Odisha news

ସଙ୍ଘରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଓଡିଆଙ୍କ ଡାକ୍ତର ଖାନାରେ ମୃତ୍ୟୁ।

0

ଖଇରା,୦5/୦୬ :  ଖଇରା ଥାନା ଜଳଦା ପଞ୍ଚାୟତ ନୋଡାଲ ବିଦ୍ୟାଳୟରେ ହୋଇଥିବା ସଙ୍ଘରୋଧ କେନ୍ଦ୍ରରେ ରହୁଥିବା ଜଣେ ପ୍ରବାସୀ ଓଡିଆଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଖଇରା ଥାନା ଜଳଦା ଗ୍ରାମର ଗୋବିନ୍ଦ ମଲ୍ଲିକଙ୍କ ପୁଅ ବିପିନି ବିହାରି ମଲ୍ଲିକ ଓ ତାଙ୍କର ଭାଇ ମଧୁସୂଦନ ମଲ୍ଲିକ ମୁମ୍ବାଇରେ ରହି କାମ କରିଆସୁଥିଲେ ।

ହେଲେ କରୋନା ମହାମାରୀ ପାଇଁ କାମ ବନ୍ଦ ହୋଇଯିବାରୁ ବିପିନ ଓ ତାଙ୍କର ବଡ ଭାଇ ମଧୁସୂଦନ ଗତ ୨୭/୦୫/୨୦୨୦ରେ ମୁମ୍ବାଇରୁ ଫେରି ଜଳଦା ସଙ୍ଘରୋଧ କେନ୍ଦ୍ରରେ ରହିଥିଲେ । ମାତ୍ର ଗତ କାଲି ବିଳମ୍ବିତ ରାତିରେ ବିପିନ ମଲ୍ଲିକ (୩୭) ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସ୍ଥାନୀୟ ସରପଞ୍ଚ ଗାୟତ୍ରୀ ପଣ୍ଡା ୧୦୪କୁ ଯୋଗାଯୋଗ କରିଥିଲେ। ହେଲେ ସେଠାରୁ କୋଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା। ପରେ ସରପଞ୍ଚ ୧୦୮ ଯୋଗା ଯୋଗ କରିଥିଲେ  ମଧ୍ୟ ସଙ୍ଘରୋଧ କେନ୍ଦ୍ରରୁ ରୋଗି ଆଣିବାକୁ ମନା କରିଥିଲେ ।

ତାଙ୍କର ଦେହ ଅଧିକ ଅସୁସ୍ଥ ହେବାରୁ ବାଧ୍ୟ ହୋଇ ଏକ ବାଇକ ଯୋଗେ ସଙ୍ଘରୋଧ କେନ୍ଦ୍ରରୁ ସୋର ଡାକ୍ତର ଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ଚିକିତ୍ସା କରୁଥିବା ବେଳେ ଯୁବକଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଖଇରା ଥାନାର ଏସଆଇ ଅଶ୍ଵନି ବେହେରା ଓ ସୁଜାତା ମଲ୍ଲିକ ମେଡିକାଲରେ ପହଞ୍ଚିବା ପରେ ଶବ ବ୍ୟବଛେଦ ହୋଇ ମୃତ ଦେହ ଗ୍ରାମକୁ ଅଣାଯାଇଥିଲା । ପରେ ପୋଲିସ ଏବଂ ଖଇରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଭାକର ମିଶ୍ରଙ୍କ ସମେତ ମୁକ୍ତିକାନ୍ତ ପଣ୍ଡା, ରାଜକିଶୋର ଘୋଷ, କ୍ଷୀତିସ ଆଚାର୍ଯ୍ୟ, ବାବାଜୀ ମହାନ୍ତିଙ୍କ ଉପସ୍ଥିତରେ ପରିବାର ଲୋକେ କୋଭିଡ-୧୯ର ସମସ୍ତ ନିୟମ ପାଳନ କରି ଶବସତ୍କାର କରିଥିଲେ। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟ କାରଣ ଜଣାପଡିବ।

Leave A Reply