Odisha news

ବଜ୍ରାଘାତ ରେ ଦୁଇ ଜଣକଂ ମୃତ୍ୟୁ

0

ଢ଼େଙ୍କିକୋଟ ତା ୨୨. ୬ :  ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତର ମୁଣ୍ଡା ସାହିର ଦୁଇଜଣ ମହିଳା ଆଜି ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି l ମୃତକ ଦୁଇଜଣ ହେଲେ ବିନତୀ ମୁଣ୍ଡା ( ୩୨) ଓ ହୀରାମଣୀ ମୁଣ୍ଡା ( ୬୫) l ଦୁହେଁ ନିକଟବର୍ତୀ ଜଙ୍ଗଲ କୁ ଛେଳି ଚରାଇବାକୁ ଯାଇଥିଲେ l  ତେବେ ଅପରାହ୍ଣ ଦୁଇଟା ବେଳେ ହଠାତ ଖୁବ୍ ଜୋରରେ ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା l ଦୁହେଁ ଗୋଟିଏ ପଥର ଖୋଲ ଭିତରେ ଆଶ୍ରୟ ନେଇଥିଲେ l

ସେହିସମୟରେ ବଜ୍ରପାତ ହୋଇଥିଲା ଏବଂ ଦୁହେଁ ଗୁରୁତ୍ୱ ହୋଇଥିଲେ l ଖବରପାଇ ତାକଂ  ନିଜ ଲୋକମାନେ ଏକ ଘରୋଇ ଗାଡ଼ିରେ ଦୁହିଙ୍କୁ ଘଟଗାଁ ଗୋଷ୍ଠୀ ସ୍ବାସ୍ତ୍ୟ କେନ୍ଦ୍ରକୁ ନେଇଥିଲେ l ତେବେ ସେଠlରେ ଡାକ୍ତର ଦୁହିଙ୍କୁ ମୃତ ଘୋଷଣା କରିଥିଲେ l ସେହିସମୟରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଥିଲା l କାନ୍ଦ ବୋବାଳି ରେ ପରିବାରର ଲୋକମାନେ ଧୋର୍ଯହରା ହୋଇଯାଇଥିଲେ l ଖବରପାଇ ଘଟଗାଁ ପୁଲିସ୍ ଘଟଣାସ୍ଥଳରେ ପହଂଚି ଶବକୁ ଜବତକରିଛନ୍ତି l ତେବେ ଦୁଇ ଦୁଇଟି ଜୀବନ ଚାଲିଯିବାପରେ ତାଙ୍କର ଅସହାୟ ପରିବାରର ଲୋକମାନଂକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ସରକାରୀ ପ୍ରଶାସନିକ ଅଧିକାରିକଂ ନିକଟରେ ଦାବୀ  କରିଛନ୍ତି l

Nalco
Leave A Reply