Odisha news

ବନ୍ୟାଂଚଳ ପରିଦର୍ଶନ କଲେ ବିଧାୟକ

0

ଧର୍ମଶାଳା : ଲଘୁଚାପଜନିତ ବର୍ଷା ଯୋଗୁ ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବନ୍ୟା ଦ୍ୱାରା କ୍ଷୟକ୍ଷତି ଆକଳନ କରିବା ପାଇଁ ଗୁରୁବାର ଦିନ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ବିଭାଗୀୟ ଅଧିକାରୀମାନେ ବିଭିନ୍ନ ବନ୍ୟାଂଚଳ ପରିଦର୍ଶନ କରିବା ସହ ସ୍ଥିତିର ସମୀକ୍ଷା କରିଥିଲେ । ସେହିପରି ପ୍ରଭାବିତ ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ଥିବା ରେଙ୍ଗାଲି ଡ୍ୟାମଟି ୩ଟି ଗେଟ୍ ଖୋଲିବା ଫଳରେ ଏହି ନଦୀରେ ତୃତୀୟ ବନ୍ୟା ସୃଷ୍ଟି ହୋଇଛି ।

ଆଜି ସକାଳୁ ବିଧାୟକ ଶ୍ରୀ ବଳବନ୍ତରାୟଙ୍କ ସମେତ ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତି, ଜିଲ୍ଲା ନିର୍ବାଚନମଣ୍ଡଳୀ ସଭାପତି ଜଳଧର ସାହୁ, ବିଧାୟକଙ୍କ ପ୍ରତିନିଧି ନିର୍ମଳ ପ୍ରଧାନ, ବିଜେଡି ନେତା ଦିଲୀପ ବରାଳ, ପିତାମ୍ବର ନାୟକ, ସ୍ଥାନୀୟ ପଂଚାୟତ ପ୍ରତିନିଧିମାନେ ଉତରପ୍ରତାପ, ଦେଓଦା, ଜେନାପୁର, ମଙ୍ଗଳପୁର, ଗଙ୍ଗାଧରପୁର ଆଦି ପଂଚାୟତ ଗସ୍ତ କରିଥିଲେ । ଏଥିସହ ତଳିଆ ଅଂଚଳରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହ କୈାଣସି କ୍ଷୟକ୍ଷତି ଘଟିଲେ ତୁରନ୍ତ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ ।

Leave A Reply