Odisha news

ଦିଲ୍ଲୀ ନିର୍ବାଚନ: ଧର୍ମେନ୍ଦ୍ରଙ୍କ ସହ ବୈଜୟନ୍ତଙ୍କ ଶୋଭାଯାତ୍ରା

0

ଦିଲ୍ଲୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ପାଇଁ ପ୍ରଚାର କରିବାକୁ ମୈଦାନକୁ ଓହ୍ଲାଇଛନ୍ତି ହାଇଭୋଲ୍‌ଟେଜ ଓଡ଼ିଆ ନେତା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଭୟ ଦିଲ୍ଲୀର ବିଭିନ୍ନ ଅଂଚଳରେ ବିଜେପି ପାଇଁ ପ୍ରଚାର କରୁଥିବା ବେଳେ ଅନେକ ସ୍ଥାନରେ ଏକତ୍ର ହୋଇ ପ୍ରଚାର ଚଳାଇଛନ୍ତି । ଆଜି କରୋଲବାଗଠାରେ ଉଭୟ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ସାମିଲ ହୋଇ ବିଜେପି ପ୍ରାର୍ଥୀ ଯୋଗେନ୍ଦ୍ର ଚନ୍ଦୋଲିଆଙ୍କ ପାଇଁ ପ୍ରଚାର କରିଛନ୍ତି । ଅନେକ ଜାତୀୟ ସମସ୍ୟା ଯେପରି ଶାହୀନ ବାଗଠାରେ ଯେଉଁ ସ୍ଲୋଗାନ୍ ଦିଆଯାଉଛି ଦେଶ ବିରୁଦ୍ଧରେ, ତାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ଏହା ସାଙ୍ଗକୁ ପାଣି, ରାସ୍ତା, ବିଜୁଳି ଭଳି ସ୍ଥାନୀୟ ସମସ୍ୟାକୁ ପ୍ରସଙ୍ଗ କରାଯାଇ ପ୍ରଚାର କରାଯାଉଛି ବୋଲି ଶ୍ରୀଯୁକ୍ତ ପଣ୍ଡା ଏହି ଅବସରରେ ଗଣମାଧ୍ୟମକୁ କହିଛନ୍ତି । ସେହିପରି ବିଜେପି ପ୍ରତି ଜନତାଙ୍କ ବହୁତ ଉତ୍ସାହ ଓ ବିଶ୍ୱାସ ରହିଥିବା ସେ କହିଥିଲେ । ଏହି ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ଜନତା ଯୋଗ ଦେଇ ବିଜେପିକୁ ସମର୍ଥନ ଦେଇଥିଲେ ।

Leave A Reply