ଧର୍ମଶାଳା,୩ା ୮: ସମଗ୍ର ଓଡିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ । ଏଥି ମଧ୍ୟରେ ରକ୍ଷା ବନ୍ଧନ ମଦ୍ୟ ଏକ ନିଆରା ପର୍ବ ଭାବେ ପାଳନ କରାଯାଇଥାଏ । ପୌରାଣିକ ମତକୁ ନେଇ ଏହି ପର୍ବ ଗୁଡିକ କିଛି ନା କିଛି ଗୁରୁତ୍ୱ ବହନ କରୁଥିବାରୁ ଏହାକୁ ଲୋକମାନେ ପାଳନ କରିଥାନ୍ତି । ଭାଇ ଓ ଭଉଣୀଙ୍କ ଅତୁଟ ସମ୍ପର୍କକୁ ନେଇ ରକ୍ଷା ବନ୍ଧନ ପାଳନ କରାଯାଇଥାଏ । ପ୍ରତ୍ୟେକ ବର୍ଷ ଗହ୍ମା ପୂର୍ଣ୍ଣମୀରେ ଏହି ପର୍ବ ପାଳନ କରାଯାଇଥାଏ । ଏହି ପବିତ୍ର ଦିନରେ ଭଉଣିଟିଏ ତା ଭାଇର ଶୁଭମନାସୀ ଭାଇ ହାତରେ ରାକ୍ଷୀ ବାନ୍ଧି ଦେଇଥାଏ । ଏହାକୁ ନେଇ ଅନେକ ପୌରାଣିକ ମତ ରହିଛି ।
କାହିଁ କେଉଁ କାଳରୁ ଏହି ରକ୍ଷା ବନ୍ଧନ ପର୍ବ ପାଳିତ ହୋଇ ଆସୁଥିବା ବେଳେ ଏବେବି ଏହି ପରମ୍ପରା ଜାରି ରହିଛି । ଭଉଣୀ ନିଜ ଭାଇକୁ ଧୁପଦୀପ ଦେଇ ବନ୍ଦାପନା କରିବା ସହିତ ତା ହାତରେ ରାକ୍ଷୀ ବାନ୍ଧି ଦେଇଥାଏ । ପ୍ରତି ବଦଳରେ ଭାଇ ଭଉଣୀକୁ ଉପହାର ଦେଇ ତାକୁ ଖୁସି କରିଥାଏ । ଏହା ଭଉଣୀର ରକ୍ଷା କବଚ ବୋଲି ବିବେଚନା କରାଯାଇଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୁଡା ପର୍ଯ୍ୟନ୍ତ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତି । ଚଳିତ ଥର ମହାମାରୀ କରୋନା ଭାଇ ଭଉଣୀଙ୍କ ଏହି ପବିତ୍ର ବନ୍ଧନକୁ ରୋକି ପାରି ନଥିବା ଦେଖିବାକୁ ମିଳିଛି । ଯଦିବା ପୁର୍ବ ବର୍ଷ ଭଳି ଧୁମଧାମରେ ପାଳିତ ହୋଇ ନାହିଁ । ତେବେ ଏହି ପର୍ବ ଧର୍ମଶାଳା ଅଂଚଳର ସବୁଠି ପାଳନ କରାଯାଇଛି ।
