ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ବଡ ମାନଙ୍କ ଭଳି ଛୋଟ ପିଲାମଧ୍ୟ ଡିପ୍ରେସନ ର ଶିକାର ହେଉଛନ୍ତି l ପିତାମାତା ନିଜ କାର୍ଯ୍ୟରେ ବ୍ୟସ୍ତ ରହି ପିଲାମାନଙ୍କ ଆଡକୁ ଧ୍ୟାନ ଦେଇପାରୁ ନାହାନ୍ତି l ପିଲାମାନଙ୍କର ବୟସ ତୁଳନାରେ ସ୍ୱଭାବରେ ଅନେକ ପରିବର୍ତନ ଆସୁଛି l ଅନେକ ଥର ପିଲାମାନେ ନିଜର ପାଠ ପଢାକୁ ନେଇ କିମ୍ବା ଅନ୍ୟ କାରଣରୁ ଡିପ୍ରେସନ ରେ ରହୁ ଥିବାର ଦେଖିବାକୁ ମିଳିଥାଏ l
ଏପରି ସ୍ଥିର ପିଲାଙ୍କ ବ୍ୟବହାର ଓ ସ୍ୱଭାବରେ ମଧ୍ୟ ପରିବର୍ତନ ଆସିଥାଏ l ଯଦି ଆପଣଙ୍କ ପିଲା ମାନଙ୍କ ମଧ୍ୟରେ ସ୍ୱଭାବରେ କିଛିଟା ପରିବର୍ତନ ଦେଖୁଛନ୍ତି ତେବେ ନିହାତି ସେଥିପ୍ରତି ଧ୍ୟାନ ଦିଅନ୍ତୁ l
ପିଲାଙ୍କ ମଧ୍ୟରେ ଏଙ୍ଗଜାଇଟି ବା ଡିପ୍ରେସନ ର ଲକ୍ଷଣ –
– ପାଠପଢା ସହିତ ଅନ୍ୟ କାର୍ଯ୍ୟରେ ଏକାଗ୍ରତା ନରଖିବା
– ନିଦ ନହେବା କିମ୍ବା ନିଦରେ ଖରାପ ସ୍ବପ୍ନ ଦେଖିବା
– ଭୋକ ନଲାଗିବା ଓ ଓଜନ ହ୍ରାସ ହେବା
– ଚିଡିଚିଡା ଲାଗିବା
– ଛୋଟ ଛୋଟ କଥାକୁ ନେଇ କ୍ରୋଧ କରିବା
– ନକାରାତ୍ମକ ବିଚାର ମନରେ ଆଣିବା
– ଛୋଟ ଛୋଟ କଥାରେ କାନ୍ଦିବା
ଏଙ୍ଗଜାଇଟି ର କାରଣ –
– ସବୁ ପିଲାଙ୍କ ସ୍ଵଭାଵ ସମାନ ହୋଇ ନଥାଏ l ଯେଉଁ ପିଲାମାନେ ମାନସିକ ଉତେଜନାକୁ ଠିକ ରେ ସମ୍ଭାଳି ପାରି ନଥାଆନ୍ତି , ମାନସିକ ସ୍ତରରେ ଦୁର୍ବଳ ହୋଇ ଥାଆନ୍ତି ସେମାନେ ଡିପ୍ରେସନ ର ଶିକାର ହୋଇ ଥାଆନ୍ତି l
– ଯଦି ପିଲାଟି କୌଣସି ଗମ୍ଭୀର ରୋଗରେ ପୀଡିତ ଅଛି କିମ୍ବା କୌଣସି ଘଟଣା ତା ସହିତ ଘଟି ଯାଇଛି ତେବେ ସେ ଏଙ୍ଗାଯାଇଟି ର ଶିକାର ହୋଇଥାଏ l
– ଅଧିକାଂଶ ସମୟରେ ପିଲାମାନେ ସାଙ୍ଗସାଥି, ଶିକ୍ଷକ ଓ ପରିବାର ସଦସ୍ୟଙ୍କ ଖରାପ ବ୍ୟବହାର ରେ ମନକଷ୍ଟ କରି ଏଙ୍ଗଜାଇଟି ର ଶିକାର ହୁଅନ୍ତି l
– ପାରିବାରିକ କଳହ ମଧ୍ୟ ପିଲାମାନଙ୍କୁ ଏଙ୍ଗଜାଇଟି ର ଶିକାର କରାଇଥାଏ l ଯାହା ସେମାନଙ୍କ ପାଇଁ ଗୋଟିଏ ବଡ ସମସ୍ୟା ହୋଇଥାଏ l