Odisha news

ବହୁ ପ୍ରତିକ୍ଷାର ଅନ୍ତଘଟାଇ କାଲୁରିଆ ଘାଟ ବ୍ରାହ୍ମଣୀ ନଦୀ ଉପରେ ଉଦ୍ ଘାଟନ ହେଲା “ମହିମା” ସେତୁ

0

ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲା କାଲୁରିଆ ଘାଟ ବ୍ରାହ୍ମଣୀ ନଦୀ ଉପରେ ବହୁ ପ୍ରତିକ୍ଷାର ଅନ୍ତଃ ଘଟାଇ ୨୯ ତାରିଖସନ୍ଧ୍ୟାରେ ମହିମା ସେତୁ ଉଦ୍ ଘାଟିତ ହୋଇଯାଇଛି ।କାମାକ୍ଷା ନଗରବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି ସେତୁର ଲମ୍ବ ୧.୯୫ କି.ମି. ଓ ଚଉଡା ୧୨ ମିଟର ହୋଇଥିବାବେଳେ ୨୩୫ କୋଟି ଟଙ୍କା ବିନିମୟରେ କାର୍ଯ୍ୟ ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋରନ୍ଦା ମହିମାଗାଦିର ସନ୍ୟାସୀ ସୁଶାନ୍ତ ବାବା ଜିଲ୍ଲାପାଳ ସରୋଜ ସେଠୀ, ଢେଙ୍କାନାଳ ସଦର ଉପଜିଲ୍ଲାପାଳ ସିଗ୍ଧାରାଣୀ ଧଳ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ,ଗଦିଆ ବିଡିଓ ଆଶିଷ କୁମାର ସାହୁ,ଜିଲ୍ଲାପରିଷଦ ସଭ୍ୟ ବିଶ୍ୱନାଥଚିନ୍ନରା କାଲୁରିଆସରପଞ୍ଚ ବିଶ୍ଵକର୍ମା ମହାଳିକ୍ ଯୋରନ୍ଦା ସରପଞ୍ଚ ଆରତି ନାୟକ, କାମାକ୍ଷାନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ଏନ ଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା , ରାଜ୍ୟ ବିଜେଡି ମହିଳା ସହ ସଂମ୍ପାଦିକା ସନ୍ଧାରାଣୀ ନାୟକ, ଜିରାଳ ସରପଞ୍ଚ ଉଦୟ ଲେଙ୍କା,ଦିଘୀ ସରପଞ୍ଚ ପ୍ରବୋଧ ଦାଶ, ପ୍ରମୁଖ ଉକ୍ତ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ। ଏହି ସେତୁ ଦ୍ଵାରା କାମାକ୍ଷାନଗର ଅଞ୍ଚଳରୁ ମହିମା ଗାଦି, କପିଳାସ କୁ ଜାତାୟତ ସୁବିଧା ହବ ସହ କାମାକ୍ଷାନଗର ବ୍ଲକ୍ , ଭୁବନ ବ୍ଲକ୍,ଗନ୍ଦିଆ ବ୍ଲକ୍,ଓ ସଦର ବ୍ଲକ ର ୬୨ଟି ଗ୍ରାମର ଜନସାଧାରଣ ଉପକୃତ ହେବେ ବୋଲି ଜିଲ୍ଲାପାଳ ସରୋଜ ସେଠୀ ସୂଚନା ଦେଇଛନ୍ତି ।ଏହି କାଲୁରିଆ ଘାଟରେ ବ୍ରିଜ୍‌ ନିର୍ମାଣ ପାଇଁ ଜନସାଧାରଣ ବହୁଦିନରୁ ଦାବୀ କରି ଆସୁଥିଲେ ସେତୁ ଉଦ୍ ଘାଟନ ପରେ ନଦୀର ଉଭୟ ପାର୍ଶ୍ଵରେ ହଜାର ହଜାର ଜନସାଧାରଣ ସେତୁ ଉପରେ ପାର ହୋଇ ଖୁସି ମନାଉଥିବାର ଦେଖିବାକୁ ମିଳିଛି ।ଏହି ବ୍ରିଜ୍‌ଟି ଜିରାଳ, ଗୋରଡ଼ିଆ, ଘାଟରୁ କାଲୁରିଆ ଘାଟ ପର୍ଯ୍ୟନ୍ତ ସଂଯୋଗ କରିଛି ।

Leave A Reply