Odisha news

ଚୋରୀ ମୋବାଇଲ ଉଦ୍ଧାର ୨ ଗିରଫ

0

ଧର୍ମଶାଳା,ା ୭ା୮: ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ମାଣ୍ଡିଆ ଛକ ନିକଟରୁ ଏକ ଟ୍ରକରୁ ଲୁଟ ହୋଇଥିବା ମୋବାଇଲ ଫୋନକୁ ପୋଲିସ ଜବତ କରିବା ସହିତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣାରୁ ପ୍ରକାଶ ଗତ ୫ ତାରିଖ ରାତିରେ ୨ ଜଣ ଦୁର୍ବୃତ ମାଣ୍ଡିଆ ଛକ ନିକଟରେ ଏକ ଟ୍ରକକୁ ଅଟକାଇ ଡ୍ରାଇଭର ଠାରୁ ମୋବାଇଲ ଲୁଟି ନେଇଥିଲେ ।

ଏନେଇ ଡ୍ରାଇଭର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରିବା ସହ ଟ୍ରାକିଂ କରି ନିଶିମଳା ଗ୍ରାମର ଦିବ୍ୟ ରଂଜନ ଜେନା ଓ ବେଣାପୁର ଗ୍ରାମର ସୁବ୍ରତ ନାୟକକୁ ଗିରଫ କରିବା ସହ ତାଙ୍କ ଠାରୁ ମୋବାଲ ଜବତ କରିଛି । ଆଜି ଉଭୟଙ୍କୁ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧରାକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି ।

IEC 2 years
Leave A Reply