Odisha news

୨ ଟ୍ରକ ମୁହାଁମୁହିଁ ଧକ୍କା ୨ ଗୁରୁତର

0

ଧର୍ମଶାଳା:ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥ ସାରୋଇ ଛକ ନିକଟରେ ଆଜି ଅପରାହ୍ନରେ ୨ ଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରକରେ ବସିଥିବା ୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ଦ୍ୱୟ ହେଲେ ଭୁବନେଶ୍ୱର ପାହାଳ ଅଂଚଳର ନାସା ଖାଁ(୩୫) ଓ ନବା ଖାାଁ(୪୦) । ଆଜି ଅପରାହ୍ନରେ ସାରୋଇଛକ ନିକଟରେ ଏକ ଅଇଚର ଗାଡି ସହ ଓଆର ୦୫ ଏକେ-୬୯୭୧ନମ୍ବର ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଉଭୟ ଟ୍ରକର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀ କର୍ମଚାରୀ ସେଠାରେ ପହଁଚି ଟ୍ରକରେ ଚାପି ହୋଇ ରହିଯାଇଥିବା ୨ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ବଡଚଣା ମେଡିକାଲରେ ଭର୍ତି କରିଥିରେ । ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଧର୍ମଶାଳା ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ତଦନ୍ତ କରୁଛି ।

Nalco
Leave A Reply