ଢ଼େଙ୍କିକୋଟ ତl ୨୮. ୧. ୨୪ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଚିକିଣିଆଁ ପାର୍କ ଠାରେ କଂଗ୍ରେସ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ତଥା ବ୍ଲକ୍ ର ଅନୁନ୍ୟ ୩୦୦ ରୁ ଉର୍ଦ୍ଧ ବରିଷ୍ଠ ଓ କନିଷ୍ଠ କର୍ମୀ ଯୋଗଦେଇଥିଲେ l ସର୍ବ ପ୍ରଥମେ କଂଗ୍ରେସ ଦଳର ଦିବଗଂତ ବ୍ୟକ୍ତି ମାନକଂ ଉଦେଶ୍ୟରେ ଏକ ସ୍ମୁତୀସଭା ଓ ନିରବ ପ୍ରାଥନା କରାଯାଇଥିଲା l ପରେ ପରେ ସାଂଗଠାନିକ ଚିନ୍ତାଧାରା ନେଇ ବୈଠକ ଆରମ୍ଭ ହୋଇଥିଲା l କିପରି ଦଳକୁ ପୁଣିଥରେ ତୃଣମୁଳ ସ୍ତରରୁ ମଜଭୁତ କରାଯିବ ଓ ସଭିଙ୍କୁ ପୁଣିଥରେ ଏକତ୍ରିତ କରାଇ ଆଗାମି ନିର୍ବାଚନରେ କଂଗ୍ରେସ ବିଜୟୀ ହେବ ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା l ବର୍ତମାନ ବିଜେଡ଼ି ଓ ବିଜେପି ଗୋଟିଏ ମୁଦ୍ରା ର ଦୁଇପାର୍ଶ୍ବଭଳି ମିଶି ହୀନ ରାଜନୀତି କରୁଛନ୍ତି ତତ ଠାକୁରଙ୍କ ଦ୍ବାହିଦେଇ ଭୋଟ୍ ରାଜନୀତି କରୁଛନ୍ତି ସେ ସମ୍ପର୍କରେ ଆଲୋଚନା ହୋଇଥିଲା l କଂଗ୍ରେସ ର ବରିଷ୍ଠ କର୍ମୀ ପ୍ରଫୁଲ ରାଉତ, ରାମଚନ୍ଦ୍ର ସାହୁ,ସୁରେନ୍ଦ୍ର ପଟ୍ଟନାୟକ,ଏସକେ ଅଲ୍ଲୀ, ରାମଚନ୍ଦ୍ର ମହାରଣା,ଲୋକମାନ୍ ଖାଁ, ରବିନ୍ଦ୍ର କୁମାର ବେହେରା, ସନ୍ତୋଷ କୁମାର ପାତ୍ର, ଦେବେନ୍ଦ୍ର ନାଏକ, ଟଙ୍କଧର୍ ମାଝି ସମେତ ବହୁ ବରିଷ୍ଠ କର୍ମୀ ନିଜ ନିଜର ଅଭିଭାଷଣରେ କଂଗ୍ରେସ ଦଳକୁ ମଜଭୁତ କରିବାପାଇଁ ଶପଥ ନେଇଥିଲେ l ଶେଷରେ ସଭିଙ୍କ ପାଇଁ ଏକ ନୈଶ ଭୋଜି ର ଆୟୋଜନ କରାଯାଇଥିଲା l ସମସ୍ତେ ମାନ ଅଭିମାନ କୁ ଭୁଲି ପୁଣିଥରେ ଏକତ୍ରିତ ହୋଇ ଦଳପାଇଁ କାମ କରିବେ ବୋଲି ପ୍ରକାଶ କରିଥିଲେ l
