Odisha news

ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା, ସନ୍ଦେହରେ ସାଙ୍ଗ କୁ ଗୁଳିମାଡ

0
ଢ଼େଙ୍କିକୋଟ ତା ୧୩. ୬. ୨୩ : ହରିଚନ୍ଦନପୁର ଥାନା ଅନ୍ତର୍ଗତ ସିଙ୍ଘିବିଲା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ଦୁଇଜଣ ସାଙ୍ଗ  ବିନୋଦ ପାତ୍ର ଓ  ପୂର୍ଣଚନ୍ଦ୍ର ଦାସ ପରସ୍ପର ମଧ୍ୟରେ ଖୁବ୍ ଘନିଷ୍ଟ ସମ୍ପର୍କଥିଲା l ଦୁହେଁ ବାଙ୍ଗାଲୋର ରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ l ରଜ ପାଇଁ ଛୁଟିରେ ଘରକୁ ଆସିଥିଲେ l ତେବେ ବିନୋଦ ଢ଼େଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ରୁ ଜଣକୁଂ ଭଲପାଇ ବିବାହ କରିଥିଲା l ସେ ରଜ ଛୁଟିରେ ଘରକୁ ଆସିବାପରେ ସ୍ତ୍ରୀ ସହିତ କଳିଝଗଡା କରିଥିଲା ଓ ସ୍ତ୍ରୀ କୁ ମାରପିଟ କରିଥିଲା l ଶେଷରେ ସ୍ତ୍ରୀ ରାଗରେ ବିନୋଦ କୁ ଛାଡି ଚାଲିଆସିଥିଲା l ବିନୋଦ ଭାବିଥିଲା ତା ସ୍ତ୍ରୀ କୁ ତା ସାଙ୍ଗ ପୂର୍ଣଚନ୍ଦ୍ର ସବୁକିଛି ସିଖାଉଛି l କାରଣ ପୂର୍ଣଚନ୍ଦ୍ର ସହିତ ବିନୋଦ ର ସ୍ତ୍ରୀ ଫୋନ୍ ରେ କଥାବାର୍ତ୍ତା ହୁଏ l ତେଣୁ ଗତକାଲି ସନ୍ଧ୍ୟାରେ ବିନୋଦ ଫୋନ୍ ଯୋଗେ ପୂର୍ଣଚନ୍ଦ୍ର କୁ ମଦ ପିଇବାକୁ ଘରପାଖ ଏକ ବନ୍ଧ ନିକଟକୁ ଡାକିଥିଲା l ଏବଂ ପୂର୍ଣଚନ୍ଦ୍ର କୁ ମାରିବା ପାଇଁ  ବିନୋଦ ଆଗରୁ ଆଉ ଜଣେ ସାଙ୍ଗ କୁ ରେଡି କରିଥିଲା l ଶେଷରେ ପୂର୍ଣଚନ୍ଦ୍ର ଆସି ବିନୋଦ ପାଖରେ ପହଂଚିବl ପରେ ବିନୋଦ ତା ସାଙ୍ଗ ପାଖରୁ ବନ୍ଧୁକ ନେଇ ପୂର୍ଣଚନ୍ଦ୍ର କୁ ପଛପଟୁ ମୁଣ୍ଡକୁ ଗୁଳି କରୀଥିଲା l ଗୁଳି କରି ଦୁହେଁ ଦେଓବନ୍ଧ ଜଙ୍ଗଲରେ ଲୁଚିକିଥିଲେ l କୌଣସି ସୁତ୍ରରୁ ପୋଲିସ ଖବରପାଇ ଦୁହିଙ୍କୁ ଗିରଫକରି କୋର୍ଟଚାଲାଣ କରିଛନ୍ତି l ଏଣେ ପୂର୍ଣଚନ୍ଦ୍ର ର ଅବସ୍ତା ଗୁରୁତ୍ୱର ହେବାରୁ ତାଂକୁ କଟକ ବଡମେଡିକାଲ୍ କୁ ସ୍ତାନାନ୍ତରିତ କରାଯାଇଛି l

Leave A Reply