Odisha news

ଧର୍ମଶାଳା : ନିରାଡମ୍ବରେ ଇଦ ପର୍ବ ପାଳିତ

0

ଧର୍ମଶାଳା,୧ା ୮ : ତ୍ୟାଗ ଓ ବଳିଦାନର ପର୍ବ ଇଦୁଲଜୁହା ଚଳିତ ଥର କରୋନା କଟକଣା ପାଇଁ ନିରାଡମ୍ବର ଢଙ୍ଗରେ ପାଳିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ଏହି ପର୍ବରେ ମୁସଲମାନ ଭାଇ ମାନେ ଇଦଗାହା ଓ ମସଜିଦରେ ଏକତ୍ରୀତ ହୋଇ ସମୁହ ନମାଜ ପାଠ କରିଥାନ୍ତି । ହେଲେ ଚଳିତଥର କରୋନା ପାଇଁ କଟକଣା ଜାରି କରାଯାଇଥିବାରୁ ସମୁହ ନମାଜ ପାଠ ବନ୍ଦ ରହିଥିଲା ।

ଏହି କଟକଣାର ପ୍ରଭାବ ଧର୍ମଶାଳା ବ୍ଲକ ଅଂଚଳରେ ମଧ୍ୟ ପରିଲିଖିତ ହୋଇଛି । ବ୍ଲକର ଧର୍ମଶାଳା ବଜାର , ଚୋରମୁହାଁ, ଚହଟା, ମଙ୍ଗଳପୁର, କାଏମା, ନେଉଳପୁର ଆଦି ଅଂଚଳରେ ସମୁହ ନମାଜ ପାଠ ବନ୍ଦ ହୋଇଥିଲା । ପରମ୍ପରାକୁ ରକ୍ଷା କରି ଇଦଗାହା ଓ ମସଜିଦରେ ୪ରୁ ୫ ଜଣ ସାମାଜିକ ଦୁରତ୍ୱ ରକ୍ଷା କରି ନମାଜ ପାଠ କରିଥିବା ବେଳେ ସମସ୍ତ ମୁସଲମାନ ଭାଇମାନେ ନିଜ ନିଜ ଘରେ ନମାଜ ପାଠ କରିଥିଲେ । ସୂଚନା ଯୋଗ୍ୟ ଯେ ଚଳିତ ଥର ୨ ମାସ ତଳେ ହୋଇଥିବା ଇଦୁଲଜୁହା ପର୍ବ ମଧ୍ୟ ଏହି ଢଙ୍ଗରେ ପାଳିତ ହୋଇଥିଲା ।

Leave A Reply