Odisha news

ଭାରତକୁ ଅପପୁଷ୍ଟି କବଳରୁ ମୁକ୍ତ କରିବା ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ – ଧର୍ମେନ୍ଦ୍ର ପ୍ରଧାନ

ପୁରୀ ଠାରେ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ୧୧୩ତମ ମନ୍ କି ବାତ୍ ଶୁଣିଲେ କେନ୍ଦ୍ରମନ୍ତ୍ରୀ

0

ଯୁବପିଢିଙ୍କ ସଫଳତା କାହାଣୀ ଉପରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଦେଶବାସୀଙ୍କୁ ପ୍ରେରିତ କରିଛି
କୁପୋଷଣକୁ ହ୍ରାସ କରିବା ପାଇଁ ପୋଷଣ ଅଭିଯାନ ଭାରତ ସରକାରଙ୍କ ମହତ୍ୱକାଂକ୍ଷୀ ପଦକ୍ଷେପ
ଗତବର୍ଷ ପୋଷଣ ଅଭିଯାନକୁ ନୂଆ ଶିକ୍ଷା ନୀତି ସହ ଯୋଡାଯାଇଛି
‘ପୋଷଣ ଭି, ପଢାଇ ଭି’ ଅଭିଯାନ ପିଲାମାନଙ୍କ ସନ୍ତୁଳିତ ବିକାଶ କରୁଛି
ଜନ୍ମାଷ୍ଟମୀର ଅବ୍ୟବହିତ ପୂର୍ବରୁ ପୁରୀ ଶ୍ରୀମନ୍ଦିରରେ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ପୁରୀ/ଭୁବନେଶ୍ୱର, ଅଗଷ୍ଟ ୨୫ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ପୁରୀ ଗସ୍ତ କାଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୧୩ତମ ଅଧ୍ୟାୟ ଶୁଣିଛନ୍ତି । ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପୃଷ୍ଟିସାଧନ ଉପରେ ଚର୍ଚ୍ଚା କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇବା ସହ ଭାରତକୁ ଅପପୁଷ୍ଟି କବଳରୁ ମୁକ୍ତ କରିବା ପାଇଁ ମୋଦୀ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।

 ପ୍ରଧାନମନ୍ତ୍ରୀ ଆଜି ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବାରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନର ଭୂମିକା, ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଯୁବପିଢିଙ୍କ ସଫଳତାର କାହାଣୀ ଉପରେ ବାର୍ତ୍ତା ଓଡ଼ିଶା ସମେତ ଦେଶବାସୀଙ୍କୁ ପ୍ରେରିତ କରିଛି । ମନ୍ କୀ ବାତରେ ବିଶ୍ୱ ସଂସ୍କୃତ ଦିବସର ଉଲ୍ଲେଖ କରି ଦେବ ଭାଷା ସଂସ୍କୃତର ଉତ୍ଥାନ ମୋଦୀ ୩.୦ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ସେହିପରି ପିଲାମାନଙ୍କ ପୁଷ୍ଟିସାଧନ ଉପରେ ଭାରତ ସରକାର ଦେଉଥିବା ପ୍ରାଥମିକତା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ମନ୍ କି ବାତରେ ଆଲୋକପାତ କରିଥିବାରୁ ଧନ୍ୟବାଦ । କୁପୋଷଣକୁ ହ୍ରାସ କରିବା ପାଇଁ ପୋଷଣ ଅଭିଯାନ ଭାରତ ସରକାରଙ୍କ ମହତ୍ୱକାଂକ୍ଷୀ ପଦକ୍ଷେପ । ଗତବର୍ଷ ପୋଷଣ ଅଭିଯାନକୁ ନୂଆ ଶିକ୍ଷା ନୀତି ସହ ଯୋଡାଯାଇଛି । ‘ପୋଷଣ ଭି, ପଢାଇ ଭି’ ଅଭିଯାନ ଦ୍ୱାରା ପିଲାମାନଙ୍କ ସନ୍ତୁଳିତ ବିକାଶ ଉପରେ ପ୍ରାଥମିକତା ଦିଆଯାଉଛି । ସମସ୍ତେ ନିଜ ଅଞ୍ଚଳରେ ପୋଷଣକୁ ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ହେଉଥିବା ଅଭିଯାନରେ ନିଜକୁ ସାମିଲ କରିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।  

ଉଲ୍ଲେଖନୀୟ ଯେ,  କେନ୍ଦ୍ରମନ୍ତ୍ରୀ ଗସ୍ତକାଳରେ ପବିତ୍ର ଜନ୍ମାଷ୍ଟମୀର ଅବ୍ୟବହିତ ପୂର୍ବରୁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ବିଶ୍ୱବାସୀଙ୍କ ମଙ୍ଗଳ କାମନା କରିଥିଲେ ।

Nalco
Leave A Reply