Odisha news

ପୁରୁଷ ମାନଙ୍କ ମଧ୍ୟରେ ଯଦି ଦେଖା ଦେଇଥାଏ ଏହି ୫ଟି ଲକ୍ଷଣ ତେବେ ହୋଇଥାଏ ଡିପ୍ରେସନ ର ସଂକେତ  

0

ଡିପ୍ରେସନ ଗୋଟିଏ ଗମ୍ଭୀର ମାନସିକ ସ୍ଥିତି, ଯାହା ସମସ୍ତଙ୍କ ନିକଟରେ ଦେଖିବାକୁ ମିଳିଥାଏ, ଏବଂ ଏଥିପାଇଁ ବିଶେଷ କିଛିଟା ଲକ୍ଷଣ ମଧ୍ୟ ଦେଖିବାକୁ ମିଳେ , ଏହା ଉଭୟ ପୁରୁଷ ଓ ମହିଳା ଙ୍କ ନିକଟରେ ଅଲଗା ଅଲଗା ସଂକେତ ଦେଇଥାଏ, ସେହିଭଳି ପୁରୁଷ ମାନଙ୍କ ନିକଟରେ ଡିପ୍ରେସନ ସମସ୍ୟା ଦେଖାଦେଲେ ଅଧିକ ରାଗିବା, କାମ କରିବାକୁ ଇଛା ନହେବା, ଚିଡିଚିଡା ଲାଗିବା ଇତ୍ୟାଦି ଦେଖା ଦେଇଥାଏ l

ବିଶେଷଜ୍ଞଙ୍କ ମତରେ ଡିପ୍ରେସନ କୁ ଜାଣିବା ସବୁଠୁ ଜରୁରୀ , କାହିଁକିନା ପୁରୁଷମାନେ ଏକ୍ସପ୍ରେସିଭ ହୋଇ ନଥାଆନ୍ତି, ତେଣୁ ସେମାନଙ୍କ ନିକଟରେ କିଛିଟା ଲକ୍ଷଣ ଦେଖିବା ଦ୍ୱାରା ଆପଣ ଜାଣିବେ ଯେ ଏହା ଡିପ୍ରେସନ ସମସ୍ୟା l

– ସୋସିଆଲ ଡିଷ୍ଟାନ୍ସ –
ପ୍ରଥମେ ଆପଣ ଦେଖିବେ ଯେଉଁ ପୁରୁଷ ଡିପ୍ରେସନ ସମସ୍ୟାରେ ପୀଡିତ ଥିବ ସେ ପ୍ରଥମେ ସୋସିଆଲ ଡିଷ୍ଟାନ୍ସ ଦେଖାଇବ, ନିଜ ସାଙ୍ଗସାଥି ଓ ପରିବାର ସଦସ୍ୟଙ୍କ ନିକଟରୁ ଦୁରେଇ ରହିବ l ନିଜକୁ ଘରର ସଦସ୍ୟଙ୍କ ନିକଟରୁ ମଧ୍ୟ ଦୁରେଇ ରଖିବ l

– ନିଦ ପ୍ରଭାବିତ –
ଡିପ୍ରେସନ କାରଣରୁ ପୁରୁଷ ମାନଙ୍କର ନିଦ ଅଧିକ ପ୍ରଭାବିତ ହୋଇଥାଏ, ଏବଂ ରାତି ସମୟ ରେ ଠିକ ଭାବରେ ନିଦ ମଧ୍ୟ ହୋଇ ନଥାଏ l ଯଦି କୌଣସି ବ୍ୟକ୍ତି ନିକଟରେ ଏହା ଦେଖୁଛନ୍ତି ତେବେ ଜାଣି ରଖିବେ ଯେ ଏହା ଡିପ୍ରେସନ ସମସ୍ୟା l

– କାମରେ ମନ ନଲାଗିବା –
ଡିପ୍ରେସନ କାରଣରୁ ପୁରୁଷ ମାନଙ୍କର ନିଜ କାମରେ ମନ ଲାଗି ନଥାଏ, ସେମାନେ ନିଜ କାମ କରିବାକୁ ଇଚ୍ଛା କଲେ ମଧ୍ୟ କରିପାରି ନଥାଆନ୍ତି l

– ଥକା ଲାଗିବା –
ଡିପ୍ରେସନ ସମସ୍ୟାରେ ପୀଡିତ ବ୍ୟକ୍ତି ମାନସିକ ଓ ଶାରୀରିକ ସ୍ତରରେ ଥକାପଣ ଅନୁଭବ କରିଥାଏ, ସେ ସାଧାରଣ କାମଟିଏ କରିବା ପାଇଁ ମଧ୍ୟ ଥକାପଣ ଅନୁଭବ କରନ୍ତି l

– ଅଧିକ କ୍ରୋଧ ଆସିବା –
ପୁରୁଷ ମାନଙ୍କ ନିକଟରେ ଯଦି ଡିପ୍ରେସନ ସମସ୍ୟା ଦେଖା ଯାଇଥାଏ ତେବେ ଖୁବ ଶୀଘ୍ର ଏବଂ ଅଧିକ ମାତ୍ରାରେ କ୍ରୋଧ ସମସ୍ୟା ମଧ୍ୟ ଦେଖାଯାଏ, ଖୁବ ଛୋଟ କଥାରେ ମଧ୍ୟ ରାଗିବା ଦେଖାଯାଏ l

କଣ କରିବା ଜରୁରୀ –
ଯଦି ଆପଣଙ୍କ ନିକଟରେ କିମ୍ବା କୌଣସି ପୁରୁଷ ବ୍ୟକ୍ତିଙ୍କ ନିକଟରେ ଏହିସବୁ ସମସ୍ୟା ଦେଖୁଛନ୍ତି ତେବେ ଏହା ଡିପ୍ରେସନ ର ସଂକେତ, ସେଥିପାଇଁ ଡାକ୍ତରଙ୍କୁ ପରାମର୍ଶ କରିବା ସହିତ –
– ନିୟମିତ ବ୍ୟାୟାମ
– ନକାରାତ୍ମକ ଚିନ୍ତା ଠାରୁ ଦୁରେଇ ରୁହନ୍ତୁ
– ଯୋଗାସନ ଓ ମର୍ନିଙ୍ଗ ୱାକ ମେଣ୍ଟାଲ ଷ୍ଟ୍ରେସ କମ କରିଥାଏ
– ସାଙ୍ଗସାଥି ଙ୍କ ସହିତ ସମୟ ବିତାନ୍ତୁ
– ନିଜ ଫିଲିଙ୍ଗସ ଅନ୍ୟ ସହିତ ସେୟାର କରନ୍ତୁ

Leave A Reply