Odisha news

ମହିଳା ଜନସମ୍ବାଦ ଭର୍ଚୁଆଲ ର‌୍ୟାଲିକୁ ସମ୍ଭୋଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋଦିଜୀଙ୍କ ମନରେ ମହିଳାଙ୍କ ପ୍ରତି ଦାୟୀତ୍ୱ ରହିଛି: ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର, ୧୬ ଜୁନ୍ : ମୋଦିଙ୍କ ଉପରେ ଦେଶର ଜନତାଙ୍କ ବିଶ୍ୱାସ ବଢିଛି । ଅନ୍ୟ ରାଜନୈତିକ ବ୍ୟକ୍ତିତ୍ୱଙ୍କ ଅପେକ୍ଷା ୮୫ ପ୍ରତିଶତ ଲୋକ ମୋଦିଜୀଙ୍କୁ ବିଶ୍ୱାସ କରିଛନ୍ତି । ଓଡିଶାରେ ୧୦୦ରୁ ୯୬ ଜଣ ଲୋକଙ୍କ ମୋଦିଜୀଙ୍କ ଉପରେ ଭରସା କରିଛନ୍ତି । ରାଜ୍ୟବାସୀ ଲୋକସଭା ନିର୍ବାଚନରେ ବିଜେପି ୩୮.୪% ଭୋଟ ଏବଂ ୮ ଜଣ ଲୋକସଭା ସାଂସଦଙ୍କୁ ବିଜୟୀ କରି ମୋଦିଜୀଙ୍କ ହାତମୁଠାଙ୍କୁ ଟାଣ କରିଛନ୍ତି । ବିଜେପିକୁ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ଦେଇଛନ୍ତି । ଗତ ନିର୍ବାଚନରେ ଜନତା ୯୧ ଲକ୍ଷରୁ ଅଧିକ ଭୋଟ ବିଜେପିକୁ ଦେଇଛନ୍ତି । ଅନ୍ୟପଟେ ପୂର୍ବ ଭାରତର ବିକାଶକୁ ମୋଦିଜୀ ସବୁ ସମୟରେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ପୂର୍ବଭାରତର ସିଂହଭାଗର ଲାଭ କେବଳ ଓଡିଶା ହିଁ ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହିଳା ଜନସମ୍ବାଦ ରାଲିକୁ ସମ୍ଭୋଧିତ କରି କହିଛନ୍ତି ।
୧୫ ଅଗଷ୍ଟ ୨୦୧୪ରେ ଦେଶରେ ଶୌଚାଳୟ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲା ଠାରେ କହିଥିଲେ । ମା ଭଉଣୀଙ୍କ ଉଜ୍ଜତ ଏବଂ ସ୍ୱାଭିମାନକୁ ରକ୍ଷା କରିବାକୁ ଯାଇ ମୋଦି ସରକାର ଏବେ ଦେଶରେ କୋଟି ଲୋକଙ୍କ ଘରେ ଶୌଚାଳୟ ଯୋଗାଇ ଦେଇଛି । କରୋନା ମହା ବିପତି ସମୟରେ ୪ କୋଟି ମହିଳା ଏବଂ ଓଡିଶାର ୪୦ ଲକ୍ଷ ମହିଳାଙ୍କୁ ୧୫୦୦ ଟଙ୍କା ଲେଖାଏଁ ଜନଧନ ଯୋଜନାରେ ଅର୍ଥ ପ୍ରଦାନ କରାଯାଇଛି । ମୋଦି ସରକାର ୮ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଆକାଉଂଟରେ ୫୦୦ କୋଟିରୁ ଉର୍ଦ୍ଧ୍ୱ ଅଗ୍ରୀମ ଟଙ୍କା ପଠାଇଛନ୍ତି । ସୁକନ୍ୟା ସମୃଦ୍ଧି ଯୋଜନା, ଏସଏଚଜି ମହିଳାଙ୍କୁ ଋଣ ପ୍ରଦାନ, ଇନ୍ଦ୍ରଧନୁଷ ଯୋଜନାରେ ଟୀକା ପ୍ରଦାନ, ସୌଭାଗ୍ୟ ଯୋଜନାରେ ମାଗଣା ବିଦ୍ୟୁତ ଆଦି ମୋଦି ସରକାର ମା ଭଉଣୀଙ୍କ ପାଖରେ ପହଂଚାଇଛନ୍ତି । ଗର୍ଭବତୀ ମା ଏବଂ ଶିଶୁ ପାଇଁ ସୁପୋଷଣ ଯୋଜନା ଲାଗୁ କରାଯାଇଛି । ମୋଦିଜୀଙ୍କ ମନରେ ମହିଳାଙ୍କ ପ୍ରତି ଦାୟୀତ୍ୱ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି

Leave A Reply

Your email address will not be published.