଇଥାଏ l

– ଏହି ଗବେଷଣାରେ ଗବେଷକ ମାନେ ଜାଣିବାକୁ ପାଇଥିଲେ ଯେ ଡିପ୍ରେସନ ଦ୍ୱାରା ଅଧିକ ମଧ୍ୟ ବୟସ ର ବ୍ୟକ୍ତି ବିଶେଷ ଜଡିତ ରହୁଛନ୍ତି l  କାହିଁକି ନା ସେମାନେ ଅଧିକ ଫ୍ୟାମିଲି ଡିଷ୍ଟର୍ବନ୍ସ କିମ୍ବା ଉଚ୍ଚ ଅଭିଳାଷ କୁ ନେଇ ଆଗକୁ ବଢିବାକୁ ଇଛା ରଖିଥିବା ବେଳେ ହତାଶ ହେଉଛନ୍ତି l  ଯାହାକି ଡିପ୍ରେସନ ର ଗୋଟିଏ ବଡ କାରଣ ଅଟେ l

– ଏହି ଗବେଷଣାରେ କିଛି ବୟସ୍କ ମଧ୍ୟ ସାମିଲ ହୋଇଥିଲେ ଯେଉଁମାନେ କି ଏକାକୀ ଜୀବନ ବିତାଉଥିବା କାରଣରୁ କିମ୍ବା ସନ୍ତାନ ମାନଙ୍କ ଖରାପ ବ୍ୟବହାର ଓ ଅବହେଳା କାରଣରୁ ଡିପ୍ରେସନ ର ଶିକାର ହୋଇଛନ୍ତି l ଯାହା ତାଙ୍କ ମାନସିକ ଚାପ କୁ ବଢ଼ାଇ ଦେଇଛି l

– ଗବେଷକ ଙ୍କ ମତରେ ମେଣ୍ଟାଲ ଡିପ୍ରେସନ ମଣିଷକୁ ହୃଦଘାତ ଦ୍ୱାରା ଆକ୍ରମଣ କରାଇଥାଏ l  ତେଣୁ ଡିପ୍ରେସନ କୁ ଏତେ ସରଳ ଭାବରେ ନନେଇ ଚିକିତ୍ସକ ଙ୍କ ସହିତ ଯୋଗାଯୋଗ କରି ତୁରନ୍ତ ସୁସ୍ଥ ହେବା ଉଚିତ l ଏହାଛଡା ପୋଷାକ ଯୁକ୍ତ ଆହାର, ଭଲ ପରିବେଶ, ପରିବାର ସଦସ୍ୟ ଓ ସାଙ୍ଗ ସାଥୀ ଙ୍କ ସହଯୋଗ, ଏବଂ ନିଜର ଚେଷ୍ଟାର ଆବଶ୍ୟକତା ରହିଛି l

Leave A Reply