ଧର୍ମଶାଳା : ଧର୍ମଶାଳା ବ୍ଲକ ପଣ୍ଡୁଆ ମୌଜାରେ କଳପତରୁ ଦାସ ଫାଉଣ୍ଡେସନ ପକ୍ଷରୁ ଅଡେଇ ଏକର ଜମିରେ ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ,ଜିଲ୍ଲାପାଳ ରଂଜନ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନଡିଆ ବାଡେଇ ଚାରା ରୋପଣ ଶୁଭାରମ୍ଭ କରିଥିଲେ । ଫାଉଣ୍ଡେସନ ପକ୍ଷରୁ ଉପଦେଷ୍ଟା ତାଥା ପରିବେଷବିତ ଶ୍ରୀନିବାସ ଜେନାଙ୍କ ତତ୍ୱାବଧାନରେ ଲକ୍ଷାଧିକ ଟଙ୍କା ବ୍ୟୟରେ ପାଚେରୀ ନିର୍ମାଣ କରାଯାଇ ଆଜି ୫ଶହ ବିଭିନ୍ନ ପ୍ରକାରର ପ୍ରକାର ଔଷଧୀୟ ଓ ଫଳ ଚାରା ରୋପଣ କରାଯାଇଥିଲା ।
ଆଗାମୀ ଦିନରେ ଏଠାରେ ୫ହଜାରରୁ ଉର୍ଦ୍ଧ ଚାରା ରୋପଣ କରାଯିବ । ବଉଳ,କରଞ୍ଜ, ପାରିଜାତ, ଡାଳିମ୍ବ, ଅଶୋକ,ଅଁଳା, ବାହାଡା, ହଇଡା, ଜାମୁ ଆଦି୪୦ ପ୍ରକାର ଔଷଧୀୟ ଓ ଫଳ ଚାରା ଲଗାଯିବା ପାଇଁ ଲକ୍ଷ ରଖାଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ଧର୍ମଶାଳା ତହସିଲଦାର ସରୋଜ କୁମାର ପାଣ୍ଡା, ବିଡିଓ ସ୍ମିତା ରଥ, ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ, ଦେଭୀ ପ୍ରସନ୍ନ ମହାନ୍ତି, ର୍ପୁତନ ବ୍ଲକ ଉପାଧ୍ୟକ୍ଷ ଜଳଧର ମହାନ୍ତି, ଯୁବନେତା ପ୍ରତାପ ପ୍ରଧାନ, ସଂଗ୍ରାମ ଜେନା ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ ।
