ଆଜି ଡିପ୍ରେସନ ଗୋଟିଏ ଗମ୍ଭୀର ରୋଗ ହୋଇ ସାରିଛି, ଏବଂ ଜୀବନକୁ ଗମ୍ଭୀର ଭାବରେ ମଧ୍ୟ ପ୍ରଭାବିତ କରୁଛି l ଏହି କାରଣରୁ ବିଭିନ୍ନ ପ୍ରକାର ରୋଗ ରେ ଲୋକେ ପୀଡିତ ହେଉଛନ୍ତି l ତେଣୁ ଡିପ୍ରେସନ କୁ କଦାପି ହାଲୁକା ରେ ନିଅନ୍ତୁ ନାହିଁ l ହେଲଥ ବିଶେଷଜ୍ଞ ଙ୍କ ସୂଚନା ଅନୁସାରେ ଯେତେବେଳେ ମଧ୍ୟ ଡିପ୍ରେସନ ଅନୁଭବ କରୁଛନ୍ତି କିଛିଟା କଥାକୁ ନିହାତି ଧ୍ୟାନ ଦିଅନ୍ତୁ, କାହିଁକିନା କିଛିଟା ସମସ୍ୟା କୁ ଅଣଦେଖା କରିବା ବଡ଼ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ l
= ଅନେକ ଥର ଡିପ୍ରେସନ ରେ ଯିବା ପରେ ଲୋକେ ନିଶା ସେବନ କରନ୍ତି, ମଦ୍ୟପାନ ସିଗାରେଟ ସେବନ କରିବାକୁ ଲାଗନ୍ତି l କିନ୍ତୁ ଏହା ଡିପ୍ରେସନ କୁ ଅଧିକ ମାତ୍ରାରେ ଟାଣି ନେଇଥାଏ, ତେଣୁ ଏଭଳି ଭୁଲ କରିବା ଠାରୁ ଦୁରେଇ ରୁହନ୍ତୁ l
= ଯେବେବି ଡିପ୍ରେସନ ରେ ପୀଡିତ ହେଉଛନ୍ତି ଏକୁଟିଆ ରୁହନ୍ତୁ ନାହିଁ, ଏପରି ସ୍ଥିତିରେ ପରିବାର ଓ ବନ୍ଧୁ ଙ୍କ ସହିତ ରୁହନ୍ତୁ l ନଚେତ ଏହା ଡିପ୍ରେସନ ସମସ୍ୟା କୁ ଅଧିକ ମାତ୍ରାରେ ବୃଦ୍ଧି କରିଥାଏ l
= ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଡିପ୍ରେସନ ସମୟରେ କିଛି ଲୋକେ ଖାଇବାକୁ ପସନ୍ଦ କରନ୍ତି ନାହିଁ, ଏବଂ ଆଉ କିଛି ଲୋକ ଖୁବ ଅଧିକ ମାତ୍ରା ରେ ଖାଇ ଥାଆନ୍ତି l ଫିଜିକାଲ ଓ ମେଣ୍ଟାଲ ଲେବୁଲ ରେ ଅନେକ ଅସୁବିଧା ଦେଖା ଯାଇଥାଏ l ଏବଂ ଅନିଦ୍ରା, ଅପଚ ଓ ପେଟ ଗ୍ୟାସ ଭଳି ସମସ୍ୟା ଦେଖିବାକୁ ମିଳିଥାଏ l
= ଡିପ୍ରେସନ ସମସ୍ୟାରେ ଦିନ ଦିନ ଧରି ବିଛଣା ରେ ପଡ଼ିବାକୁ ଇଚ୍ଛା ହୋଇଥାଏ, ଏହାଦ୍ୱାରା ଅନିଦ୍ରା ସମସ୍ୟା ଦେଖିବାକୁ ମିଳିଥାଏ l ଯେତେବେଳେ ମଧ୍ୟ ଏଭଳି ସମସ୍ୟା ଦେଖିବାକୁ ମିଳୁଛି ତୁରନ୍ତ ବାହାରକୁ ଯାଇ କିଛି ସମୟ ପ୍ରକୃତି ସହିତ ଅତିବାହିତ କରନ୍ତୁ l
= ଡିପ୍ରେସନ ରେ ପୀଡିତ ହେବା ଦ୍ୱାରା ଅନେକ ଲୋକ ଏକାକୀ ରହିବାକୁ ପସନ୍ଦ କରନି, ଏବଂ ଅଧିକ ସମୟ ମୋବାଇଲ, ଗେମ୍, ଏବଂ ସୋସିଆଲ ମିଡିଆରେ ସମୟ ଅତିବାହିତ କରିବାକୁ ଚାହାନ୍ତି l ଏହି ସମସ୍ୟା ଷ୍ଟ୍ରେସ ଓ ଡିପ୍ରେସନ ସମସ୍ୟା କୁ ଅଧିକ ବୃଦ୍ଧି କରିଥାଏ l
