Odisha news

ତହସିଲ ପକ୍ଷରୁ ଚଢାଉ : କଳାପଥର ବୋଝେଇ ୫ଟି ଗାଡି ଜବତ

0

ଧର୍ମଶାଳା : : ଧର୍ମଶାଳା ତହସିଲ ପକ୍ଷରୁ ଆଜି ଚଢାଉ କରାଯାଇ ବେଆଇନ ଭାବେ ପରିବହନ କରୁଥିବା ୫ଟି କଳାପଥର ବୋଝେଇ ଗାଡିକୁ ଜବତ କରାଯିବା ସହ ୬୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଗୁରୁବାର ପୁର୍ବାହ୍ନରେ ଧର୍ମଶାଳା ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ ଅଚାନକ ଭାବେ ୫୩ ନମ୍ବର ଜାତୀୟ ରାଜପଥରେ ଗାଡିକୁ ଯାଁଚ କରିତôଲେ  ।

ଏହି ସମୟରେ ଉକ୍ତ ରାସ୍ତାରେ ବେଆଇନ ଭାବେ କଳାପଥର ପରିବହନ କରୁଥିବା ୨ଟି ହାଇୱା ଓ ୩ଟି ଟିପର ଗାଡିକୁ ଜବତ କରିଥିଲେ । ଜବତ ୩ ଟି ଗାଡିରୁ ୬୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଅନ୍ୟ ୨ ଟି ଗାଡିକୁ ଚଢେଇଧରା ଫାଣ୍ଡିରେ ଅଟକ ରଖାଯାଇଛି । ଆଜିର ଏହି ଚଢାଉ ବେଳେ ସ୍ଥାନୀୟ ଆରଆଇ ଓ ଜେନାପୁର ପୋଲିସ ଉପସ୍ଥିତ ରହିଥିଲେ ।

Nalco
Leave A Reply