ଢ଼େଙ୍କିକୋଟ ତା ୧୪. ୯ = କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଖୁଣ୍ଟାପଡ଼ା ଠlରେ ଥିବା ଶ୍ରୀ ଶ୍ରୀ ଜଗନ୍ନାଥ ଭାଗବତ ଟୁଙ୍ଗି ଠାରେ ପବିତ୍ର ଭାଗବତ ଜନ୍ମ ଉଚ୍ଛବ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଗହଣରେ ପବିତ୍ର ଭାଗବତ ଗ୍ରନ୍ଥ ର ପୂଜନ,ଭାଗବତ ଗ୍ରନ୍ଥ ପଠନ, ଭଜନ,କୀର୍ତନ, ଆଲୋଚନା ଚକ୍ର ଓ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ କାର୍ଯକ୍ରମ ମାଧ୍ୟମରେ ଭାଗବତ ଜନ୍ମ ପାଳିତ ହୋଇଯାଇଛି l ଶ୍ରୀଯୁକ୍ତ ଦେବବ୍ରତ ପଣ୍ଡା ମନ୍ଦିରରେ ପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ମାଆ ସୁଭଦ୍ରା କୁଂ ପୂଜନ ପରେ ପରେ ପବିତ୍ର ଭାଗବତ ଗ୍ରନ୍ଥ ପୂଜନ କରିଥିଲେ l ଶ୍ରୀଯୁକ୍ତ ଗୌରୀଶଂକର ପଣ୍ଡା ଭାଗବତ ପାଠ କରିଥିଲେ l ଭାଗବତ ଟୁଙ୍ଗି ର ତତ୍ୱାବଧାକ ଶ୍ରୀଯୁକ୍ତ ଜୟଦେବ ପଣ୍ଡା ଭାଗବତ ଗ୍ରନ୍ଥ ର ସୃଷ୍ଟି ଓ ତାର ନିତ୍ୟ ପଠନ ଓ ଶ୍ରବଣ ର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ l ଏହାଦ୍ୱାରା କିପରି ସୁସ୍ଥ ଓ ଶୃଂଖଳିତ ସମାଜ ଗଠନ ହୋଇ ପରସ୍ପର ସୁ ସମ୍ପର୍କ ହୋଇପାରିବ ସେ ସମ୍ପର୍କରେ ଭାଗବତ ପାଠ ରେ ଆଲୋଚନା କରି ସଭିଙ୍କୁ ଶୁଣାଇଥିଲେ l ଏହି କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଜଗନ୍ନାଥ ଭାଗବତ ଟୁଙ୍ଗି ଖୁଣ୍ଟାପଡ଼ା ଓ ଶ୍ରୀ ନୃସିଂହ ନାରୟଣ ଭାଗବତ ଟୁଙ୍ଗି ସାନ୍ତରାପୁର ର ଅନେକ ବରିଷ୍ଠ ଓ କନିଷ୍ଠ ବର୍ଗ ଯୋଗଦାନ କରିଥିଲେ l ତତ ସହିତ ଖୁଣ୍ଟାପଡ଼ା, ସାନ୍ତରାପୁର ଓ ଆଖପାଖ ଗ୍ରାମର ଅନେକ ଭାଗବତ ପ୍ରେମୀ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇଥିଲେ l ସଭିଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇପାରିଥିଲା l
